ନୂଆଦିଲ୍ଲୀ, ୨୯ା୮: ପୁଣିଥରେ ପାକିସ୍ତାନର ଚାଲାକି ଧରାପଡ଼ିଛି । ସୀମା ସୁରକ୍ଷା ବଳ ଭାରତ- ପାକ୍ ସୀମାନ୍ତ ବାଡ଼ବନ୍ଦି ଅଞ୍ଚଳରେ ଏକ ସୁଡ଼ଙ୍ଗକୁ ଖୋଜି ବାହାର କରିଛନ୍ତି । ଭାରତରେ ଅନୁପ୍ରବେଶ ଘଟଣାକୁ ସଫଳ ରୂପ ଦେବା ପାଇଁ ଏପରି କରାଯାଇଥିଲା ବୋଲି ବିଏସ୍ଏଫ୍ ପକ୍ଷରୁ ଶନିବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏହି ସୁଡ଼ଙ୍ଗରୁ କେତେକ ସାମଗ୍ରୀ ଜବତ କରାଯାଇଛି ଏବଂ ସେଗୁଡ଼ିକ ପାକିସ୍ତାନର ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି ବୋଲି ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି । ସୁଡ଼ଙ୍ଗ ମଧ୍ୟରୁ କେତେକ ବାଲି ବସ୍ତା ଜବତ କରାଯାଇଛି । ଆତଙ୍କବାଦୀମାନଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାକୁ ଏପରି କରାଯାଇଥିଲା ବୋଲି କୁହାଯାଉଛି । ଏପରି ଘଟଣା ସାମ୍ନାକୁ ଆସିବା ପରେ ବିଏସ୍ଏଫ୍ ପକ୍ଷରୁ ସୀମାବର୍ତ୍ତି ଅଞ୍ଚଳର ସମସ୍ତ ସ୍ଥାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।
Comments
Post a Comment