ହିନ୍ଦୁ ଆଧ୍ୟାତ୍ମିକ ସେବା ସଂସ୍ଥା ପକ୍ଷରୁ ପ୍ରକୃତି ବନ୍ଦନା ଉତ୍ସବ ପାଳିତ

ରାଇରଙ୍ଗପୁର :--ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ଦିଗରେ ହିନ୍ଦୁ ଆଧ୍ୟାତ୍ମିକ ସେବା ସଂସ୍ଥା ତରଫରୁ ବାମନଘାଟୀର ବିଭିନ୍ନ ଧର୍ମ ପୀଠ ସ୍ଥାନ ମାନଙ୍କରେ "ପ୍ରକୃତି ବନ୍ଦନା" ଉତ୍ସବ ପାଳିତ ହୋଇଯାଇଛିI ହିନ୍ଦୁ ସଂସ୍କୃତିରେ ଆଦିମ କାଳରୁ ତୁଳସୀ, ବେଲ, ଅଶ୍ୱସ୍ଥ, ନିମ୍ବ ଓ ବର ଗଛ ପ୍ରଭୁତିଙ୍କୁ ପ୍ରତ୍ୟେକ ଜନସାଧାରଣ ବାଡ଼ି ବଗିଚା ରେ ପୂଜା କରାଯାଇଥାଏI ନଦୀ, ପୁଷ୍କରିଣୀ, ସମୁଦ୍ରକୁ ପରିଷ୍କାର କରିବା ସହିତ ପ୍ଲାଷ୍ଟିକ ବ୍ୟାଗ ବର୍ଜନ କରିବା ପାଇଁ ସଚେତନତା ସୃଷ୍ଟି କରା ଯାଇଥିଲା Iଏହି କାର୍ଯ୍ୟକ୍ରମରେ ବାମନଘାଟୀ ସ୍ତରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ବ୍ୟବସ୍ଥା ପ୍ରମୁଖ ଉଦୟ ନାରାୟଣ ସିଂ, ରାଜୀବ ଲୋଚନ ସିଂ, ବଳରାମ ବାରିକ, ସଞ୍ଜୟ ମହାନ୍ତ,ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ବିଜେପି ରାଜ୍ୟ ସମ୍ପାଦକ ନବୀନ ରାମ, ସଂଜୀବ ମହାନ୍ତି, ନଳିନୀ ଦାଶ, ବରୁଣ କୁମାର ଦେ, ବଂଶୀ ଧର ଦାସ, ଅଙ୍କିତ ପାଢିଆ, ତିଳତମା ରାମ, ସରୋଜିନୀ ପଟ୍ଟନାୟକ, ଯୋଗେଶ୍ୱର ମହାନ୍ତ, ସଂଜୀବ କୁମାର ସିଂ, ତନ୍ମୟ ଦାସ, ରୁଦ୍ର ଦାସ, ପ୍ରମୋଦ ସିଂ, ବାବୁଲ ମହାନ୍ତ, ପ୍ରମୋଦ ପାଲ, ଜେ.ଏସ.ଏଫର କୌଶିକ ମହାନ୍ତି, ଜୟନ୍ତ ମହାପାତ୍ର ପ୍ରମୁଖ ଉପଖଣ୍ଡର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳର ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁରର ବୁଦ୍ଧିଜୀବୀ ଓ ବନଖଣ୍ଡ ଅଧିକାରୀ ଡ଼ ଅରୁଣ କୁମାର ମିଶ୍ର ଓ ଏ.ସି.ଏଫ ନବୀନ ଚନ୍ଦ୍ର ନାୟକ ବୃକ୍ଷ ରୋପଣ ତଥା ପ୍ରକୃତି ବନ୍ଦନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ I

Comments