କଟକ : ଭାରତୀୟ ମଜଦୂର ସଂଘ ପକ୍ଷରୁ ସମଗ୍ର ଦେଶ, ଜିଲ୍ଲା ଓ ବ୍ଲକ ସ୍ତରରେ ପର୍ଯ୍ୟାବରଣ ଦିବସ ପଳନ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଅଛି । ରାଜସ୍ଥାନରେ ବୃକ୍ଷ କଟାନଯିବା ପାଇଁ ଅମୃତା ଦେବୀଙ୍କ ବଳିଦାନ ଦିବସକୁ ଭାରତୀୟ ମଜଦୂର ସଂଘ ଅଗଷ୍ଟ ମାସ ୨୮ ତରିଖକୁ ପର୍ଯ୍ୟାବରଣ ଦିବସଭାବେ ପାଳନ କରୁଅଛି । ଏହି ଅବସରରେ କଟକ ଜିଲ୍ଲା ତରଫରୁ ଜାତୀୟ ଧାନ ଗବେଷଣା କେନ୍ଦ୍ର ନିକଟରେ ଏକ ସଭାର ଆୟୋଜନ କରାଯିବା ସହିତ ଭର୍ରଚୁଆଲ ମିଟିଂ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକମ୍ରରେ କେନ୍ଦ୍ରିୟ ଡେପୁଟି ଚିଫ ଲେବର କମିସନର ଡ. ପି.କେ. ରଥ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିବା ବେଳେ ଅତିଥିଭାବେ ରଘୁନାଥ ପୃଷ୍ଟି ଯୋଗଦାନ କରି ପର୍ଯ୍ୟାବରଣ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, ସୁଧୀର ନାୟକ, ପବିତ୍ର ଦାସ, ରାଜେନ୍ଦ୍ର ନାୟକ, ସୁରେନ୍ଦ୍ର ନାଥ, ଭାରତୀ ତ୍ରିପାଠୀ, ଭାଗୀରଥି ବେହେରା, ବୈକୁଣ୍ଠ ବିହାରୀ ନାୟକ ଏବଂ ସଂଜୟ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Comments
Post a Comment