ମାଟ୍ରିକ୍ ପରୀକ୍ଷାରେ ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ସଫଳତା
ଭୁବନେଶ୍ୱର :୨୦୨୦ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉକ୍ତ ପରୀକ୍ଷାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି । ୩୧୩ଟି ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୧୮୯୬୯ ଜଣ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୮୮୪୮ ଜଣ ୯୯.୩୬% ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୦ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ଅବିସ୍ମୃତା କର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ବରମୁଣ୍ଡା । ସମଗ୍ର ରାଜ୍ୟର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉତୀର୍ଣ୍ଣ ଫଳ ନିମ୍ନରେ ସୂଚୀତ କରାଗଲା ।
ଏ-୧-୫୫୬,ଏ-୨-୨୪୭୭,ବି-୧-୩୮୫, ବି-୨-୩୮୪୪, ସି-୩୫୮୨, ଡି-୩୦୩୬,ଇ-୧୭୬୮ ।
ଏହି ପରୀକ୍ଷାରେ ଉତ୍କର୍ଷତା ହାସଲ କରିଥିବାରୁ ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ସଭାପତି, ସମ୍ପାଦକ, ସଂଗଠନ ମନ୍ତ୍ରୀ ଏବଂ ସମସ୍ତ କାର୍ଯ୍ୟକର୍ତା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟ ଆଚାର୍ଯ୍ୟ ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Comments
Post a Comment