ବ୍ରହ୍ମପୁର,୩୧ା୮/: ବ୍ରହ୍ମପୁର ମହାନଗର ନିଗମ ଗଠନ ହୋଇ ୧୨ ବର୍ଷ ବିତିଯାଇଥିବା ସତ୍ତ୍ୱେ ସହରର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହୋଇଛନ୍ତି । ଶତାଧିକ କୋଟି ବ୍ୟୟ ଯୋଗେ ନିର୍ମିତ ଜାନିବିଲି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସହରବାସିନ୍ଦାଙ୍କୁ ପାଣି ଯୋଗାଇପାରୁନାହିଁ । ସହରର ସଂଖ୍ୟାଧିକ ରାସ୍ତା ଖାଲଖମାରେ ଭର୍ତ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ସହରର ବିକାଶ ମୋ ଦାୟିତ୍ୱ ବୋଲି ବହୁବର୍ଷ ପୂର୍ବେ ପ୍ରତିଶ୍ରୁତି ଦେଇଥିଲେ ବି ସହରର ଜନସାଧାରଣ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଭଳି ଦୟନୀୟ ସ୍ଥିତିରେ ରହିଛନ୍ତି । କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଥିବା ସତ୍ତ୍ୱେ ବିକାଶ ଆଖିଦୃଷିଆ ହେଉନାହିଁ । ଏଭଳି ସ୍ଥିତିରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଜନସାଧାରଣଙ୍କ ସହ ପ୍ରତାରଣା ହୋଇଛି ବୋଲି ଗଞ୍ଜାମ ଜିଲ୍ଲା ବିଜେପିର ପୂର୍ବତନ ସଭାପତି କାହ୍ନୁଚରଣ ପତି ଅଭିଯୋଗ କରିଛନ୍ତି । ତେଣୁ ଆଜି ସ୍ୱାୟତ୍ତ ଶାସନ ଦିବସକୁ ବିଜେପି କଳା ଦିବସ ଭାବେ ପାଳନ କରୁଛି ବୋଲି କହିଛନ୍ତି । ଏହି ଅବସରରେ ଗାନ୍ଧୀନଗର ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରୀ ପତିଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁହଁରେ କଳା ପଟି ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପାଣିଗ୍ରାହୀ, ପ୍ରବୀର ପାତ୍ର, ପ୍ରଭାତ ଷଡଙ୍ଗୀ, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment