ସକ୍ଷମ ତରଫରୁ ୪୩ଟି ରକ୍ତଦାନ ଶିବିର

କେନ୍ଦୁଝର,୨୯/୮: ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯ୍ୟରତ ସକ୍ଷମ ତରଫରୁ କେନ୍ଦୁଝର ଓ ମୟୁରଭଞ୍ଜରେ ଏପ୍ରିଲ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ରକ୍ତଦାନ ଶିବିରରେ ୩୦ ରୁ ୩୫ ଜଣ ବ୍ୟକ୍ତି ରକ୍ତ ଦାନ କରିଛନ୍ତି । ସେହିପରି ଆଗାମୀ ଦିନରେ ନେତ୍ରଦାନ କରିବା ପାଇଁ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନରେ ୫୦୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ଯେପରି ଚକ୍ଷୁ ଦାନ କରି ପାରିବେ ସେଥିପାଇଁ ଜନ ଜାଗରଣ କରାଯିବ ବୋଲି ସଂଗଠନର ପ୍ରାନ୍ତୀୟ ବୈଠକରେ ସ୍ଥିର କରାଯାଇଛି । ଗତ ଅଗଷ୍ଟ ୨୩ ତାରିଖ ଦିନ ସକ୍ଷମର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ୱେବିନାର ବୈଠକରେ ସଂଗଠନର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସଂପାଦକ ସରୋଜ କୁମାର ସାହୁ, ସଂଘର ଜିଲ୍ଲା ସଂଘଚାଳକ କୈଳାସ ମହାପାତ୍ର, ପ୍ରଦେଶ ସଂଗଠନ ସଂପାଦକ ବୀର କିଶୋର ମହାନ୍ତ, ଜିଲ୍ଲା ସଂଯୋଜକ ନିରଞ୍ଜନ ବେଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Comments