ବ୍ରହ୍ମପୁର, ୨୬ା୮ : ପୁରୀର ବଗଲା ଧର୍ମଶାଳାକୁ ବିକ୍ରୀ ବାତିଲ କରିବାକୁ ଦାବି କଲା ବ୍ରହ୍ମପୁର ବରିଷ୍ଠ ନାଗରିକ ମଂଚ । ଏହି ଅବସରରେ ଆଜି ବ୍ରହ୍ମପୁର ବିଜିପୁର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ବଗଲା ଧର୍ମଶାଳାକୁ ସ୍ଥାନୀୟ ପ୍ରଶାସନ ୨୬ଟି ପ୍ଳଟ କରି ଲଜିଂ ମାଲିକଙ୍କୁ ବିକ୍ରୀ ପ୍ରସ୍ଥାବକୁ ମଂଚ ପକ୍ଷରୁ ବିରୋଧ କରାଯାଇଥିଲା । ୧୯୦୪ ମସିହାରେ ଭକ୍ତଙ୍କ ରହିବା ଲାଗୀ କହ୍ନେଇ ଲାଲ ବଗଲା ଧର୍ମଶାଳା ନିର୍ମାଣ କରାଯାଇଥିଲା । ପରେ ୧୯୨୦ ମସିହାରେ ବିହାର ଓଡିଶା ପ୍ଳେସେସ ଅଫ୍ ପିଲିଗ୍ରିମ୍ ଆକ୍ଟ ଅନୁଯାୟୀ ଧର୍ମଶାଳା ପରିଚାଳିତ ହେଉଥିଲା । କମ ଭଡାରେ ଗରିବ ଓ ଜନସାଧାରଣ ଭକ୍ତ ଧର୍ମଶାଳାରେ ରହୁଥିଲେ । ୨୦୧୯ରେ ଓଡିଶା ସରକାର ଶ୍ରୀ ମନ୍ଦିର ସୁରକ୍ଷା ଓ ଏହାର ଚାରି ପାଖରେ ସୌନ୍ଦ୍ୟଯର୍ଧ୍ୟକରଣ ପାଇଁ ଯୋଜନାକୁ ପୁରୀ ବାସିନ୍ଦା ସମେତ ସାରା ଓଡିଶା ବାସୀ ଆନନ୍ଦିତ ହୋଇଥିଲେ । କିନ୍ତୁ ବର୍ତମାନ ସମୟରେ ସରକାର ଓଡିଶା ଲ୍ୟାଣ୍ଡ ରେକର୍ଡ ସେଟେଲମେଂଟ ଆଇନ ଓ ଭୂମୀ ଅଧିଗ୍ରହଣ ଆଇନ ଧାରାକୁ ଉଲ୍ଲଘଂନ କରିବା ଏକ ପରିତାପର ବିଷୟ ବୋଲି ମଂଚ କହିଛି । ଏହା ସହ ତୁରନ୍ତ ବଗଲା ଧର୍ମଶାଳା ବିକ୍ରୀ ବାତିଲ କରିବାକୁ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରାଯିବା ସହ ପୁରୀର ସମସ୍ତ ଧର୍ମଶାଳାକୁ ସରକାର ହାତକୁ ନେଇ ଜଗନ୍ନାଥ ପ୍ରେମୀଙ୍କୁ ସୁଲଭ ଦରରେ ଭଡାରେ ରହିବାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ମଂଚ କର୍ମକର୍ତା । ଏହି ଅବସରରେ ମଂଚ ପକ୍ଷରୁ ଆୟୋଜିତ ଭକ୍ତ ନୀରବ ପ୍ରତିବାଦରେ ମଂଚ ସଭାପତି ତ୍ରୀନାଥ ମହାରଣା, ରାମେଶ୍ୱର ଶତପଥି,ପୁର୍ଣ୍ଣଚନ୍ଦ୍ର ଚୌଧୂରୀ, ରଘୁନାଥ ମହାନ୍ତି,ରବିନ୍ଦ ନାଥ ସ୍ୱାଇଁ,କାଶୀନାଥ ପାତ୍ରଙ୍କ ସମେତ ବହୁ ସଦସ୍ୟ ପ୍ରମୁଖ ସାମିଲ ହୋଇଥିଲେ ।
Comments
Post a Comment