ସହାୟ ଆପ୍ ଜରିଆରେ ବିଜେପି ପକ୍ଷରୁ ଗରୀବ ଲୋକଙ୍କୁ ମାଗଣା ଔଷଧ ବଣ୍ଟନ

ବ୍ରହ୍ମପୁର: ଶନିବାର ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସମୟରେ ସାଧାରଣ ଲୋକଙ୍କ ପାଖରେ ସଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ପହଂଚୁ ନଥିବାରୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁ ଚରଣ ପତିଙ୍କ ଦ୍ୱାରା ପରିଚାଳିତ ସହାୟ ଆପ୍ ଜରିଆରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପଲ୍ଲୀ ଏବଂ ମାର୍କଣ୍ଡି ଗ୍ରାମରେ ଅସହାୟ ରୋଗୀମାନଙ୍କୁ ନିଃଶୁକ୍ତ ଡ଼ାକ୍ତରୀ ପରାମର୍ଶ ସହ ଔଷଧ ବିତରଣ କରାଯାଇଥିଲା । ଡ଼ା. ସୁବାଷ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଫାର୍ମାସିଷ୍ଟ ରାଜୀବ କୁମାର ମିଶ୍ର ରୋଗୀମାନଙ୍କୁ ସରକାରୀ ସୀକୃତି ପ୍ରାପ୍ତ ଔଷଧ ଯଥା ପାରାସିଟାମଲ, ଲିଭୋସେଟ୍ରଜିନ୍‌, ଭିଟାମିନ ବି କମ୍ପେ୍ଲକ୍ସ, ଭିଟାମିନ୍ ସି, ଭଳି ଅନ୍ୟାନ୍ୟ ଔଷଧ ଯୋଗାଇଥିଲେ । ଏହାକୁ ସାଧାରଣ ଗ୍ରାମବାସୀ ଅତି ଉଚ୍ଚ ପ୍ରଶଂସା କରିବା ସହ ଏହାକୁ ବ୍ୟାପକ ଭାବେ କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଶ୍ରୀ ଜେନା ସହାୟ ଆପ୍ କିମ୍ବା ଟୋଲ ଫ୍ରୀ ନମ୍ବର (୧୮୦୦-୧୦୨୨-୧୩୫) ନିଃଶୁକ୍ଲ ସେବା ଯୋଗାଇ ଦେବା ସହ ଜନସେବା କାର୍ଯ୍ୟରେ ଭାରତୀୟ ଜନତା ପାର୍ଟି ସଦାସର୍ବଦା ଆଗରେ ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ପାତ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେ. ଲକ୍ଷ୍ମଣ ପାତ୍ର, ଯୁଧିଷ୍ଠିର ନାୟକ, ଜଗମୋହନ ପାତ୍ର, ବି. ଗୁଦ୍ରେୟା, ସୂରଜ କୁମାର ନାୟକ, ସଲିପ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Comments