ଭୁବନେଶ୍ବର ମହାନଗର ପର୍ଯ୍ଯାବରଣ  ବିଭାଗ ତରଫରୁ ବୃକ୍ଷ ରୋପଣ

ଆଜି  ଚନ୍ଦ୍ରଶେଖରପୁର  ନିଳାଦ୍ରୀ ବିହାର ଅଞ୍ଚଳରେ ତଥା ସରସ୍ବତୀ ବିଦ୍ଯାମନ୍ଦିର ଚର୍ତୁପାର୍ଶ୍ବ ଏବଂ ମଙ୍ଗଳା ମନ୍ଦିର ସମୂଖ ବିଡିଏ ନୂଆ ରାସ୍ତା ପାର୍ଶ୍ବରେ ଭୁବନେଶ୍ବର ମହାନଗର ପର୍ଯ୍ଯାବରଣ  ବିଭାଗ ତରଫରୁ ନିଳାଦ୍ରୀ ବିହାର ପ୍ରଭାତ ଶାଖା ସହାୟତାରେ ବୃକ୍ଷ ରୋପଣ କାର୍ଯ୍ଯ କରାଯାଇଥିଲା । ନିମ୍ବ, କରଞ୍ଜ,, ଅଶୋକ, ଅର୍ଜୁନ, ଅଁଳା, ବେଲ, ବଉଳ ସମେତ ବହୁ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା। ଏଠାରେ ଗଛ ଲଗାଇବା ସହ ତାହାକୁ ଗାଈ ଗୋରୁଙ୍କ ଠାରୁ ବିପଦମୁକ୍ତ କରିବା ପାଇଁ ବାଉଁଶ ଜାଲି ମଧ୍ଯ ପ୍ରତି ବୃକ୍ଷରେ ଦିଆଯାଇଥିଲା। ଉଲେଖନୀୟ ବିଷୟ ଏହା ଯେ ଆଜି ଉଦ୍ଯେଗୀଙ୍କ ସଂଖ୍ଯା ଯଥେଷ୍ଟ ଥିଲା। ସରସ୍ବତୀ ବିଦ୍ଯାମନ୍ଦିର, ଶିଶୁମନ୍ଦିରର ବହୁ ଛାତ୍ର  ସହଯୋଗ କରିଥିଲେ। ସଂଘର ବରିଷ୍ଟ କାର୍ଯ୍ଯକର୍ତ୍ତା ସମେତ ଗୁରୁଜୀ ମାନେ ମଧ୍ଯ ଆମମାନଙ୍କୁ ସହଯୋଗ କରିଥିଲେ।ରୋଟରୀ କ୍ଲବ ଭୂବନେଶ୍ବର ଶାଖା ର ମଧ୍ଯ ସହଯୋଗ ମିଳିଥିଲା। ସୁରେଶ ଭାଇ, ହରିଭାଇ,ପ୍ରଭାସ ଭାଇ, ସତ୍ଯଭାଇ, ଇନ୍ଦ୍ରମଣୀ ଭାଇ ସମେତ ଅନ୍ଯାନ୍ଯ କିଛି ଗୁରୁଜୀ ମାନେ ଥିଲେ। ସୁରେଶ ଭାଇ ଓ ହରିଭାଇ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ଓ ରୋଟାରୀ କ୍ଲବ ସହାୟତାରେ ଏହାକୁ ଅଧିକ ଆଗେଇ ନେବାପାଇଁ ଚେଷ୍ଟା ଜାରି ରଖିଛନ୍ତି।

Comments