୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ନୀଳକଣ୍ଠନଗର ବିଦ୍ୟାମନ୍ଦିରର ଅଭୂତପୂର୍ବ ସଫଳତା



ବ୍ରହ୍ମପୁର: ବୁଧବାର ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୨୮ବର୍ଷ ଧରି ୧୦୦ ପ୍ରତିଶତ ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ବର୍ଷ ମୋଟ ୩୪୫ ଜଣ ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ସେଥିମଧ୍ୟରୁ ସମସ୍ତ ୩୦୭ ଜଣ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ରାଜ୍ୟସ୍ତରୀୟ ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି । ସେହି ୩୪୫ ଜଣଙ୍କ ମଧ୍ୟରୁ ଏ-୧ ଗ୍ରେଡ୍ ଅର୍ଥାଚ୍ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱରେ ୫୪ଜଣ, ଏ-୨ ଗ୍ରେଡ୍ ଅର୍ଥାତ୍ ୮୦ରୁ ୮୯ ପ୍ରତିଶତ ମଧ୍ୟରେ ୧୧୪ଜଣ, ବି-୧ ଗ୍ରେଡ୍ ଅର୍ଥାତ୍ ୭୦ରୁ ୭୯ ପ୍ରତିଶତ ମଧ୍ୟରେ ୯୬ଜଣ ଏବଂ ବି-୨ ଗ୍ରେଡ୍ ଅର୍ଥାତ୍ ୬୦ରୁ ୬୯ ପ୍ରତିଶତ ମଧ୍ୟରେ ୪୩ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ଆମ ବିଦ୍ୟାଳୟରେ ପ୍ରଥମ ସ୍ଥାନରେ ରୁଦ୍ର ପ୍ରଶାଦ ରଥ ମୋଟ ୫୭୭ ମାର୍କ ଅର୍ଥାତ୍ ୯୬.୧୬ ପ୍ରତିଶତ ଦ୍ୱିତୀୟ ସ୍ଥାନରେ, ସତ୍ୟଜିତ୍ ଦଳାଇ ୫୭୫ ମାର୍କ ଅର୍ଥାତ୍ ୯୫.୮୩ ପ୍ରତିଶତ ଏବଂ ତୃତୀୟ ସ୍ଥାନରେ ଆଶୁତୋଷ ପାଢ଼ୀ ୫୭୧ ମାର୍କ ଅର୍ଥାତ୍ ୯୫.୧୬ ପ୍ରତିଶତ ରଖିଛନ୍ତି । ଓଡ଼ିଶାରେ ଏହି ବିଦ୍ୟାଳୟର ଶିଶୁମାନେ ଦଶମ ଶ୍ରେଣୀ ଫଳାଫଳରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡ଼ଃ. ଶ୍ରୀକାନ୍ତ ମହାପାତ୍ର, ଉପ ସଭାପତି ଡ଼ଃ. ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇ. ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବିନ୍ଦ୍ର ନାଥ ଜେନା, ସଦସ୍ୟ ନିଳକଣ୍ଠ ସାହୁ, ସଦସ୍ୟା ବାସନ୍ତି ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରସିଂହ ଚୌଧୁରୀ, ହରିକୃଷ୍ଣ ପାଢ଼ୀ, ସୁଦର୍ଶନ ପାଢ଼ୀ ଗଜପତି ରାଓ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ଏସ୍‌.ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।




Comments