ବୋଟ୍‌ରେ ଓଲଟା ଉଡ଼ିଲା ତ୍ରିରଙ୍ଗା ପତକା

ମହାକାଳପଡ଼ା : ଜାତୀୟ ସଙ୍ଗୀତ ଓ ଜାତୀୟ ପତାକାକୁ ଅବମାନନା କରିବା କିଭଳି ଦଣ୍ଡନୀୟ ଅପରାଧ ଯାହା ସମସ୍ତଙ୍କୁ ଜଣା । ଏଥିପାଇଁ ସମସ୍ତେ ଯତ୍ନବାନ ହେବା ସହିତ ଓ ସମ୍ମାନ ସହକାରେ ଜାତୀୟ ପତକାକୁ ସମ୍ମାନ ଦେଇଥାନ୍ତି । ଏପରିକି ଜାତୀୟ ପତାକା ଉତୋଳନ ବେଳେ ଓଲଟା ଉଡ଼ାଇବା ଓ ପତାକା ଉତୋଳନ ବେଳେ ପତକା ଛିଡ଼ିଯିବା ଭଳି ସଙ୍ଗୀନ ମାମଲାରେ ଅନେକ ଲୋକ ଆଇନ ଅନୁଯାୟୀ ଦଣ୍ଡିତ ହେବାର ନଜିର ରହିଛି । କିନ୍ତୁ ସମୁଦ୍ରରେ ମାଛ ଧରୁଥିବା ବୋଟ୍ ମାଲିକ ମାନଙ୍କର ବୋଟ୍‌ରେ ଜାତୀୟ ପତାକା ବାନ୍ଧିବାବେଳେ ଓ ନିଜକୁ ଭାରତୀୟ ବୋଲି ପରିଚୟ ଦେବା ବେଳେ ଏଥିପ୍ରତି କିଭଳି ଅସାବଧାନତା ନୀତି ଅବଲମ୍ବନ କରାଯାଇଛି ଯାହାକି ମହାକାଳପଡ଼ା ବ୍ଳକ ଖରିନାସୀ ଜେଠୀରେ ଦେଖିବାକୁ ମିଳିଛି । ଏଠାରେ ସମୁଦ୍ରକୁ ଯିବାରେ ଅପେକ୍ଷା କରିଥିବା ୫୦ରୁ ଉର୍ଦ୍ଧ୍ୱ ବୋଟ୍ ଗୁଡିକରେ ଜାତୀୟ ପତାକା ସମ୍ମାନର ସହ ଉଡ଼ୁଥିବା ବେଳେ ଗୋଟିଏ ବୋଟ୍‌ରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଯାହାକୁ ନେଇଦେଶପ୍ରେମୀ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି । କିଭଳିଭାବେ ଏହିଭଳି ଦାୟିତ୍ୱହୀନତା କାର୍ଯ୍ୟ କରାଗଲା । ଜାତୀୟ ପତାକାକୁ କିଭଳି ଓଲଟା ଉଡ଼ାଗଲା । ଯାହାକି ତଦନ୍ତ ସାପେକ୍ଷ । ସମୁଦ୍ରରେ ବୋଟ୍ ଗୁଡ଼ିକରେ କାଗଜପତ୍ର, ଲାଇସେନ୍ସ ଓ ବୋଟ୍ ପଞ୍ଜିକରଣ ଇତ୍ୟାଦି ବାବଦରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ତଦନ୍ତ କରିବା ଆବଶ୍ୟକ । କିନ୍ତୁ ଏଥିରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅବହେଳା କରିଥିବା ନେଇ ଆଲୋଚନା ହେଉଛି

Comments