କଟକ,୩୧ା୮: କଟକ ମହାନଗର ନିଗମ ଦୁର୍ନୀତିରେ ବୁଡ଼ି ରହିଛି । ବିଭିନ୍ନ ସମୟରେ ବହୁ ପ୍ରକଳ୍ପରେ ଅନିୟମିତା ହୋଇ କୋଟି କୋଟି ଟଙ୍କା ହେରଫେର ହୋଇଯାଇଛି । ଏପରିକି ସିଏମ୍ସିର ସ୍ଥାଣୁତା, ଅନିୟମିତତା, କରୋନା ପରିଚାଳନାରେ ଅବ୍ୟବସ୍ଥା ଓ ଭଷ୍ଟ୍ରାଚାରକୁ ବିରୋଧ କରି କଟକ ନଗର ବିଜେପି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସକୁ କଳାଦିବସ ଭାବେ ପାଳନ କରାଯାଇଛି । ନଗର ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ ନେତୃତ୍ୱରେ ଆଜି ସିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆୟୋଜିତ ପ୍ରତିବାଦ ସଭାରେ ଉପସ୍ଥିତ ବକ୍ତାମାନେ ସିଏମ୍ସି ନିର୍ବାଚନ, ପରିମଳ, ଜାଇକା, ବାଦାମବାଡ଼ି ବସ୍ଷ୍ଟାଣ୍ଡ୍ର ଉନ୍ନତିକରଣ, ୫୯ଟି ଯାକ ୱାର୍ଡ଼ ପାଇଁ ଏମ୍ସିସି, ମଡେଲ ବସ୍ତି, ମୁଖ୍ୟ ଓ ଗଳି ରାସ୍ତାଗୁଡ଼ିକର ନବୀକରଣ, କରୋନା ଭିନ୍ନ ଅନ୍ୟ ସ୍ୱାସ୍ଥ୍ୟସେବା ପ୍ୟାରେଣ୍ଟ୍ ଏ ପ୍ଲାଣ୍ଟ୍ ଯୋଜନା, କରୋନା କଣ୍ଟ୍ରୋଲ୍ ରୁମ୍ ଆଦି ବିଷୟରେ ଆଲୋକପାତ କରି ସିଏମ୍ସିର ଏତାଦୃଶ କାର୍ଯ୍ୟକୁ ନିନ୍ଦା କରିବା ସହର ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ତାତ୍ସଲ୍ୟ କରିଥିଲେ । ଏହି ଗୁରୁତର ସମସ୍ୟାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତୀକାତ୍ମକ ଭାବେ ହାତରେ କଳାକପଡ଼ା ଓ ମୁହଁରେ କଳାମାସ୍କ ପରିଧାନ କରି କର୍ମକର୍ତ୍ତାମାନେ କୋଭିଡ୍ କଟକଣା ମଧ୍ୟରେ କଳାଦିବସ ପାଳନ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ପାର୍ବତୀ ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ବିଶ୍ୱରଞ୍ଜନ ମିଶ୍ର, ନନ୍ଦକିଶୋର ଜେନା, ଦେବାନନ୍ଦ ସିଂ, ପୁଷ୍ପିତା ମହାପାତ୍ର, କୀର୍ତ୍ତି ପଟ୍ଟନାୟକ, ସତ୍ୟବ୍ରତ ମିଶ୍ର, ଅମିତ ମିତ୍ର, ସୁବାସ ମହାନ୍ତି, ପୁରନେନ୍ଦୁ ମହାନ୍ତି, ମମତା ନଦୀ, ସୁମିତ୍ରା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ଭଞ୍ଜ, ବଚନ ଦାସ, ସୁକାନ୍ତ ବିଶୋଇ, କବି ମହାନ୍ତି, ଶିବପ୍ରସାଦ ସେଠୀ, ପ୍ରତିମା ସ୍ୱାଇଁ, ଶୁଭେନ୍ଦୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment