ଚାନ୍ଦବାଲି, : ଆଜି ଚାନ୍ଦବାଲି ବିଜେପି ପକ୍ଷରୁ ଏକ ତିନି ଦଫା ସମ୍ବଳିତ ଦାବି ପତ୍ର ତହସିଲଦାରଙ୍କ ଜରିଆରେ ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ମହାମାରୀ କରୋନା କଟକଣାକୁ ପାଳନ କରି ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ବିଜେପି କର୍ମକର୍ତା ମାନେ ଏହି ଦାବି ପତ୍ର ପ୍ରଦାନ କରିଥିବା ଦେଖାଯାଇଛି । ଦାବି ଗୁଡିକ ମଧ୍ୟରେ ଚାନ୍ଦବାଲି ଏନଏସି ଅଧିନରେ ଥିବା ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି ତାହାର ପୁନରୁଦ୍ଧାର କରାଯିବା ଆବଶ୍ୟକ । ଗତ ଦୁଇ ମାସ ପୂର୍ବରୁ ୪୫ଲକ୍ଷ ଟଙ୍କା ବ୍ୟୟରେ ଚାନ୍ଦବାଲି କଲେଜ ରୋଡ ମରାମତି କରାଯାଇଥିଲା କି\"ୁ ମେଗା ଜଳ ପ୍ରକଳ୍ପ ନିକଟକୁ ଭାରିଜାନ ଚଳାଚଳ କରିବାରୁ ଏହି ରାସ୍ତା ବର୍ତମାନ ବିପର୍ଯ୍ୟସ୍ଥ ହୋଇପଡିଛି । ତେଣୁ ଏହି ରାସ୍ତାର ତୁର\" ସମ୍ପୂର୍ଣ୍ଣ ମରାମତି ଆବଶ୍ୟକ । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାନ୍ଦବାଲି ଅଂଚଳର ଚାଷୀ ମାନଙ୍କ ଚାଷ କ୍ଷେତରେ ବ୍ୟାପକ କ୍ଷୟକ୍ଷତି ହୋଇଛି ତେଣୁ ଏହି କ୍ଷୟକ୍ଷତିର ତୁର\" ଆକଳନ କରାଯାଇ ଚାଷୀଭାଇ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ଦରକାର । କର୍ମକର୍ତା ମାନଙ୍କ ମଧ୍ୟରେ ସୌମେନ୍ଦ୍ର ମହାନ୍ତି ି,ଅଭିମନ୍ୟୁ ଖୁଟିଂଆ,ସରୋଜ ବଳ,ସନ୍ତୋଷ ବାରିକସ ପ୍ରମୁଖ ଉପସ୍ଥିତ ଥିବା ଦେଖାଯାଇଛି ।
Comments
Post a Comment