ପ୍ରତିଶୃତି ପରେ ବିଜେପିର ଗଣ ଧାରଣା ପ୍ରତ୍ୟାହୃତ

ନିଆଳୀ: ପୂର୍ବନିର୍ଦ୍ଧାରିତ ଅନୁଯାୟୀ ନିଆଳୀ ତହସିସଲ୍ ସମ୍ମୁଖରେ ବିଜେପି ପକ୍ଷରୁ ଦିଆଯାଇଥିବା ଗଣଧାରଣା ଜିଲ୍ଲା ପ୍ରଶାସନ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି । ଖବର ଅନୁଯାୟୀ ଗତ କାଲି ବୁଧବାର ବିଜେପି କାର୍ଯ୍ୟକର୍ତ୍ତା ନ୍ୟାୟବ୍ରତ ରାଉତଙ୍କ ନେତୃତ୍ତ୍ୱରେ ନିଆଳୀ ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ମହା ଦୁର୍ନୀତିର ତଦନ୍ତ ଦାବୀରେ ଗଣ ଧାରଣା ଦିଆଯାଇଥିଲା । ଗୁରୁବାର ଅପରାହ୍ନ ୪ଟାରେ କଟକ ଜିଲ୍ଳା ପ୍ରଶାସନ ପ୍ରତିନିଧିଭାବେ ସହକାରୀ ଉପ ଜିଲ୍ଲାପାଳ ସମିର ରଞନ ଦାଶ ଧାରଣାକାରୀଙ୍କ ସହ ଦିର୍ଘ ୩ଘଣ୍ଟା ସମୟ ଆଲୋଚନା କରିଥିଲେ । ଯେଉଁଥିରେ ଆସନ୍ତା ମଙ୍ଗଳବାର ଦିନ ଧାରଣା କାରୀଙ୍କ ପକ୍ଷରୁ ଏକ କମିଟି କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ଓ ସେପର୍ଯ୍ୟନ୍ତ ଘରଭଙ୍ଗା ସହାୟତା ହିତାଧିକାରୀଙ୍କୁ ନିଆଳୀ ତହସିଲ ପକ୍ଷରୁ ପ୍ରଦାନ ବନ୍ଦରହିବ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ସହ ଆଲୋଚନା ସନ୍ତୁଷ୍ଟ ଜନକ ନହେଲେ ଆମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଧାରଣାକାରୀ ନ୍ୟାୟବ୍ରତ ରାଉତ କହିଛନ୍ତି ।

Comments