ତାଳଚେର: ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବା ପରେ ତାଳଚେରର ବିଭିନ୍ନ ହାଇସ୍କୁଲରୁ ଏ୧ ଗ୍ରେଡ୍ରେ ୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦେଉଳବେଡ଼ା ଶିଶୁମନ୍ଦିରର ସୌମ୍ୟରଞ୍ଜନ ସାମନ୍ତ ୫୭୫ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ତାଳଚେର ବ୍ଲକ ଅନ୍ତର୍ଗତ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁମନ୍ଦିରର ଛାତ୍ର ନୀଳମାଧବ ମିଶ୍ର (୫୫୯) ଓ ଆୟୁଷ ସାହୁ (୫୪୧), ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସ୍ୱାଗତିକା ମିଶ୍ର (୫୫୨), ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ (୫୪୦) ଓ ଶୁଭସ୍ମିତା ନାୟକ (୫୪୦),ସେହିପରି ଆମ୍ବମୁଣ୍ଡା ଶିଶୁମନ୍ଦିର ଓ କଳମଛୁଇଁ ଶିଶୁବିଦ୍ୟାମନ୍ଦିର ଶତପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Comments
Post a Comment