ବାଂଲାଦେଶର ଗାଜିପୁରର କାଳୀ ମନ୍ଦିର ରେ  ଭଙ୍ଗାରୁଜା

 
ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ବାଂଲାଦେଶର  ଗାଜୀପୁରର ଦକ୍ଷିଣ ସିଲାନା ଅଂଚରେ ଅବସ୍ଥିତ କାଲି ମନ୍ଦିରରେ  ଭଙ୍ଗାରୁଜା ା  ସେପ୍ଟେମ୍ବର 11, 2020 ତାରିଖ  ଦିନଏହି ମନ୍ଦିରରେ ଥିବା  ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦିଆଯାଇଛି ା  ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣାକୁ ନେଇ ଗାଜିପୁର ସଦର ପୋଲିସ ଷ୍ଟେସନର ଓସି ଆଲାମଗିର ହୁସେନ୍ ଭୁୟାନ୍ କହିଛନ୍ତି ଯେ ରାତିରେ ଅଜ୍ଞାତ ଦୁଷ୍କର୍ମକାରୀମାନେ ମନ୍ଦିରରେ ପ୍ରବେଶ କରି ଚାରି ହିନ୍ଦୁ ଦେବତାଙ୍କ ମୂର୍ତ୍ତି ଭାଙ୍ଗିଥିଲେ। ପରଦିନ ହିନ୍ଦୁ ପୂଜକମାନେ ମୂର୍ତ୍ତିଗୁଡ଼ିକର ମୁଣ୍ଡ ଭୂମିରେ ପଡ଼ିଥିବାର ଦେଖି ଥିଲେ। ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ  କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ।  ଉଚ୍ଚ ପଦାଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମାନବାଧିକାର କର୍ମୀ ପ୍ରଦୀପ ଚନ୍ଦ୍ର ଖଣ୍ଡବିଖଣ୍ଡିତ ପ୍ରତିମୂର୍ତ୍ତିର ଚିତ୍ର ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ବାଂଲାଦେଶର ଘାଜିପୁର ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ  ହୋଇଛି ଏବଂ ମନ୍ଦିର ସମସ୍ତ ଦେବତା ଏବଂ ଦେବତାଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆ ଯାଇଛିା  ମନ୍ଦିର ପରିଚାଳନା କମିଟିର ସଭାପତି ନରେଶ ରାୟଙ୍କ ଅନୁଯାୟୀ, ଅନେକ 'ପ୍ରଭାବଶାଳୀ ସ୍ଥାନୀୟ ଲୋକ' ମନ୍ଦିରର ଜମି ଦଖଲ କରିବାକୁ ଅନେଇ ବସିଛନ୍ତି। ସେ କହିଛନ୍ତି ଯେ ଗୁରୁବାର ଦିନ ମଧ୍ୟ ସେମାନେ ମନ୍ଦିର ଖାଲି କରିବାକୁ ଚେଷ୍ଟା କରିଥିଲେ। ତେବେ କିଛି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେମାନେ ତାହା କରିପାରିନଥିଲେ। ସେହି ଘଟଣା ଯୋଗୁଁ ସେମାନେ ରାତିରେ ମନ୍ଦିର ଏପରି କରିଛନ୍ତି ା  ଏହି ଘଟଣାକୁ ପୂଜା ଉଦଜଂପ ପରିଷଦ (ଗାଜିପୁର) ନିନ୍ଦା କରିଛି। ଏଥିସହ ମନ୍ଦିର ଉପରେ ଆକ୍ରମଣରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି ା 

Comments