୫ଦଫା ଦାବି ନେଇ ଭାରତୀୟ ମଜ୍‌ଦୁର୍ ସଂଘର ବିକ୍ଷୋଭ


 ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ୫ଦଫା ଦାବୀନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି,ରାଜ୍ୟରେ ସମସ୍ତ ପଂଜିକୃତ ଅଣସଂଗଠିତ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ସହ ପଂଜିକୃତ ନିମନ୍ତେ ଶ୍ରମ କାର୍ଯ୍ୟଳୟରେ ଦାଖଲ ହୋଇଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ହିତାଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ କରାଯାଉ,ରାଜ୍ୟରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ବ୍ୟତିତ ଅନ୍ୟ ସମସ୍ତ ଶ୍ରମିକ ମାନଙ୍କୁ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଂଜିକୃତ କରାଇ ସେମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯାଉ,ସମସ୍ତ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ଦ୍ୱାରା ଘୋଷିତ ଆର୍ଥିକ ସହାୟତା ଯୋଗାଇଦେବା ସହ ଯେ କୌଣସି ନିର୍ମାଣ ଶ୍ରମିକ ନିଜର ବାର୍ଷିକ ଦେୟ ପୈଠ କରିପାରିନାହାନ୍ତି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ବାର୍ଷିକ ଦେୟ ଅବଧି ବୃଦ୍ଧି କରାଯାଉ,ନିର୍ମାଣ ଶ୍ରମିକ ନୂତନ ପଂଜିକରଣ ଦରଖାସ୍ତ ,ବିବାହ ,ମୃତ୍ୟୁ,ସାଇକେଲ,ଯନ୍ତ୍ରପାତି ଓ ଶିକ୍ଷା ଇତ୍ୟାଦି ସହାୟତା ନିମନ୍ତେ ପଡିରହିଥିବା ଦରଖାସ୍ତ ଗୁଡିକୁ ବିଚାରକୁ ନେଇ ପରିଚୟ ପତ୍ର ପ୍ରଦାନ ଓ ସହାୟତା ରାଶି ପ୍ରଦାନ କରାଯାଉ । ରାଜ୍ୟରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଂଜିକୃତ କରିବା ସହିତ ଦକ୍ଷତା ଭିତରେ କର୍ମନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ଭାରତୀୟ ମଜଦୁର ସଂଘର ସଂପାଦକ ଅକ୍ଷୟ କୁମାର ଦାସ,ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘର କେଶବ ଚନ୍ଦ୍ର ଦାସ,ରଘୁନାଥପୁର ବ୍ଲକର ପ୍ରତିନିଧି ଗିରିଧାରୀ ଭୋଇ,ତିର୍ତ୍ତୋଲ ବ୍ଲକ ପ୍ରତିନିଧି ବେଣୁଧର ଦାସ,ରବିନ୍ଦ୍ର ଦାସ,ବସନ୍ତ କୁମାର ଦାସ ଓ କୁଜଙ୍ଗ ବ୍ଲକର ପ୍ରତିନିଧି କୈଳାସ ଦାସ ପ୍ରମୁଖ ଯୋଗଦେଇ ବିକ୍ଷୋଭ କରିଥିଲେ ।

Comments