୍ବ୍ରହ୍ମପୁର, : କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଓଡ଼ିଶ ବାହାରେ ବିଭିନ୍ନ ରାଜ୍ୟରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁôଥିବା ପ୍ରବାସୀ ଓଡ଼ିଆ ମାନେ ନିଜ ପରିବାର ନିକଟକୁ ଓ ନିଜ ଭିଟାମାଟିକୁ ଫେରି ଆସିଥିଲେ । ଏହି ମାହାମରୀର ଭୟାବହତାରୁ ରକ୍ଷା ପାଇବା ପାଇଁ କିଏ କେଉଁ ଉପାୟରେ ବିଭିନ୍ନ ସାଧନ ମାଧ୍ୟମରେ ନିଜ ଗ୍ରାମ ଓ ପରିବାର ନିକଟରେ ପହଁଞ୍ôଚଲେ । କେନ୍ଦ୍ର ସରକାରଙ୍କ ସ୍ୱାତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ବସ୍ ବ୍ୟବସ୍ଥା ବ୍ୟତିରେକେ ନିଜ ନିଜ ସୁବିଧା ମୁତାବକ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଅନ୍ୟୁନ ୮ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ନିଜ ଭିଟାମାଟିକୁ ଫେରିଥିଲେ ଏପରିକି ବହୁ ପ୍ରବାସୀ ଓଡ଼ିଆ ସରକାରୀ କଟକଣାକୁ ଆଡେଇ ଲୁଚି ଛପି ଅଣ ଫାଟକରେ ଭିଟାମାଟିରେ ପହଞ୍ôଚଲେ । ହାତରେ କାଭିଡ୍ ସିଲ ୍ ନଥିବା ବହୁ ଲୋକ ଟ୍ରେନ୍ ମାଧ୍ୟମରେ ମଧ୍ୟ ଘରକୁ ବାହୁଡିଲେ । କିନ୍ତୁ ଜିଲ୍ଲାପାଳ ବ୍ୟବସ୍ଥା କରିବା ପରିବର୍ତ୍ତେ ସଂଖ୍ୟାକୁ ଲୁଚାଇ ୮ ଲକ୍ଷ ବଦଳରେ ୨ଲକ୍ଷ ୫୦ ହଜାର ବୋଲି କହିବା ହସ୍ୟାସ୍ପଦ । ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ଦେଇଥିବା ପ୍ରତିଶୃତି, ଦାନା ପାଣି ଅଭାବରୁ ପ୍ରବାସୀ ଜୀବନ ବିତାଉଥିବା ଓଡ଼ିଆ ମାନଙ୍କୁ ନିଜ ଭିଟାମାଟିକୁ ଫେରିବାର ଖୋରାକ ଯୋଗାଇ ଥିବା ବହୁ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କ ପ୍ରତିଶୃତି ଭରଷାରେ ମଧ୍ୟ ଜିଲ୍ଲାକୁ ଫେରିଆସିଲେ । ତେବେ ସରକାର ଯେଉଁ ଭଳି ଭାବେ ସମସ୍ତ ପ୍ରବାସୀ ମାନଙ୍କ ଜୀବନ ଜୀବୀକାର ଦାୟିତ୍ୱ ସରକାର ନେବେ ଓ କୁଶଳୀ ଓ ଅଣକୁଶଳୀ ମାନଙ୍କୁ ଥଇଥାନ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ ତାହାର କାରିଚାଏ ମଧ୍ୟ କାର୍ଯ୍ୟ କଲେ ନାହିଁ । ଦୀର୍ଘ ୪ ମାସ କାଳ ବାହାରୁ ଫେରିଥିବା ପ୍ରବାସୀ ମାନେ କୌଣସି କାମଧନ୍ଦା ନପାଇ ଖାଲି ବସି ରହିଲେ । ବାହାରେ ଖଟି ସଞ୍ôଚତ ରଖିଥିବା ପଇସା ମଧ୍ୟ ସରକାରଙ୍କ ଭରସାରେ ୪ ମାସ କୌଣସି ରୋଜଗାର ନପାଇ ହରାଇ ବସିଲେ । ବର୍ତ୍ତମାନ ଭୋକ ଉପାସରୁ ପରିବାରକୁ ବଞ୍ଚାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି । ଶ୍ରମିକ ଅଭାବରୁ ଅନ୍ୟ ରାଜ୍ୟରେ ବନ୍ଦ ପଡିଥିବା କାରଖାନା ଗୁଡିକୁ କାର୍ଯ୍ୟକ୍ଷମ କରବା ପାଇଁ କାରଖାନା ମାଲିକ ମାନେ ଦଲାଲ ମାନଙ୍କ ସହାୟତାରେ ଜିଲ୍ଲାରେ ଆସି ଶହ ଶହ ବସ୍ ଧରି ଡେରା ପକାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ବାଧ୍ୟ ହୋଇ ରାଜ୍ୟ ଛାଡୁଛନ୍ତି । ଏହା କାହାରିକୁ ଅଗୋଚର ନାହିଁ କିନ୍ତୁ ଦାନା ଓ କାମ ଅଭାବରୁ ବହୁ ସଂଖ୍ୟାରେ ପ୍ରତିଦିନ ରାଜ୍ୟ ଛାଡୁଥିବା ବିଷୟ ଜିଲ୍ଲା ପ୍ରଶାସନ ହୁଅନ୍ତୁ କିମ୍ବା ରାଜ୍ୟ ସରକାର ଅଶ୍ୱିକାର କରିବା ହାସ୍ୟାସ୍ପଦ କଥା । ଦୀର୍ଘ ୫ମାସ ହେଲା ସରକାର ବିଭିନ୍ନ କଥା କହି କେବଳ ଭୁଆଁ ବୁଲାଉଥିବା ବେଳେ ପ୍ରବାସୀ ମାନଙ୍କୁ ଥଇଥାନ କରିବା ପାଇଁ ରୋଡ୍ମେଫି ତିଆରୀ କରିବା କେବଳ ଧୂଆଁ ବାଣ । କାଁ ଭାଁ କେଉଁଠି ମନେରେଗା କାମ ଚାଲିଥିବା ବେଳେ ଏମ.ଜି.ଏନ.ଆର.ଇ.ଜି.ଏସ୍ରେ ଗଛ ଲଗାଇବା ପାଇଁ ଗାତ ଖୋଳିବାକୁ ସରକାର ଶ୍ରମିକ ମାନଙ୍କୁ ୧୨ ଟଙ୍କା ଦେଉଛନ୍ତି । ଯେଉଁ କିଛି ଶ୍ରମିକ ମାନେ କାମ ପାଉଁଛନ୍ତି ଦୈନିକ ୨୦୦ ଟଙ୍କା ପାଇବା କଷ୍ଟ । ରାଜ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କ ନାମ ସଠିକ୍ ଭାବେ ଶ୍ରମିକ ପଞ୍ଜିକରଣ ତାଲିକାଭୁକ୍ତ ନକରି , ସେମାନଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି କଥା କହିବା ରାଜ୍ୟ ସରକାରଙ୍କର ଶ୍ରମିକ ମାନଙ୍କ ପ୍ରତି ଏକ ପ୍ରହେଳିକା ମାତ୍ର । ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ଶିଳ୍ପ ଓ କାରଖାନା ନିର୍ମାଣ ପାଇଁ କେବଳ ରାଜନୀତି କରୁଛନ୍ତି । କାରଖାନା ନିର୍ମାଣ ହେଉଛି ନା ଲୋକଙ୍କୁ କାମ ମୁଳୁଛି । ଗଞ୍ଜାମ ଜିଲ୍ଲାରେ ୪ଟି ଇଣ୍ଡଷ୍ଟ୍ରିଆଲ୍ ହବ- ଆଙ୍କୁଲି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ହଳଦିଆପଦର ଅଟୋ ନଗର, ଆମ୍ବପୁଆ ଆଇ.ଟି ପାର୍କ ଏବଂ ଛତ୍ରପୁର ସାମୁଦ୍ରିକ ଖାଦ୍ୟ ପାର୍କ ମଧ୍ୟରୁ ଅଳ୍ପ କେତୋଟି କାର୍ଯ୍ୟକ୍ଷମ ଥିବା ବେଳେ ବାକି ତକ ଅକାମୀ ହୋଇ ପଡି ରହିଛି । ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିଥିବା ୩୪,୫୩୮ ଏକର ଜମି ମଧ୍ୟରୁ ଅନେକ ଅପବ୍ୟବହାର ହୋଇଥିବା, କିଛି ବ୍ୟବହାର ହୋଇନଥିବା ଏବଂ ବ୍ୟବହାର ହେଉଥିବା ଜମିରେ ଶିଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ନଥିବା ନଜରକୁ ଆସିଛି । ଏପରିକି ମେଗା ପ୍ରକଳ୍ପ ନାମରେ ଟାଟା କମ୍ପାନୀକୁ ହଜାର ହଜାର ଏକର ଚାଷ ଜମି ଚାଷୀଙ୍କ ଠରୁ ଛଡେଇ ନେଇ ଆବଣ୍ଟିତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ବାସୀଙ୍କ ସ୍ୱପ୍ନ ଦିବାସ୍ୱପ୍ନ ପରି ପ୍ରତୀୟମାନ ହେଉଛି । ତେଣୁ ଜିଲ୍ଲା ଭାଜପା ଦାବୀ କରୁଛି କି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରୁଗଣ ଶିଳ୍ପ ଯଥା- ଆସକା ସ୍ପିନିଂ ମିଲ୍, ଆସିକା ଚିନି କଳ, ଆମ୍ବପୁଆ ଆଇ.ଟି ପାର୍କ, ଆଙ୍କୁଲୀ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଅଟୋ ନଗର, ମେଗା ଟାଟା ପ୍ରକାଳ୍ପ ଓ ବ୍ରହ୍ମପୁରର ପାଟ ଶିଳ୍ପ ଇତ୍ୟାଦିକୁ ପୁର୍ନରୁଦ୍ଧାର କରିବା ସହ ଶିଳ୍ପକୁ ଅଗ୍ରାଧିକାର ଦେଇ ପ୍ରବାସୀ ବମାନଙ୍କ ମାନବ ସମ୍ବଳକୁ ଜିଲ୍ଲା ପାଇଁ ଅଭିଯୋଗ କରାଯାଉ । ରାଜ୍ୟ ସରକାର କୌଣସି କପଟତା ନ ରଖି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦେଲେ ଜିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ । ଏତଦ୍ ବ୍ୟତୀତ ଶୀତଳ ଭଣ୍ଡାର ନିର୍ମାଣ, ମାଛ ପ୍ରକ୍ରିୟା କରଣର ଉନ୍ନତିକରଣ, କିଆଫୁଲ ଚାଷର ଉନ୍ନତି ଓ କ୍ଲଷ୍ଟର ଘୋଷଣା, କାଜୁ କ୍ଲଷ୍ଟର ଘୋଷଣା, ଜୀର୍ଣ୍ଣ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ନୂତନ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ସହ କୃଷିକୁ ଶ୍ିଳ୍ପର ମାନ୍ୟତା ପ୍ରଦାନ କରି ଜିଲ୍ଲାରେ ଆତ୍ମନିର୍ଭରର ସୁଯୋଗ ସୃଷ୍ଟି କରୁନ୍ତୁ । ଏହି ଅବସରରେ ବିରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ନିରଞ୍ଜନ ପାଣିଗ୍ରାହୀ, ସୁଦାସିନୀ ପଟ୍ଟନାୟକ, ନମିତା ପଣ୍ଡା, ରାଜେଶ ସାହୁ, ପ୍ରଭାତ ଷଡଙ୍ଗୀ, ପ୍ରବୀର ପାତ୍ର, ଡ. ସୁଦାଷ ସାହୁ, ମଦନ ମେହୋନ ପାତ୍ର, ରାମ କୁମାର ପାତ୍ର, ଏନ୍ ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବ, ମହନ୍ତ ଚିନ୍ମାୟାନନ୍ଦ, ଶିବ ଶଙ୍କର ନାୟକ, ଏଲ.ମୋହନ ଦାସ, ଶିବ ପାତ୍ର, ଏସ୍.ଶ୍ରୀନିବାସ, ଡି. କରୁଣାକର ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment