ଋଷିଆ ୱାର ଗେମ୍‌ରୁ ଓହରିଲା ଭାରତ

ନୁଆଦିଲ୍ଲୀ,୨୯ା୮: ଆସନ୍ତା ମାସରେ ଋଷିଆ ପକ୍ଷରୁ ଆୟୋଜନ କରା ଯାଉଥିବା ବହୁ ରାଷ୍ଟ୍ରୀୟ ମିଳିତ ସମରାଭ୍ୟାସରେ ଯୋଗ ଦେବ ନାହିଁ ଭାରତ । କାରର ଏଥିରେ ଚୀନ ଓ ପାକିସ୍ତାନ ଭାଗ ନେଉଥିବା ଦୃଷ୍ଟିରୁ ଭାରତ ଏଥିରେ ସାମିଲ ହେବ ନାହିଁ ବୋଲି ନିଷ୍ପତି ନେଇଛି । ଭାରତୀୟ ପ୍ର୍‌ତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ବର୍ତ୍ତମାନ ସୀମା ବିବାଦ ନେଇ ଚୀନ ସହିତ ଭାରତର ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ତେଣୁ ଏପରି ସମୟରେ ଆମ ସୈନିକଙ୍କୁ ଋଷିଆର ମିଳିତ ସମରାଭ୍ୟାସରେ ଯୋଗ ଦେବା ପାଇଁ କଦାପି ଅନୁମତି ଦିଆଯିବ ନାହିଁ । କାରଣ ଗତ ଜୁନ ମାସ ୧୫ ତାରିଖ ଦିନ ଚୀନର ପିପୁଲ୍ସ ଲିବରେସନ ଆର୍ମି ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ସୈନିକଙ୍କ ଉପରେ ଅଚାନକ ଆକ୍ରମଣ କରି ଯେଉଁକାଣ୍ଡ ଭିଆଇଲେ ତାହା କଦାପି ବରଦାସ୍ତୁ କରାଯିବ ନାହିଁ ।ତେଣୁ ଋଷିଆର ମିଳିତ ସମରାଭ୍ୟାସରେ ଭାରତୀୟ ସୈନିକଙ୍କ ଯୋଗଦାନ ଅସମ୍ଭବ । ସେହିପରି ପାକିସ୍ତାନ ୁଏଥିରେ ସାମିଲ ହେଉଥିବାରୁ ଭାରତ କଦାପି ଅଂଶ ଗ୍ରହଣ କରିବ ନାହିଁ ବୋଲି ଭାରତ ରୋକ୍‌ଠୋକ୍ ଜଣାଇ ଦେଇଛି । ସୁଚନା ଯୋଗ୍ୟ ଯେ ଋଷିଆରେ ସେପ୍ଟେମ୍ବର ୧୫ର ୨୭ ତାରିଖ ପର୍ଯ୍ୟନ୍ତ ଆସ୍ତ୍ରାଖାନ ଅଞ୍ଚଳରେ ବହୁ ରାଷ୍ଟ୍ରୀୟ କାଭାକାଜ ମିଳିତ ସମରାଭ୍ୟାସ କରିବା ପାଇଁ ଆୟୋଜନ ଚାଲିଛି ।

Comments