ଅତୀତର ଅନୁଭୂତି, ବର୍ତ୍ତମାନର ଆହ୍ୱାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ନୂତନ ଜାତୀୟ ଶିକ୍ଷା ନୀତି -ଶିକ୍ଷା ବିକାଶ ସମିତି, ଓଡ଼ିଶା


ଗତ ଛଅ ବର୍ଷ ଧରି ବହୁ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ପ୍ରକାଶକ ଓ ଅନ୍ୟାନ୍ୟ ହିତଗ୍ରାହୀମାନଙ୍କର ମାନସ ମନ୍ଥନ, ପରାମର୍ଶ ପ୍ରାୟ ଏକ ଲକ୍ଷ ଗ୍ରାମ ସହିତ ସମ୍ପର୍କ ଆଲୋଚନା, ବହୁ କର୍ମଶାଳା ଓ ଆଲୋଚନାଚକ୍ରର ଆୟୋଜନ, ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରୁ ମତ ସଂଗ୍ରହ ପରେ ବହୁ ପ୍ରତୀକ୍ଷିତ ଜାତୀୟ ଶିକ୍ଷାନୀତି-୨୦୨୦ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରି ଜନଗଣଙ୍କୁ ଲୋକାର୍ପିତ ହୋଇଛି । ବୈଜ୍ଞାନିକ ଡକ୍ଟର, କସ୍ତୁରୀରଙ୍ଗନଙ୍କ ଅଧିନାୟକତ୍ୱରେ ଏଇ ମୂଲ୍ୟବାନ ଦଲିଲ ପ୍ରସ୍ତୁତ ହୋଇଛି ଓ ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥାର ନବୀକରଣ ପାଇଁ ଏଇ ଶିକ୍ଷାନୀତି ମାର୍ଗଦର୍ଶିକା ଭାବେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସ୍ୱଭାବିକ ଭାବେ ଆଶା କରାଯାଉଛି ଏହି ଶିକ୍ଷାନୀତି ସୁସମଗ୍ର, ଏକାତ୍ମ ଓ ସମନ୍ନିତ ତଥା ଗୁଣାତ୍ମକ ଶିକ୍ଷା ପାଇଁ ଏକ ଦୃଢ଼ ପଦକ୍ଷେପ ହୋଇପାରିବ । ଏଥି ସହିତ ବର୍ତ୍ତମାନର ଏକବିଂଶ ଶତାବ୍ଦୀ ପାଇଁ ପ୍ରୟୋଜନୀୟ କୌଶଳ ଓ ମୂଲ୍ୟବୋଧ ଆଧାରିତ ବ୍ୟକ୍ତି ନିର୍ମାଣ ପାଇଁ ଉଦ୍ଦିଷ୍ଟ ଶିକ୍ଷା ପଦ୍ଧତି ପ୍ରବର୍ତ୍ତନ ପାଇଁ ମାର୍ଗ ପ୍ରସ୍ତୁତ କରିବ । ଶିକ୍ଷା ବିକାଶ ସମିତି, ଓଡ଼ିଶା ଏହି ଜାତୀୟ ନୂତନ ଶିକ୍ଷାନୀତି-୨୦୨୦କୁ ହାର୍ଦ୍ଦିକ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଏହି ବିଶ୍ୱାସ ପ୍ରକଟ କରୁଛି ଯେ ସାର୍ବଜନିକ ପ୍ରୟାସ, ସାମୂହିକ ଅଂଶଗ୍ରହଣ ଓ ଅନୁସରଣୀୟ କାର୍ଯ୍ୟଧାରା ଦ୍ୱାରା ନିଜର ଉଦ୍ଦେଶ୍ୟରେ ସଫଳତା ଅର୍ଜନ କରିବ ।
୧) ଜାତୀୟ ଶିକ୍ଷାନୀତିର ପ୍ରଧାନ ବିଷୟବସ୍ତୁ ମଧ୍ୟରେ ପ୍ରଥମ ହେଉଛି ଏହା ବିଦ୍ୟାଳୟ ଶିକ୍ଷାର ମୂଳ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏହାକୁ ୫+୩+୩+୪ କରିବା ପାଇଁ ସିଦ୍ଧା\" ନେଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରାଥମିକ (Pre-Primary)ରୁ ଉଚ୍ଚ ମାଧ୍ୟମିକ (Senior Secondary) ପର୍ଯ୍ୟ\" ଶିକ୍ଷାକୁ ସମନ୍ୱିତ କରି ଏହାକୁ ବୃତ୍ତିଗତ ଶିକ୍ଷା ସହିତ ଯୋଡ଼ିବା ।
୨) ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା (Early Childhood care and Education - ECCE)  କୁ ବ୍ୟବସ୍ଥିତ କରି ଏଥିସହିତ ସ୍ୱାସ୍ଥ୍ୟ, ପୋଷଣ ଓ ସ୍ୱସହାୟତାର କୌଶଳ ନିର୍ମାଣ ।
୩) ବିଦ୍ୟାଳୟ ଶିକ୍ଷା ସଂପୂର୍ଣ୍ଣ ନ କରି ଅଧାରୁ ଛାଡ଼ି ଯାଉଥିବା ପିଲାମାନଙ୍କୁ ଶିକ୍ଷାରେ ମନୋନିବେଶ କରାଇବା ପାଇଁ ଔପଚାରିକ ଓ ଅନୌପଚାରିକ ବ୍ୟବସ୍ଥା ଗ୍ରହଣ କରି ଶତ ପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱ ଏଇ ଶିକ୍ଷାନୀତିର ଉଲ୍ଲେଖନୀୟ ଦିଗ । ଏଦିଗରେ ଜୀବନକୌଶଳ ଓ ଦକ୍ଷତାର ବିକାଶ ଠାରୁ ଆରମ୍ଭ କରି ବୈଜ୍ଞାନିକ ମନସ୍କତା, ବହୁ ଭାଷିକତା ଓ ଡିଜିଟାଲ ସାକ୍ଷତରା ଉପରେ ଗୁରୁତ୍ୱ ଦିଆଯିବ ।
୪) ମୂଲ୍ୟାଙ୍କନକୁ କେବଳ ପରୀକ୍ଷା କେନ୍ଦ୍ରିତ ନ କରି ବହୁସ୍ତରୀୟମାନଙ୍କ ବ୍ୟବସ୍ଥାର ପ୍ରଚଳନ ହେଲେ ପରିଣାମ ପ୍ରେରଣାପ୍ରଦ ହେବ ।
୫) ଉଚ୍ଚ ଶିକ୍ଷାରେ ମଧ୍ୟ ବହୁ ପରିବର୍ତ୍ତନ ପାଇଁ ଏହି ଶିକ୍ଷାନୀତିରେ ଅନୁମୋଦନ ରହିଛି ଯାହା ଏକବିଂଶ ଶତାବ୍ଦୀର ଭାରତବର୍ଷର ଶିକ୍ଷା ବ୍ୟବସ୍ଥାକୁ ଜଗତ ସପକ୍ଷରେ ଗୌରବାନ୍ୱିତ କରିବ ।
ବର୍ତ୍ତମାନ ଆମ ସମ୍ମୁଖରେ ଉପସ୍ଥାପିତ ନୂତନ ଜାତୀୟ ଶିକ୍ଷାନୀତିକୁ ଦୃଷ୍ଟିପାତ କଲେ ପ୍ରତୀତ ହେଉଛି ଯେ ସ୍ୱାଧୀନ ଭାରତବର୍ଷରେ ୧୯୬୮, ୧୯୮୬ରେ ଯେଉଁ ଜାତୀୟ ଶିକ୍ଷାନୀତି ପ୍ରସ୍ତତ ହୋଇଥିଲା ଓ ବିଭିନ୍ନ ସମୟରେ ସେଥିରେ ସଂଯୋଜନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଆହ୍ୱାନ ଓ ଭବିଷ୍ୟତର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହାର ସଫଳ ରୂପାୟନ ପାଇଁ ସାମଗ୍ରୀକ ଭାବେ ଆମେ ସମସ୍ତେ ଭାରତୀୟ ଜନଗଣ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବା । ଏହି ଅବସରରେ ଏହି ଶିକ୍ଷାନୀତିର ଶୁଭ ଲୋକାର୍ପଣ ମୁହୂର୍ତ୍ତରେ ଭାରତ ସରକାର, ମାନନୀୟ ପ୍ରଧାନମନ୍ତ୍ରୀ, ମାନନୀୟ ଶିକ୍ଷାମନ୍ତ୍ରୀ ଓ ଶିକ୍ଷାନୀତି ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ ତଥା ମନ୍ତ୍ରାଳୟର ସମସ୍ତ ଅଧିକାରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛୁ ।

Comments