କନ୍ଧମାଳ : ଚଳିତ ବର୍ଷର ମାଟ୍ରିକ ପରିକ୍ଷା ଫଳ ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଳାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀର ଦଶମ ଶ୍ରେଣୀ ପରିକ୍ଷା ଫଳାଫଳ ଭଲ ରହିଛି । ଉକ୍ତ ବିଦ୍ୟାଳୟର ପାସହାର ୯୯ପ୍ରତିଶତ ରହିଥିବା ବେଳେ ବିଦ୍ୟାଳୟର ଟପ୍ପର ଭାବେ ଏ୧-ଗ୍ରେଡରେ ଉଭୟ ୫୪୦ନମ୍ବର ରଖି ଛାତ୍ର ଆୟୁଷ ମହାନ୍ତି ଏବଂ ବ୍ରାଇଟ୍ ଦିଗାଲ କୃତକାର୍ଯ୍ୟ ହୋଇଛନ୍ତି ।ଏଥି ସହିତ ବିଦ୍ୟାଳୟରେ ଏ୨-ରେ ୧୦ଜଣ,ବି୧- ରେ୨୫ଜଣ,ବି୨-ରେ ୨୩ଜଣ, ସିରେ୨୩ଜଣ,ଡି-ରେ୯ଜଣ,ଇ-ରେ ୭ଜଣ ଉତୀର୍ଣ୍ଣ ହୋଇଛନ୍ତି ।ବିଦ୍ୟାଳୟରେ ୧୦୦ଜଣ ଦେଇଥିବା ବେଳେ୯୯ଜଣ କୃତକାର୍ଯ୍ୟ ହୋଇଛନ୍ତି ।ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତ ଅଭିଭାବକ ,ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ଜାନକୀ ବଲ୍ଲଭ ବିଷୋୟୀଙ୍କୁ ଶଭେଛା ଜଣାଇବା ସହିତ ଶ୍ରେୟ ପ୍ରଦାନ କରିଛନ୍ତି ।ଏଥି ସହିତ ବିଦ୍ୟାଳୟର ସଭାପତି ତଥା ବରିଷ୍ଠ ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା,ଉପସଭାପତି ଡ଼ ଚିତ ରଞ୍ଜନ ମିଶ୍ର,ସମ୍ପାଦକ ବିରଂଚି ନାରାୟଣ ମିଶ୍ର ଏବଂ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ଏହି ସଫଳତାକୁ ନେଇ ଗୌରାବାନ୍ୱିତ ମନେ କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ଶୁଭ କାମନା କରିଛନ୍ତି । ପରିକ୍ଷା ଫଳ ସଂପର୍କିତ ସୁଚନା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ସଭାପତି ପ୍ରକାଶ କରିଛନ୍ତି ।
Comments
Post a Comment