ଗୋରୁ ବୋଝେଇ ଟ୍ରକ୍ ଜବତ, ଚାଳକ ଫେରାର

ବ୍ରଜରାଜନଗର: ୪୯ ନମ୍ବର ଜାତୀୟ ରାଜପଥ ନୂଆଡ଼ିହି ଟୋଲଗେଟ ନିକଟରୁ ଗୋରୁ ଚାଲାଣ କରୁଥିବା ପିକଅପ ଗାଡି ଜବତ ହୋଇଛି । ଗାଡ଼ିରେ ୮ଟି ଗୋରୁ ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିଲା । ସେପଟେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଥିବା ସୂଚନା ମିଳିଛି ।ତେବେ ଏନେଇ ଗାନ୍ଧିଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ଼ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୬.୩୦ ସମୟରେ ଏକ ଗୋରୁ ବୋଝେଇ ଏକ ପିକଅପ ( ଓଡ଼ି-୧୬-ବି୨୩୯୫) ବେଲପାହାଡ଼ ପଟରୁ ଝାରସୁଗୁଡା ଅଭିମୁଖେ ଯାଉଥିଲା । ବଜରଙ୍ଗ ଦଳ , ହିନ୍ଦୁ ଚେତନା ମଞ୍ଚ ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡିଟିକୁ ଧରିଥିଲେ । ତେବେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇ ଯାଇଥିଲା । ବଜରଙ୍ଗ ଦଳ , ହିନ୍ଦୁ ଚେତନା ମଞ୍ଚର କାର୍ଯ୍ୟକର୍ତମାନେ ଗୋରୁ ବୋଝେଇ ପିକଅପ ଗାଡିକୁ ଗାନ୍ଧିଛକ ଫାଣ୍ଡିରେ ହସ୍ତାନ୍ତର କରିଛନ୍ତି ଓ ଗୋରୁମାନକୁ ଦୁର୍ଗାପୂଜା ପଡ଼ିଆରେ ଛାଡି ଦେଇଛନ୍ତି । ପିକପ୍ ଗାଡିକୁ ଗାନ୍ଧୀଛକ ଫାଣ୍ଡି ପୋଲିସ ଜବତ କରିଛି ।

Comments