ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ବନ୍ୟାଂଚଳ ପରିଦର୍ଶନ

ତାଳଚେର, ୨୮ା୮ : ଲଗୁଚାପ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷାରେ ବ୍ରାହ୍ମଣୀ ନଦୀରେ ଜଳପତନ ବୃଦ୍ଧି ପାଇ ତାଳଚେର ଏବଂ କଣିହାଁ ବ୍ଲକ ବିଭିନ୍ନ ତଳିଆ ଅଂଚଳରେ ବନ୍ୟାଜଳ ପଶିଛି । ସେହିପରି ରେଙ୍ଗଳି ଡ୍ୟାମ୍ ରୁ ମଧ୍ୟ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସିତ ହେଉଛି । ଏହା ଫଳରେ ତଳିଆ ଅଂଚଳରେ ଲୋକଙ୍କ ଘରଦ୍ୱାର,ଚାଷଜମି ଆଦିରେ ପାଣି ପଶିଯିବା ଦ୍ୱାରା ଏକ ପ୍ରକାରର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଉକ୍ତ ୨ ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଗ୍ରାମ ପରିଦର୍ଶନ କରିବାସହ ଲୋକମାନଙ୍କ ଅସୁବିଧା ପଚାରି ବୁଝିଛନ୍ତି ।

Comments