ବଗଲା ବିବାଦ: ୧୧ ଦିନରେ ବିଜେପିର ଗଣଧାରଣା

ପୁରୀ,୩୧ା୮: ବଗଲା ଧର୍ମଶାଳା ଜମିକୁ ପ୍ଲଟିଂ କରାଯାଇ ଲଜିଂମାଲିକମାନଙ୍କୁ ବିକ୍ରି କରାଯିବା ପ୍ରତିବାଦରେ ବିଜେପି ପକ୍ଷରୁ ଚାଲିଥିବା ଗଣଧାରଣା ଓ ବିକ୍ଷୋଭ ଆଜି ଏକାଦଶ ଦିବସରେ ପହଞ୍ଚିଛି । ସୋମବାର ବିକ୍ଷୋଭ ଓ ଗଣଧାରଣାର ନେତୃତ୍ୱ ନେଇଥିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବିଜେପି ନେତା ଓ କର୍ମୀମାନେ ବଗଲା ଧର୍ମଶାଳା ବିକ୍ରି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସରକାର ଓ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟରୁ ନିବୃତ୍ତ ହେବା ପାଇଁ ଦାବି କରିଥିଲେ । ସତରୂପା ମିଶ୍ର, ପୁଷ୍ପଲତା ପାତ୍ର, ବିଜୟ ପ୍ରଧାନ, ଦିଗ୍‌ଦର୍ଶନ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଅଜିତ ସାମନ୍ତରାୟ, ସୋମନାଥ ଦାସ, ଉମାକାନ୍ତ ନାୟକ, ସୌମ୍ୟା ମିଶ୍ର, ସଞ୍ଜୀବ ମୁଖାର୍ଜୀ, ସୁଶାନ୍ତ ପଟ୍ଟନାୟକ, ବ୍ରଜବନ୍ଧୁ ଦାସ, ଅନିତା ପଟ୍ଟନାୟକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ।

Comments