ଭାରତୀୟ ଯବାନଙ୍କ ସୀମାରେ ମାନବିକତା ଆଉ ଚୀନ ସେନାଙ୍କ ...

ନୂଆଦିଲ୍ଲୀ: ଭାରତ -ଚୀନ୍ ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ଲାଗି ରହିଛି । କିନ୍ତୁ ଏଭଳି ପରିସ୍ଥିତିରେ ନିକଟରେ ଚୀନ୍‌ର ୩ଜଣ ନାଗରିକ ରାସ୍ତା ଭୁଲି ସୀମାନ୍ତ ଅଂଚଳକୁ ଚାଲି ଆସିଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ଚଳିତ ମାସ ୩ ତାରିଖରେ ଜିରୋ ଡିଗ୍ରୀ ସେଲସିଅସ୍ ତାପମାତ୍ରା ମଧ୍ୟରେ ଜଣେ ମହିଳାଙ୍କ ସମେତ ୨ଜଣ ଚୀନ୍ ନାଗରିକ ଜୀବନ ବଂଚାଇବାକୁ ସଂଘର୍ଷ କରୁଥିଲେ । ଏହି ଘଟଣାକୁ ଭାରତୀୟ ଜବାନମାନେ ଦେଖିବା ପରେ ସେମାନଙ୍କୁ ଅକ୍ସିଜେନ୍ ଦେବା ସହ ରନ୍ଧା ଖାଦ୍ୟ ପ୍ରଦାନ କରିଥିଲେ । ଏସବୁ ଗ୍ରହଣ କରି ସେମାନେ ନୂଆ ଜୀବନ ପାଇବା ପରେ ଭାରତୀୟ ଯବାନଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଭାରତୀୟ ବୀର ଜବାନମାନେ ଚୀନ୍ ସୀମାରେ ମାନବିକତା ପ୍ରଦର୍ଶନ କରି ଚୀନ୍ ନାଗରିକଙ୍କୁ ସହାୟତା କରୁଥିବା ବେଳେ ଏହାର ଓଲଟା କରିଥିଲେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍‌ଏ) । ସେପ୍ଟେମ୍ବର ୪ ତାରିଖ ଦିନ ସୀମା ନିକଟରୁ ଅରୁଣାଚଳ ପ୍ରଦେଶ ମାଚୋ ଅଂଚଳର ୫ ଯୁବକଙ୍କୁ ଅପହରଣ କରିନେଇଥିଲେ । ଶେଷରେ ଭାରତୀୟ କୂଟନୀତି ଆଗରେ ମୁଣ୍ଡ ନୁଆଁଇଲା ଚୀନ । ୮ ଦିନପରେ ସେପ୍ଟେ୍‌ମ୍ବର ୧୨ ତାରିଖ ଦିନ ଚାଇନା ସୈନ୍ୟ ସେମାନଙ୍କୁ ସୀମା ନିକଟରେ ଥିବା ୱାଛା ଠାରେ ଭାରତୀୟ ଯବାନଙ୍କୁ ହସ୍ତାନ୍ତର କରିଛନ୍ତି । କରୋନା ମାର୍ଗଦର୍ଶିକା ଅନୁସାରେ ସେମାନଙ୍କ୍‌ୁ ୧୪ ଦିନ କ୍ୱାରେଟାଂଇନରେ ରଖାଯିବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ରାଜ୍ୟର ସୀମାବର୍ତୀ ଉପର ସୁବନସିରି ଜିଲ୍ଲାରୁ ତନୁ ବାକାର, ପ୍ରଶାନ୍ତ ରିଙ୍ଗ୍‌ଲିଙ୍ଗ, ନଗାରୁ ଦିରି, ଡୋଙ୍ଗତୁ ଲବିୟା ଏବଂ ତୋଚ ଇଙ୍ଗକାମ୍ ଆଦି ଯୁବକଙ୍କୁ ମାଛ ଧରୁଥିବାବେଳେ ଅପହରଣ କରାଯାଇଥିଲା ।

Comments