ସତ୍ୟବାଦୀ,୨୯/ ୮ : ଜୈବିକ କୃଷି ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଗ୍ରାମ ବିକାଶ ତରଫରୁ ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ଓ ନିମାପଡା ବ୍ଲକର ୧୦ଟି ଗ୍ରାମରେ କୃଷକମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । ନାହାମଙ୍ଗ, ସୁନିନ୍ଦା, ବଡ ବସନ୍ତ, ବୁଢାଗେରା, ପଦ୍ମପୁର, ବଳଙ୍ଗା, କେତଙ୍ଗାପାଶା, ରାଉତରାସାହି,ବଡ ଚାନ୍ଦପୁର ଆଦି ଗ୍ରାମର ପ୍ରଶିକ୍ଷିତ କୃଷକମାନଙ୍କ ମଧ୍ୟରୁ ୩୦ ଉର୍ଦ୍ଧ୍ୱ ଲୋକ ଏହି ଜୈବିକ କୃଷିକୁ ଆପଣେଇଛନ୍ତି । ଜୈବିକ ଉପାୟରେ କମ୍ ସ୍ଥାନରେ ଛତୁ ଉତ୍ପାଦନ, ଗୋ ସଂରକ୍ଷଣ ସହିତ ଗୋ ଅର୍କ ପ୍ରସ୍ତୁତି, ଦେଶୀ ଗାଈ ଦୁଗ୍ଧ ସଂଗ୍ରହ କରି ସୁଲଭ ମୂଲ୍ୟରେ ବଜାରକୁ ପ୍ରେରଣ, ଗୋମୃତ୍ର, ଗୋବର, ଗୁଡ, ବେସନ, ବରଗଛ ମୂଳର ମାଟି ଦ୍ୱାରା ଜୀବାମୃତ ଓ ଘନଜୀବାମୃତ ପ୍ରସ୍ତୁତ କରୁଛନ୍ତି ।
Comments
Post a Comment