ଶ୍ରୀରାମ ମନ୍ଦିରର ଭୂମି ପୂଜନ ପାଇଁ ପବିତ୍ର ଗୁପ୍ତେଶ୍ୱର ପୀଠର ମାଟି ଓ ସାବେରୀ ନଦୀର ଜଳ ସଂଗ୍ରହ କରି ଅଯୋଧ୍ୟା ପଠାଗଲା


ଜୟପୁର : ଅଗଷ୍ଟ ମାସ ୫ ତାରିଖ ଦିନ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ସକାଶେ ଭୂମି ପୂଜନ କାର୍ଯ୍ୟକ୍ରମ ଦେଶର ସାଧୁସନ୍ଥ, ସମସ୍ତ ଶଙ୍କରାଚାର୍ଯ୍ୟ, ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଗଣଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ । ଏଥିପାଇଁ ବିଶ୍ୱର ହିନ୍ଦୁ ସମାଜ ବ୍ୟଗ୍ର ଏବଂ ଉତ୍କଣ୍ଠାର ସହ ରହିଥିବା ବେଳେ ସମଗ୍ର ଭାରତ ବର୍ଷର ବିଭିନ୍ନ ପବିତ୍ର ପୀଠରୁ ମାଟି ଏବଂ ପବିତ୍ର ନଦୀ ଗୁଡିକରୁ ଜଳ ସଂଗ୍ରହ ଅଭିଯାନ ଚାଲିଛି । ଏହି ପରିପ୍ରେକ୍ଷୀରେ ଜୟପୁର ସାଂଗଠନିକ ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଗୁପ୍ତେଶ୍ୱର ପୀଠରୁ ମାଟି ଓ ସାବେରି ନଦୀରୁ ଜଳ ସଂଗ୍ରହ କରି ଅଯୋଧ୍ୟା ପଠାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ହିନ୍ଦୁ ପରିଷଦର ଜିଲା କାର୍ଯ୍ୟକାରି ସଭାପତି ତେଜେଶ୍ୱର ପଣ୍ଡା, ଜିଲା ଉପ ସଭାପତି ନବକୃଷ୍ଣ ରଥ, ସଦସ୍ୟ ରାମପ୍ରସାଦ ପଣ୍ଡା, ବଜରଂଗ ଦଳର ସନ୍ଦୀପ ରଥ ଏବଂ ଅଭିନନ୍ଦନ ରଥ ସଂପାଦନା କରିଥିବା ବେଳେ ଜିଲା ସଭାପତି ବାବୁ ଭାଇ ବଜରଂଗୀ, ଜିଲା ସଂପାଦକ କମଳ କାନ୍ତ ବିଶ୍ୱାଳ ସହ ସଂପାଦକ ସୁକାନ୍ତ ସାହୁ, ସଦସ୍ୟ ଚନ୍ଦ୍ର ଶେଖର ରଥ ପ୍ରମୁଖ ସହଯୋଗ କରିଥିଲେ । ବର୍ତମାନ କରୋନା ମହାମାରୀ ସମୟରେ ଅଗଷ୍ଟ ୫ ତାରିଖରେ କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ଘରେ ଟିଭିରେ ଦେଖିବା ସହ ଉକ୍ତ ଦିନ ସମସ୍ତ ହିନ୍ଦୁ ସମାଜ ନିଜ ନିଜ ଗୃହରେ ପୌରିକ ପତାକା ଉଡାଇବା ସହିତ କଳସ ସ୍ଥାପନ ଏବଂ ଘୃତ ଦୀପ ଲଗାଇ ଶ୍ରୀରାମଙ୍କ ଆରାଧନା କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ନିବେଦନ କରାଯାଇଥିବା ବିଷୟ ବିଶ୍ୱହିନ୍ଦୁ ପରିଷଦ ତରଫରୁ ନବକୃଷ୍ଣ ରଥ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତ

Comments