ଭୁବନେଶ୍ୱର, ୨୯/୦୭ ଆଜି କେନ୍ଦ୍ରୀୟ କ୍ୟାବିନେଟ ଦ୍ୱାରା ନୂତନ ଶିକ୍ଷା ନୀତି-୨୦୨୦ କୁ ଲାଗୁ କରିବା ପାଇଁ ମଂଜୁରୀ ଦେଇଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ତରଫରୁ ସ୍ୱାଗତ କରାଯାଇଛି ।
୧୯୮୬ ମସିହାରେ କୋଠାରୀ କମିଶନ୍ର ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତି ଲାଗୁ ହେବା ଏକ ଐତିହାସିକ ଘଟଣା ଅଟେ । ଏହି ଶିକ୍ଷା ନୀତିରେ ଶିକ୍ଷାକୁ ଗୋଟିଏ ପରିଚାଳନା ସଂସ୍ଥା ଅଧିନକୁ ଅଣାଯାଇ ତାହାକୁ ସ୍ୱାୟତତା ଦେଇ ଏକ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯିବ । ଶିକ୍ଷାର ବ୍ୟୟ ବରାଦ GDP ର ୬ ପ୍ରତିଶତ ହେବା ପାଇଁ ପ୍ରସ୍ତାବ ରହିଛି । ଛାତ୍ରଛାତ୍ରୀ ମାନେ ସେମାନଙ୍କର ଇଛା ମୁତାବକ ବିଷୟ ନେଇ ପଢିବାର ବ୍ୟବସ୍ଥା ରହିଛି ।
ଦେଶରେ ଅନୁସନ୍ଧାନ ଓ ବିକାଶ (Research
& Development) ବଢାଇବା ଓ ଗୁଣାତ୍ମକ ବୃଦ୍ଧି ଉଦ୍ଦେଶ୍ୟରେ ଏକ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ଗଠନ ହେବ । ସେହିଭଳି ବିଭିନ୍ନ ଉଚ୍ଚ ଶିକ୍ଷାନୁ୍ଠାନ ଗୁଡିକର ମାନ ନିର୍ଦ୍ଧାରଣ, ଆର୍ଥୀକ ପରିଚାଳନା, ଅନୁବନ୍ଧନ ପାଇଁ ସମଗ୍ର ଦେଶରେ ଗୋଟିଏ ମାତ୍ର ସଂସ୍ଥା ରହିବ । ୨୦୩୫ ମସିହା ସୁଦ୍ଧା ଉଚ୍ଚ ଶିକ୍ଷାରେ Gross Enrolment Ratio ୫୦ ପ୍ରତିଶତ ଲକ୍ଷ ଧାର୍ଯ୍ୟ କରାଯାଇଛି । ସେହିଭଳି ଉଚ୍ଚଶିକ୍ଷାର ପାଠ୍ୟକ୍ରମ ବିଭିନ୍ନ ଆଂଚଳିକ ଭାଷାରେ ଉପଲବ୍ଧ କରିବା ପାଇଁ ସ୍ଥିର କରାଯାଇଛି । ଉଚ୍ଚଶିକ୍ଷାରେ ପାରମ୍ପରିକ ବିଦ୍ୟା (Traditional Knowledge) ର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି । ଉଚ୍ଚଶିକ୍ଷାରେ ଯୋଜନା, ପ୍ରଶିକ୍ଷଣ, ମୂଲ୍ୟାଙ୍କନ, ପ୍ରଶାସନିକ ନିୟନ୍ତ୍ରଣ ଓ ପରିଚାଳନା କ୍ଷେତ୍ରରେ ବୈଷୟିକ ଜ୍ଞାନ କୈାଶଳର ବ୍ୟପକ ବ୍ୟବହାର ହେବ । ବିଭିନ୍ନ ମହାମାରୀ ଆଦି ଆପାତ୍କାଳୀନ ପରିସ୍ଥିତିରେ ଶିକ୍ଷା ଓ ଗବେଶଣାରେ ନିରନ୍ତରତା ବଜାୟ ରଖିବା ପାଇଁ Virtual ଗବେଶଣାଗାର ବିକାଶ କରାଯିବ ।
ସେହିପରି ବିଦ୍ୟାଳୟ ଶିକ୍ଷାରେ ବର୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ୧୦+୨ ପଦ୍ଧତି ବଦଳରେ ୫+୩+୩+୪ ର ଢାଂଚା ଲାଗୁହେବ ଅର୍ଥାତ ୫ବର୍ଷ (ପ୍ରାକ୍ ପ୍ରାଥମିକ ୩ବର୍ଷ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ) ଖେଳ ଖେଳରେ ଶିକ୍ଷା, ଏହା ପର ୩ବର୍ଷ (ପ୍ରାଥମିକ ଶିକ୍ଷା) ଉପକରଣ ଆଧାରିତ ଶିକ୍ଷା, ଏହା ପରେ ୩ବର୍ଷ ମାଧ୍ୟମିକ ଶିକ୍ଷା ଅନୁଭବ ଆଧାରିତ ଶିକ୍ଷା, ଏହା ପର ୪ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ନବମରୁ ଦ୍ୱାଦଶ ଶ୍ରେଣୀ । ଷଷ୍ଠ ଶ୍ରେଣୀରୁ ବୃତି ଆଧାରିତ (Vocational Education) ଆରମ୍ଭ ହେବ । ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନିଜ ମାତୃଭାଷା/ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଯିବ । ନିଜର ପାଠ୍ୟକ୍ରମ ସହିତ ଖେଳ, ସଙ୍ଗୀତ, କୃଷି ଭଳି ଶିକ୍ଷା ମୁଖ୍ୟ ପାଠ୍ୟକ୍ରମରେ ସାମିଲ ହେବ କୈାଣସି Co-curricular, Extra
Curricular Concept ରହିବ ନାହିଁ । ସବୁଠାରୁ ଗୁରୁତ୍ୱର ବିଷୟ ବିନ୍ଦୁ ଭାବେ ୨୦୩୦ ସୁଦ୍ଧା ଶତପ୍ରତିଶତ ବିଦ୍ୟାଳୟ ପ୍ରବେଶ କୁ ହାସଲ କରିବା ପାଇଁ ଲକ୍ଷ୍ୟ ସ୍ଥିରିକୃତ ହୋଇଛି । ଛାତ୍ରଛାତ୍ରୀ ସେମାନଙ୍କର ମୁଲ୍ୟାଙ୍କନ ନିଜେ କରିବା ସହିତ, ସହପାଠୀ ଓ ଶିକ୍ଷକଙ୍କ ଦ୍ୱାରା ନିଜର ମୁଲ୍ୟାଙ୍କନ କରିବେ ।
ଦୀର୍ଘଦିନ ଧରି ଶିକ୍ଷାର ଭାରତୀୟ କରଣ ପାଇଁ ବିଦ୍ୟାର୍ଥୀ ପରିଷଦ କରିଆସୁଥିବା ଆନ୍ଦୋଳନ ସଫଳତାର ଏକ ପାହାଚ ଚଢିଛି ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଜଣାଇଛନ୍ତି । ଏହାକୁ ଯଥାର୍ଥ ଏବଂ ଯଥାଭାବ ତ୍ୱରୀତ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମାନ ମିଶ୍ର ଦାବୀ ଜଣାଇଛନ୍ତି ।
Comments
Post a Comment