ଜମ୍ମୁ କାଶ୍ମୀରରେ ସେନାକୁ ବଡ ସଫଳତା

ରୀନଗର: ଜମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କୁ ଏକ ବଡମିଳିଛି । ଆତଙ୍କବାଦୀ ଏବଂ ସେନା ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଚାରି ଆତଙ୍କୀ ନିହତ ହୋଇଛନ୍ତି । ସେହିପରି ଜଣେ ଆତଙ୍କୀ ଆତ୍ମସମର୍ପଣ କରିଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ତେବେ ନିହତ ସମସ୍ତ ୪ ଆତଙ୍କୀଙ୍କ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରି ନାହିଁ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ସୁରକ୍ଷାକର୍ମୀ ଜିଲ୍ଲାର କିଲୁରା ଅଞ୍ଚଳରେ ଆତଙ୍କୀଙ୍କୁ ଲୁଚି ରହିଥିବାର ସୂଚନା ମିଳିବା ପରେ ସେଠାରେ ଘେରାବନ୍ଦୀ ଏବଂ ତଲାସ ଅଭିଯାନ ଆରମ୍ଭ କରିଥିଲା । ସେ କହିଛନ୍ତି ଯେ, ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଯାଞ୍ଚ ଦଳ ଉପରେ ଗୁଳି ଚଳାଇଥିଲେ ଏବଂ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଯେଉଁ ଆତଙ୍କୀ ନିହତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ କିଛି ଜମ୍ମୁ କାଶ୍ମୀରରେ ସରପଞ୍ଚ ସୁହେଲ ଭଟ୍ଟଙ୍କ ହତ୍ୟାରେ ମଧ୍ୟ ସାମିଲ ଥିଲେ । ଏପର୍ଯ୍ୟନ୍ତ ଚାରି ଆତଙ୍କୀ ନିହତ ହୋଇଛନ୍ତି ଏବଂ ଜଣେ ଆତ୍ମସମର୍ପଣ କରିଛି । ଆତଙ୍କୀଙ୍କ ପାଖରୁ ଦୁଇଟି ଏକେ ରାଇଫଲ ଏବଂ ତିନୋଟି ପିସ୍ତଲ ଜବତ ମଧ୍ୟ କରାଯାଇଛି । ଏହି ଚାରି ଆତଙ୍କୀଙ୍କ ମଧ୍ୟରୁ ଦୁଇଜଣ ସରପଞ୍ଚଙ୍କ ଅପହରଣ କରି ତାଙ୍କୁ ହତ୍ୟା କରିଥିଲେ । ପାଞ୍ଚଜଣଙ୍କ ଶବ ଶୁକ୍ରବାର ସକାଳେ ବଗିଚାରେ ଜବତ ହୋଇଥିଲା । ମୃତ ଆତଙ୍କୀଙ୍କ ମଧ୍ୟରେ ସାମିଲ ଅଲ ବଦରର ଜିଲ୍ଲା କମାଣ୍ଡର ନିଜ ସହଯୋଗୀ ମୁହେଲ ସହ ମିଶି ସରପଞ୍ଚଙ୍କ ଅପରହଣ କରିଥିଲା । ସିଆର୍‌ପିଏଫ୍ ଏବଂ ଆର୍ମି ମିଶି ମିଳିତ ଅପରେଶନ ଚଳାଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଜମ୍ମୁ କାଶ୍ମୀରରେ ସେନା ପକ୍ଷରୁ ଆତଙ୍କୀ ନିପାତ ଅଭିଯାନ ଜୋରଦାର ଚାଲିଛି ।

Comments