ହିଞ୍ଜିଳିକାଟୁ, : ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି କିଛି ଗାଡି ପୋଡି ଘଟଣାରେ ଗ୍ରାମର କିଛି ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଥିଲା ଏହାର ପ୍ରତିବାଦରେ ଗ୍ରାମବାସୀ ଥାନା ଘେରାଉ ଓ ପୁଲିସର ଲାଠିଚାର୍ଜ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ଦଳ କୋଳିଦାସପୁର ଗ୍ରାମ ଗସ୍ତ କରି ବାଲି ଖନନ ହେଉଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ପରେ ପ୍ରତିନିଧି ମଣ୍ଡଳ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଆସ୍କା ଲୋକସଭା ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଘୁମୁସର ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟ କାର୍ଯ୍ୟକାରିଣୀ ଶିଶିର ମିଶ୍ର ପ୍ରମୁଖଙ୍କ ସମେତ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବିଜୟ ସ୍ୱାଇଁ, ନୀଳ ବିଷୋୟୀ, ଅନିଲ ପଣ୍ଡା, ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲାଇ, ଲିଟୁନ ଦାସ, ନଗର ବିଜେପି ସଭାପତି ମାଧବ ଗୌଡ଼, ପୂର୍ବତନ ଉପସଭାପତି ଆକାଶ ପଟ୍ଟନାୟକ, ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ସାମିଲ ହୋଇଥିଲେ । ପରେ ପ୍ରତିନିଧି ମଣ୍ଡଳ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି
Comments
Post a Comment