ସକ୍ଷମ ତରଫରୁ ପ୍ରକୃତି ବନ୍ଦନା

କେନ୍ଦୁଝର,୩୦/୮ : ସକ୍ଷମ ଭାରତ ସମର୍ଥ ଭାରତ ଲକ୍ଷ୍ୟ ନେଇ କାର୍ଯ୍ୟରତ ସକ୍ଷମ, ପୂର୍ବ ଓଡିଶା ତରଫରୁ ପ୍ରକୃତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଦିନ ସଂଗଠନ ତରଫରୁ ଗୁରୁକୂଳ କ୍ୟାମ୍ପସ କେନ୍ଦୁଝର ଠାରେ ନେତ୍ରଦାନ ପାଖୁଡା ଉଦ୍‌ଘାଟିତ ହୋଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ମାନନୀୟ ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ବିହାରୀ ନନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟିତ କରିଥିଲେ ।
ପ୍ରକୃତି ବନ୍ଦନା କାର୍ଯ୍ୟକ୍ରମରେ ମାନନୀୟ ଅତିଥି ଶ୍ରୀ ନନ୍ଦ ବରଗଛକୁ ପୂଜନ କରିବା ସହ ବସ୍ତ୍ର ବନ୍ଧନ କରିଥିଲେ । ଏହି ଅବସରରେ ଶ୍ରୀ ନନ୍ଦ ପ୍ରକୃତି, ପର୍ଯ୍ୟାବରଣ ଓ ନେତ୍ରଦାନ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ୪୪ଟି ପଂଚାୟତରୁ ୭୧ ଜଣ ସ୍ୱଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ୧୦,୦୦୦ ବ୍ୟକ୍ତି ଯେପରି ନେତ୍ରଦାନ କରିବା ପାଇଁ ଆଗେଇ ଆସିବେ ସେଥିପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସକ୍ଷମର ରାଜ୍ୟ ସଂପାଦକ ସରୋଜ କୁମାର ସାହୁ, ପ୍ରଦେଶ ସଂଗଠନ ସଂପାଦକ ବୀରକିଶୋର ମହାନ୍ତ, ରାଜ୍ୟ ମିଡିଆ ପ୍ରମୁଖ ସନ୍ତୋଷ କୁମାର ମହାପାତ୍ର, ନେତ୍ରଦାନ ସଂଯୋଜକ ଜଶ୍ୱସିନୀ ବଳ, ସତ୍ୟବ୍ରତ ସାହୁ, ବିଭାଗ ସଂଯୋଜକ ନିରଞ୍ଜନ ବେଜ , ଗତିକୃଷ୍ଣ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments