ରାଇରଙ୍ଗପୁର :- ଭାରତୀୟ ମଜଦୂର ସଂଘ ତରଫରୁ ପର୍ଯ୍ୟାବରଣ ଦିବସ ଅବସରରେ ପୂର୍ଣ୍ଣଶ୍ୱର ଶିବ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭାରତୀୟ ମଜ ଦୂର ସଂଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ଓ ପରିବେଶ ପ୍ରେମୀ ଲଳିତ ମହାନ୍ତ ଯୋଗଦେଇ ମାନବ ଜୀବନ ବଞ୍ଚି ରହିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ I ମନ୍ଦିରର ପୂଜକ ରବି ନାରାୟଣ ହୋତାଙ୍କ ସ୍ୱ ହସ୍ତରେ ଚାରା ରୋପଣ କରାଯାଇଥିଲା I ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଜୁନିଅର ରେଡ କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ପରିବେଶ ଧର୍ମୀ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ I ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ତାରାପଦ ପଣ୍ଡା (କଟି ) ଗଛର ସୁରକ୍ଷାପ୍ରତି ଯତ୍ନବାନ ହେବା ଉଚିତ ବୋଲି ମତ ରଖିଥିଲେ Iଜେ.ଏସ.ଏଫର ସହର ପ୍ରଭାରୀ କୌଶିକ ମହାନ୍ତି, ଶିକ୍ଷକ ସୁରେନ୍ଦ୍ର କୁମାର ସୋରେନ, ବାପି ମହାନ୍ତି, ସମାଜସେବୀ ରବି ନାରାୟଣ କୁଁଅର, ସଂସ୍କୃତିବିତ ଗୋବିନ୍ଦ ସୋରେନ, ହରେକୃଷ୍ଣ ବେହେରା, ଲଳିତ ପଣ୍ଡିତ, ଆକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ I
Comments
Post a Comment