ଶୋକବାର୍ତା

କୁଶଳୀ ପ୍ରଶାସକ, ରାଜନୀତି ଠାରୁ ଉପରକୁ ଉଠି ସବୁ ଦଳରେ ସମାନ ରୂପରେ ସମ୍ମାନିତ,ମିଷ୍ଠଭାଷୀ, ଲୋକପ୍ରିୟ ତଥା ରାଷ୍ଟ୍ରହିତ ଭାବ ଜୀବନରେ ରଖିଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ପ୍ରଣବ ମୁଖାର୍ଜୀ ନିଜର ଜୀବନ ଯାତ୍ରା ପୂର୍ଣ୍ଣକରି ପରମତତ୍ୱରେ ବିଲିନ ହୋଇଛନ୍ତି । ଭାରତର ରାଜନୈତିକ, ସାମାଜିକ ଜୀବନରେ ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଏହି ଶୂନ୍ୟସ୍ଥାନ ପୂରଣ କରିିବା ସହଜ ହେବ ନାହିଁ । ସଂଘ ପ୍ରତି ତାଙ୍କର ଭଲ ପାଇବା, ପ୍ରେମ ଏବଂ ସୌହାର୍ଦ୍ଦ୍ୟ ହେତୁ ସେ ଆମ ପାଇଁ ଜଣେ ପଥପ୍ରଦର୍ଶକ ଥିଲେ । ତାଙ୍କର ବିୟୋଗ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି । ପରିବାରର ସମସ୍ତ ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ପ୍ରଣବ ଦାଙ୍କୁ ନିଜର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ । ମୋହନ ଭାଗବତ ସରସଂଘଚାଳକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

Comments