କେନ୍ଦୁଝର ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ


ହାଟଡିହୀ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ୍ ବିଡିଓଙ୍କୁ ଭାରତୀୟ ମଜଦୁର ସଂଘ ସହ ସହବଦ୍ଧିତ ଓଡିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ତରଫରୁ ସରକାର ଜଗାଓ ସପ୍ତାହ ପାଳନ ଅବସରରେ ଛଅ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବ୍ଲକ୍ ସଭାପତି କାମପାଳ ନାୟକଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଉମାକାନ୍ତ ଦାସ, ବ୍ଲକ୍ ସମ୍ପାଦକ ନାରାୟଣ ଚନ୍ଦ୍ର ବେହେରା ଓ ଉପସଭାପତି ଦେବକୀ ନାୟକ, କମ୍ଭୀରା ପଂଚାୟତ ସମ୍ପାଦକ ଲକ୍ଷ୍ମୀଧର ମହାଲିକ, ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ । ପଞ୍ଜିକରଣ କରିଥିବା ଶ୍ରମିକଙ୍କୁ ସହାୟତା ଓ ଦାଖଲ ହୋଇଥିବା ଦରଖାସ୍ତକୁ ବିଚାରକୁ ନେଇ ପରିଚୟ ପତ୍ର ପ୍ରଦାନ, ସମସ୍ତ ଶ୍ରମିକଙ୍କୁ ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଞ୍ଜୀକରଣ କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ କରୋନା ମହାମାରୀରେ ଆର୍ଥିକ ସହାୟତା ପ୍ରଦାନ ସହ ବାର୍ଷିକ ଦେୟ ଅବଧି ବୃଦ୍ଧି ବିଭିନ୍ନ ସହାୟତା ପାଇଁ ପଡି ରହିଥିବା ଦରଖାସ୍ତକୁ ବିଚାରକୁ ନେବା, ନିର୍ମାଣ ଶ୍ରମିକଙ୍‌କୁ ମଞ୍ଜୁର ହୋଇଥିବା ପକ୍କା ଗୃହ ପ୍ରଦାନ, ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଞ୍ଜିକରଣ କରାଇ କର୍ମ ନିଯୁକ୍ତି ଦେବା ପ୍ରଭୁତି ଦାବି ରହିଛି ।

Comments