ଆସିକା ବିଜେପି ପକ୍ଷରୁ ବାଲି ମାଫିଆଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ

ଆସିକା, ୩୦ା୮ : ସଟଡାଉନ ସତ୍ୱେ ଆସିକା ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଦେବରାଜ ମହାନ୍ତିଙ୍କ ବାସଭବନ ଠାରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ବିଜେପି ଘୁମୁସର ଜିଲ୍ଲା ସଂଗଠନ ପକ୍ଷରୁ ବାଲି ମାଫିଆ ଓ ପ୍ରଶାସନ ମଧ୍ୟରେ ମଧୁ ଚନ୍ଦ୍ରିକା ନେଇ ବିଜେପି ରାଜ୍ୟ ଉପସଭାପତି ଶ୍ରୀମତୀ ଅନିତା ପ୍ରିୟଦର୍ଶନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପୁରୁଷୋତମପୁର ବ୍ଲକ ଅଧିନ କୋଳିଦାସପୁର ଚୋରା ବାଲି ଘଟଣାରେ ବାଲି ମାଫିଆଙ୍କୁ ବିରୋଧ କରି ମାଫିଆ ମାନଙ୍କ ଗାଡି ପୋଡି ଘଟଣା ଓ ପୋଲିସ ପକ୍ଷରୁ କୋଳିଦାସପୁର ଗିରଫକୁ ନେଇ ହିଞ୍ଜିଳୀ ଥାନାରେ ବିକ୍ଷୋଭ ପରେ ପୋଲିସ ପକ୍ଷରୁ ଲାଠି ଚାଳଣାକୁ ନିନ୍ଦା କରାଯାଇଥିଲା । ସେହିଭଳି ଆସିକା ଥାନା ଅଧିନ ଚେରମାରିଆ ବାଲି ଘାଟରୁ ବେନାମୀ ବାଲି ଉଠାଣରେ ଆସିକା ପୋଲିସ ପକ୍ଷରୁ ୫ଟି ଟ୍ରାକ୍ଟର ଜବତ ସହ ଏକ କେସ ରୁଜୁ କରି ଦଫା ୪୧ରେ ଥାନାରୁ ଅପରାଧିଙ୍କୁ ଜାମିନରେ ଛଡାଯାଇଛି । ଏହି ଘଟଣାରେ ଆସିକା ସାଂସଦଙ୍କ ସର୍ମ୍ପକୀୟ ମାନେ ସମ୍ପୃକ୍ତ ଥିବା ସ୍ପଷ୍ଟିକରଣ ଦେଇଥିଲେ ଜିଲ୍ଲା ପ୍ରଶାସନ ଜାଣତରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଶାସକ ଦଳ ବାଲି ମାଫିଆଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି କୋଟି କୋଟି ଟଙ୍କାର ଟିକସ ଫାଙ୍କି ବାଲି ଚାଲାଣ କରୁଛନ୍ତି । ବର୍ତମାନ ଜିଲ୍ଲାରେ ଅଧିକାଶଂ ନଦୀର ବାଲି ଘାଟ ମାର୍ଚ୍ଚ ମାସ ସୁଦ୍ଧା ଟେଣ୍ଡର ହୋଇ ନାହିଁ । ଏହା ସତ୍ୱେ ସ୍ଥାନୀୟ ତହସିଲଦାର ମାନଙ୍କୁ ହାତବାରସି କରି ବାଲି ଚାଲାଣ ହେଉଥିବା ଅଭିଯୋଗ କରିଥିଲେ । ଏହା ଦ୍ୱାରା କୋଟି କୋଟି ଟଙ୍କାର ରାଜ୍ୟସ୍ୱ ହାନି ହେଉଛି । ନାମକୁ ମାତ୍ର ଜିଲ୍ଲାରେ ଲଘୁ ଖଣିଦ ଦ୍ରବ୍ୟ ନିଲାମରେ ବାଲି,ପଥର,ମୋରୁମ, ଚିଫସ୍ ,ମେଟାଲ ମାଫିଆ ମାନେ ଲୁଟୁ ନେଉଛନ୍ତି । କୋଳିଦାସପୁରରେ ନଦୀ ହୁଡା କାଟି ଓ ଅନେକ ବୃକ୍ଷକାଟି ଲୋକଙ୍କ ଚାଷ ଜମିରେ ଜବରଦସ୍ତ ବାଲି ମାଫିଆ ମାନେ ବାଲି ଲୁଟି ନେଉଛନ୍ତି । ଏହାକୁ ପ୍ରତିବାଦ କରି ତହସିଲଦାରଙ୍କ ଠାରେ ଦାବୀ କରିଲେ ମଧ୍ୟ ଶୁଣା ଗଲା ନାହିଁ । ବାଲି ମାଫିଆ ମାନେ ବିଭିନ୍ନ ଅସାମାଜିକ ମାନଙ୍କ ଦ୍ୱାରା ଗାଁରେ ଭୟଭୀତ କରିବା ଯୋଗୁଁ ଶେଷରେ ଗାଡି ପୋଡା ଘଟଣା ଘଟିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ ନକରି ନିରୀହ ଗ୍ରାମବାସୀଙ୍କୁ ଗିରଫ ଯୋଗୁଁ ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ । ଲୋକଙ୍କୁ ନ୍ୟାର୍ଯ୍ୟ ଦାବୀ ପ୍ରତି ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେବା ଭଳି ସେମାନଙ୍କ ଉପରେ ମିଥ୍ୟା ମୋକଦ୍ଧମା,ଲାଠିଚାର୍ଯ କରାଯାଉଛି । ସେହିଭଳି ପୁରୁଷୋତମପୁର ତହସିଲଦାରଙ୍କର ବାଲି ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଥିବା ଜଣା ପଡିବା ପରେ ଏହାକୁ ଜିଲ୍ଲା ପ୍ରଶାସନ ଘୋଡାଇବା ପାଇଁ ଯାଇ ଗ୍ରାମବାସୀଙ୍କ ଉପରେ ନାହିଁ ନଥିବା ପ୍ରଶାସନ ଚାପ ଦିଆଯାଉଥିବାକୁ ଏହି ଘଟଣାକୁ ବିରୋଧ କରୁଥିବା ଲୋକଙ୍କ ଉପରେ ତହସିଲଦାର ସେହି ଗାଁ ଗୁଡିକୁ ଯାଇ ଲୋକଙ୍କୁ ମାଡ ମାରି ଲହୁଲୁହାଣ କରୁଥିବା ଅଭିଯୋଗ କରିଥିଲେ । ଏହି ଘଟଣା ବିରୁଦ୍ଧରେ ଥାନାରେ ଏତାଲା ଦେଲେ ପୋଲିସ କେସ ରୁଜୁ କରୁ ନଥିବା ଉପସ୍ଥାପନ କରିଥିଲେ । ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଜିଲ୍ଲାରେ ପ୍ରଶାସନର ଅମାନୁଷିକ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଲକଡାଉନ କୋହଲ ହେଳେ ରାଜ ରାସ୍ତାରେ ବାଲି ମାଫିଆ,ଇଟା ଓ ମଦ ମାଫିଆଙ୍କ ବିରୁଦ୍ଧରେ ଦୃଢ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଘୁମୁସର ଜିଲ୍ଲା ପ୍ରଭାରୀ ସୁରତ ବିଶ୍ୱାଳ,ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ବିଜେପି ରାଜ୍ୟକାର୍ଯ୍ୟକାରୀଣି ସଦସ୍ୟ ରଞ୍ଜନ ପୋଲାଇ,ଶିଶିର ମିଶ୍ର, ଅନିଲ ପଣ୍ଡା,ଅରୁଣ ପଣ୍ଡା,ନାରାୟଣ ବେହେରା, ଆଇନଜୀବୀ ପ୍ରବିଣ କୁମାର ନାୟକ,ଘୁମୁସର ସାଗଠନିକ ଜିଲ୍ଲାର ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା,ଲିଟୁନ ଦାଶ, ପ୍ରହଲ୍ଲାଦ ସାହୁ,ବିଦ୍ୟାନ୍ତ ଚର୍ଚ୍ଚୀ,ରବିନ୍ଦ୍ର ପୋଲାଇ ପ୍ରମୁଖ ଯୋଗ ଦେଇଥିଲେ ।

Comments