ବେଜିଂ: ଭାରତ ବିରୋଧରେ ସବୁବେଳେ ଷଡଯନ୍ତ୍ର ରଚୁଥିବା ପାକିସ୍ତାନ ଏବଂ ଚାଇନାର ଏକ ନୂଆ ଷଡଯନ୍ତ୍ର ସାମ୍ନାକୁ ଆସିଛି । ଏହି ଦୁଇ ଦେଶ ମିଶି ଗତ ପାଞ୍ଚ ବର୍ଷ ହେବ ମାରାତ୍ମକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । କରୋନା ଭାଇରସ୍ କାରଣରୁ ଚର୍ଚ୍ଚାକୁ ଆସିଥିବା ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଏହି କାମର ଦାୟିତ୍ୱ ଦିଆଯାଇଛି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ ପାକିସ୍ତାନ-ଚୀନ୍ ଇକୋନମିକ କରିଡର (ସିପିଇସି) ଆଳରେ ରୂପ ଦିଆଯାଉଛି । କ୍ଲାକ୍ସୋନ ନିଜ ରିପୋର୍ଟରେ ଏହାର ଦାବି କରିଛି । ଆନ୍ଥୋନି କ୍ଲାନଙ୍କ ଦ୍ୱାରା ଲେଖାଯାଇଥିବା ଏକ ରିପୋର୍ଟ ଅନୁସାରେ, ବୁହାର ବୈଜ୍ଞାନିକ ୨୦୧୫ରୁ ମାରାତ୍ମକ ଭାଇରସ୍ ଉପରେ ଗବେଷଣା କରୁଛନ୍ତି । ଏହି କଥାରା ଖୁଲାସା ସେତେବେଳେ ହୋଇଥିଲା ଯେବେ ଗତ ମାସରେ ଚୀନ୍ ଏବଂ ପାକିସ୍ତାନ ସମ୍ଭାବିତ ଜୈବ-ଯୁଦ୍ଧ କ୍ଷମତା ବିସ୍ତାର କରିବା ପାଇଁ ତିନି ବର୍ଷର ଏକ ଗୁପ୍ତ ଚୁକ୍ତି କରିଥିଲେ । ବୁହାନ ଏବଂ ପାକିସ୍ତାନୀ ବୈଜ୍ଞାନିକଙ୍କ ଦ୍ୱାରା କରାଯାଉଥିବା ଗବେଷଣାର ରିପୋର୍ଟ ଏକ ଷ୍ଟଡି ପେପରରେ ମଧ୍ୟ ଛପାଯାଇଛି । ଏଥିରେ ଜୁନୋଟିକ ପାଥାଞ୍ଜସ (ପଶୁଙ୍କଠୁ ମନୁଷ୍ୟକୁ ଆସୁଥିବା ଭାଇରସ୍)ର ଚିହ୍ନଟ ଏବଂ ଲକ୍ଷଣ ସମ୍ପର୍କରେ କୁହାଯାଇଛି । ରିସର୍ଚ୍ଚରେ ବେଷ୍ଟ ନିଲ୍ ଭାଇରସ୍, ମର୍ସ-କରୋନାଭାଇରସ୍, କ୍ରିମିୟାକଗ୍ନୋ ହେମୋରଜିକ ଫିବର ଭାଇରସ୍, ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଭାଇରସ୍ ଏବଂ ଚିକନଗୁନିଆ ଉପରେ ମଧ୍ୟ ପ୍ରୟୋଗ କରାଯାଇଛି । ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏହି ରୋଗଗୁଡିକ ପାଇଁ କୌଣସି ବି ଭ୍ୟାକ୍ସିନ ବିକଶିତ ହୋଇନାହିଁ ଏବଂ ଏହାକୁ ବିଶ୍ୱର କିଛି ସବୁଠୁ ସଂକ୍ରମକ ଏବଂ ମାରାତ୍ମକ ଭାଇରସ୍ ମଧ୍ୟରେ ଗଣାଯାଇଥାଏ । ଅଧ୍ୟୟନ ମଧ୍ୟରୁ ଜଣେ ବୁହାନର ରାଷ୍ଟ୍ରୀୟ ଭାଇରସ୍ ସଂସାଧନ କେନ୍ଦ୍ରକୁ ଭାଇରସ୍ ସଂକ୍ରମିତ ସେଲ୍ସ ଯୋଗାଇବା ପାଇଁ ଧନ୍ୟବାଦ ମଧ୍ୟ କହିଥିଲା । ଏହି ପାଞ୍ଚ ଅଧ୍ୟୟନକୁ ଚୀନ୍-ପାକିସ୍ତାନ ଇକୋନମିକ କରିଡର (ସିପିଇସି) ଆଳରେ ରୂପ ଦିଆଯାଇଛି । ପାଞ୍ଚ ଅଧ୍ୟୟନକୁ ଡିସେମ୍ବର ୨୦୧୭ ଏବଂ ଚଳିତ ବର୍ଷ ୯ ମାର୍ଚ୍ଚ ମଧ୍ୟରେ ପ୍ରକାଶିତ କରାଯାଇଥିଲା ଏବଂ ଯାହାଦ୍ୱାରା ନୂଆ ବୁହାନ-ପାକିସ୍ତାନ ସୈନ୍ୟ ଜୈବ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଯାଉଛି । ଅବଶ୍ୟ ଏହି ଅଧ୍ୟୟନର ପାକିସ୍ତାନୀ ସେନା ସହ ଲିଙ୍କ ହେବାର ସୂଚନା ନାହିଁ । ରିପୋର୍ଟ ମୁତାବକ ରିସର୍ଚ୍ଚ ପାଇଁ ହଜାର ହଜାର ପକିସ୍ତାନୀ ପୁରୁଷ, ମହିଳା ଏବଂ ଶିଶୁଙ୍କ ରକ୍ତ ନମୁନା ନିଆଯାଇଛି । ଏମାନଙ୍କ ମଧ୍ୟରେ ପଶୁଙ୍କ ସହ କାମ କରୁଥିବା ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକ ମଧ୍ୟ ସାମିଲ ଥିଲେ
Comments
Post a Comment