ଭୁବନେଶ୍ୱର, ୨୮/୦୮ : ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଏବଂ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଫୋନ ଯୋଗେ ସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷ ଭାବେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଅଂଚଳରେ ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତି ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରାଗଲା ଏବଂ ସେମାନଙ୍କୁ ଯୁଦ୍ଧ କାଳୀନ ପରିସ୍ଥିତିରେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅବଗତ କରାଇଲେ । ବିଶେଷକରି ବନ୍ୟା ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକମାନଙ୍କ ସମେତ ଗୃହପାଳିତ ପଶୁ ବିଶେଷକରି ଗାଈଗୋରୁ ମାନଙ୍କୁ କିପରି ଯୁଦ୍ଧକାଳୀନ ଭିତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ବିଶେଷ ଆଲୋଚନା ହେଲା । ବନ୍ୟା ପ୍ରଭାବିତ ତଥା ସମ୍ବେଦନଶୀଳ ଅଂଚଳରେ କିପରି ପର୍ଯ୍ୟାପ୍ତ ପରିମାଣରେ ରିଲିଫ ସାମଗ୍ରୀ ମହଜୁଦ ରହିବା ସହ ଆବଶ୍ୟକ ପଡ଼ିଲେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ବିସ୍ତୃତ ଆଲୋଚନା କରିଛନ୍ତି । ଆଗାମୀ ୩୦ଦିନ ପର୍ଯ୍ୟନ୍ତ ସ୍ଥିତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକ ସ୍ଥଳେ ପ୍ରଭାବିତ ଅଂଚଳରେ କିପରି ଉତମ ସ୍ୱାସ୍ଥ୍ୟସେବା ସହ ଆବଶ୍ୟକୀୟ ଔଷଧ ପ୍ରଚୁର ମହଜୁଦ ରହିବ ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଗଲା । ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ତତ୍ପରତା ଆଗୁଆ ପଦକ୍ଷେପ ଦ୍ୱାରା ହୁଏତ ସାମ୍ଭାବ୍ୟ ବନ୍ୟା ପ୍ରଭାବିତ ସମସ୍ୟା ଏବଂ କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇ ପାରିବ କିନ୍ତୁ ଏହିସବୁ ଜିଲ୍ଲା ମାନଙ୍କରେ ଥିବା ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଏବଂ ଗୁଣବତାର ଆଗୁଆ ପଦକ୍ଷେପ ମାନ ଯାଂଚ ନିମନ୍ତେ ସେ ଅନୁରୋଧ କରିଛନ୍ତି ।
Comments
Post a Comment