ଶାଳଣିଆ,୩୧ା୮: ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳରେ ନଳକୂପ ଗୁଡିକର ବିଶୋଧନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼, କ୍ଷତିପୂରଣ ପ୍ରଦାନ, ଭାଙ୍ଗିଯାଇଥିବା ଘର ଚିହ୍ନଟ କରି ଗୃହ ପ୍ରଦାନ ପରି ସମ୍ବେଦନଶୀଳ ବିଷୟରେ ତୁରନ୍ତ ସରକାର ପଦକ୍ଷେପ ନେବାକୁ ବିଜେପି ନେତାମାନେ ବନ୍ୟା ଅଞ୍ଚଳ ପରିଦର୍ଶନ ଓ ସମୀକ୍ଷା ସହ ଦାବି କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରାଘବପୁରଠାରୁ ଭଦ୍ରକ ଜିଲ୍ଲା ବଳିପୁର ପର୍ଯ୍ୟନ୍ତ ବୈତରଣୀ ନଦୀରେ ବନ୍ଧର ଅବଶ୍ୟକତା ଥିବାବେଳେ ବେଲେଇ ନାଳରେ ବାଲି ପୋତି ହୋଇପଡ଼ିବା ଯୋଗୁଁ ଗ୍ରାମରୁ ବନ୍ୟାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଏଣୁ ତୁରନ୍ତ ମେସିନ ଦ୍ୱାରା ନାଳ ପାର୍ଶ୍ୱରୁ ବାଲି ସଫା କରିବା ପାଇଁ ଦାବି କରାଯାଇଛି । ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥୀ, ବରିଷ୍ଠ ନେତା ଅନନ୍ତ ନାୟକ, ମହେଶ୍ୱର ସାହୁ, ଅଲୋକ ସେଠୀ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ, ଯଜ୍ଞପ୍ରସାଦ, ସୁମତି ଜେନା, ବିଜୟ ରାଉତ, ରମାକାନ୍ତ ନାୟକ, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର, ଟିକି କିସ୍କୁ, କୈଳାଶ ସାମଲ, ଟୁକୁନା ମହାନ୍ତ, ଅନାଦି ସାହୁ, ଶଶିକାନ୍ତ ରାଉତ, ହରମୋହନ ଶାସିନୀ, ସରୋଜ ସାହୁ, ତୁଷାରକାନ୍ତି ମହାପାତ୍ର, ରମାକାନ୍ତ ସାହୁ, ଅଲୋକ ଦାସ, ଆଧାର ବେହେରା, ମଣି ଯେନା, ତୃପ୍ତିମୟି ଜେନା, ନିକୁଞ୍ଜ ବିହାରୀ ଦାସ ଉପସ୍ଥିତ ରହି ଆଇତିପୁର ପଞ୍ଚାୟତର ର ନୂଆଗାଁ, ରାଘବପୁର ପ୍ରମୁଖ ଗ୍ରାମ ବୁଲି ଦେଖିଥିଲେ
।
Comments
Post a Comment