ବନ୍ୟାଞ୍ଚଳରେ ରାଜ୍ୟ ବିଜେପି ସଭାପତ
ବାଲିଚନ୍ଦ୍ରପୁର,୩୧ା୮: ସୋମବାର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତର ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ତାଙ୍କ ସହିତ ରାଜ୍ୟ ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର, ରାଜ୍ୟ ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଅମର ନାୟକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ପ୍ରମୁଖ ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରିଥିଲେ । ପ୍ରତ୍ୟେକ କଚ୍ଚାଘର ଭାଙ୍ଗିଯାଇଥିବା ବେଳେ ଲୋକମାନେ ଗାଈ ଗୋରୁ ଧରି ଖରାବର୍ଷାରେ ବନ୍ଧକଡ଼ରେ ପଡ଼ିରହିଛନ୍ତି । ଅଦ୍ୟାବଧି କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚିନଥିବା ବିପନ୍ନମାନେ ଅଭିଯୋଗ କରିଥିଲେ । ତେବେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ସରକାରୀ ବିଧିବ୍ୟବସ୍ଥା ଅନୁଯାୟୀ ତୁରନ୍ତ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବି ବିଜେପି ପକ୍ଷରୁ ଦାବି କରାଯାଇଛି ।
Comments
Post a Comment