ନୂଆଦିଲ୍ଲୀ, ୩୦ା୮: ଚଳିତ ବର୍ଷ ଜୁନ୍ ୧୫ ତାରିଖରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ସୀମାରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ୨୦ଜଣ ଭାରତୀୟ ବୀର ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୪୩ଜଣ ଚୀନ୍ ସୈନିକ ମୃତାହତ ହୋଇଥିଲେ । ସେବେଠାରୁ ଲଦାଖରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ଉତ୍ତେଜନାକୁ କମ୍ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସାମରିକ ଅଧିକାରୀଙ୍କ ସ୍ତରରେ ଅନେକ ବୈଠକ ହୋଇଥିଲେ ମଧ୍ୟ ଚୀନ୍ ନିଜ ଜିଦ୍ରେ ଅଟଳ ରହିବାରୁ ବୈଠକ ସଫଳ ହୋଇପାରୁନି । ଭାରତ ଯେଉଁ ବିବାଦୀୟ ଅଞ୍ଚଳରୁ ଚୀନ୍ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରୁଛି ତାହାକୁ ଚୀନ୍ କର୍ଣ୍ଣପାତ କରୁନାହିଁ । ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ଓ ଭାରତ ଉଭୟ ସୀମାରେ ସୈନିକଠୁଳ କରି ପରସ୍ପର ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଚୀନ୍ର ବିରୋଧ ସତ୍ତ୍ୱେ ଭାରତ ଚୀନ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିସାରିଛି । ଭାରତ ପକ୍ଷରୁ ଦକ୍ଷିଣ ଚୀନ୍ ସାଗରରେ ଯୁଦ୍ଧପୋତ ମୁତୟନ କରାଯାଇଛି । ଏହି କ୍ଷେତ୍ରରେ ଭାରତୀୟନୌସେନାର ଜାହାଜଗୁଡ଼ିକର ଉପସ୍ଥିତିକୁ ପୂର୍ବରୁ ଚୀନ୍ ପକ୍ଷରୁ ବିରୋଧ କରାଯାଇଆସୁଛି । ଦକ୍ଷିଣ ଚୀନ୍ ସାଗରର ଏହି କ୍ଷେତ୍ରକୁ ଚୀନ୍ ସେନା ନିଜ ଅଞ୍ଚଳ ବୋଲି ଦାବି କରିବା ସହ ଅନ୍ୟ ରାଷ୍ଟ୍ରଙ୍କ ସୈନ୍ୟ ଉପସ୍ଥିତିକୁ ବିରୋଧ କରିଆସୁଛି । ଚୀନ୍ ୨୦୦୯ରୁ ଦକ୍ଷିଣ ଚୀନ୍ ସାଗରର ଏହି ବିବାଦୀୟ ଅଞ୍ଚଳରେ ଚୀନ୍ କବ୍ଚା କରିବା ସହ ସୈନ୍ୟ ଉପସ୍ଥିତି ବିସ୍ତାର କରିସାରିଛି । କିନ୍ତୁ ଏବେ ସେହି ଅଞ୍ଚଳରେ ଚୀନ୍ର ଦବ୍ଦବା କମ୍ କରିବା ପାଇଁ ଭାରତୀୟନୌସେନା ନିଜ ଫ୍ରଣ୍ଟଲାଇନ୍ଯୁଦ୍ଧପୋତ ମୁତୟନ କରିଛି । କେବଳସେତିକି ନୁହେଁ, ଭାରତୀୟଯୁଦ୍ଧପୋତଗୁଡ଼ିକ ସେହି ନିକଟରେ ଥିବାଆମେରିକୀୟ ଯୁଦ୍ଧପୋତଗୁଡ଼ିକ ସହ ସମ୍ପର୍କରେ ରହିଛି । କୌଣସିଉତ୍ତେଜନାମୂଳକ ସ୍ଥିତି ଉପୁଜିଲେ ଭାରତ ଓ ଆମେରିକାର ଯୁଦ୍ଧପୋତ ମିଳିତଭାବେ ଚୀନ୍ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିବାର ସମ୍ଭାବନା ଦେଖାଦେଇଛି । ଏହାଫଳରେ ଚୀନ୍ ହତବାକ୍ ହୋଇପଡ଼ିଛି । ଭାରତ ପକ୍ଷରୁ ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚୀନ୍ କେବେ ଚିନ୍ତା ବି କରିନଥିଲା । ଭାରତର ଯୁଦ୍ଧପୋତ ଏହି ବିବାଦୀୟ କ୍ଷେତ୍ରରେ ମୁତୟନ ହେବା ପରେ ଏହାର ପ୍ରଭାବ ଚୀନ୍ ନୌସେନା ଓ ଏହାର ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକ ଉପରେ ପଡ଼ିଛି । ଚୀନ୍ର ପ୍ରତ୍ୟେକ ଚାଲ୍ ଉପରେ ଭାରତୀୟ ସେନା କଡ଼ା ନଜର ରଖିଛି ।
Comments
Post a Comment