ପିଓକେରେ ଚୀନ ଓ ପାକିସ୍ତାନ ବିରୋଧରେ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି

ନିଲମ-ଝେଲମ ନଦୀରେ ଚୀନ କମ୍ପାନୀ ଦ୍ୱାରା ର୍ନିମାଣଧୀନ ନଦୀବନ୍ଧକୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ବାସୀ ଖୋଲାଖୋଲି ବିରୋଧ କରିଛନ୍ତି । ମୁଜଫରବାଦ ସହରରେ ଏକ ମଶାଲ ରାଲି ବାହାର କରାଯାଇ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି । ସେମାନଙ୍କର ଦାବି ହେଲା ‘ଦରିଆ ବଚାଓ, ମୁଜଫର ବଚାଓ\' । ‘ଦରିଆ ବଚାଓ, ମୁଜଫର ବଚାଓ\' ଓ ନୀଲମ ଓ ଝେଲମ ବହିବାକୁ ଦିଆଯାଉ, ଆମକୁ ବଂଚିବାକୁ ଦିଆଯାଉ ବୋଲି ଆନ୍ଦୋଳନକାରୀମାନେ ନାରା ଦେଇଥିଲେ । ରାଲିରେ ସହରର ଶତାଧିକ ନିବାସୀ ଓ ପିଓକେର ଅନ୍ୟ ଅଂଚଳରେ ରହୁଥିବା ଲୋକ ସାମିଲ ହୋଇଛନ୍ତି । ନିକଟରେ ପାକିସ୍ତାନ ଓ ଚୀନ ଆଜାଦ ପଟ୍ଟନ ଓ କୋହଲାରେ ଜଳବିଦ୍ୟୁତ୍ ଶକ୍ତି ପ୍ରକଳ୍ପକୁ ନେଇ ଚୁକ୍ତି କରିଥିଲା । ୭୦୦.୭ ମେଗାୱାଟ୍ ବିଜୁଳି ଆଜାଦ ପଟ୍ଟନ ହାଇଡଲ ପାୱାର ପ୍ରକଳ୍ପ ଜୁଲାଇ ୬ରେ ହୋଇଥିବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି)ର ଅଂଶ ବିଶେଷ । ୧.୫୪ ବିଲିୟନର ୟୁଏସଡି ପ୍ରକଳ୍ପ ଚୀନର ଜିୟୋଝାବା ଗ୍ରୁପ କମ୍ପାନୀ ଦ୍ୱାରା କରାଯାଉଛି । କୋହଲା ହାଇଡ୍ରୋଇଲେକ୍ଟ୍ରିକ ପାଓ୍‌ାର ପ୍ରୋଜେକ୍ଟ ଝେଲମ ନଦୀରୁ ୭ କିଲୋମିଟର ଏବ ପାକିସ୍ତାନ ରାଜଧାନୀ ଇସାଲାମାବାଦରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ୨୦୨୬ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲିଚୀନ ଓ ପାକିସ୍ତାନ ଆଶା ରଖିଛନ୍ତି । ଏହି ପ୍ରକଳ୍ପ ଚାଇନା ଥ୍ରୀ ଗୋରଜେସକର୍ପୋରେସନ, ଇଂଟରନ୍ୟାସନାଲ କର୍ପୋରେସନ ଓ ସିଲ୍କ ବ୍ୟାଙ୍କ ଫଣ୍ଡ ଦ୍ୱାରା ପ୍ରାୟୋଜିତ । । ମୁଜଫରବାଦ ନିବାସୀ ଏହି ଅଂଚଳରେ ଚୀନ ଲୋକଙ୍କ ଉପସ୍ଥିତି, ବନ୍ଧ ର୍ନିମାଣ ଓ ନଦୀର ବିବିଧତାକୁ ନେଇ ଚିନ୍ତିତ । ସେମାନଙ୍କୁ ନିଜର ଅସ୍ଥିôକୁ ନେଇ ମଧ୍ୟ ଅସୁରିକ୍ଷ ମଣୁଛନ୍ତି । ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ନାମରେ ଦୁଇ ଦେଶ ପିଓକେ ଓ ଗିଲଗିଟ୍ ବାଲିଷ୍ଟାନର ପ୍ରାକୃତିକ ସମ୍ବଳ ଲୁଟି ଚାଲିଛନ୍ତି । ତେଣୁ ପିଓକେରେ ପାକିସ୍ତାନ ବିରୋଧରେ ଅଧିକ ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଚୀନ ପ୍ରେମରେ ଅନ୍ଧ ହୋଇଯାଇଛନ୍ତି । ସିପିଇସି ପ୍ରକଳ୍ପକୁ ସଫଳ କରିବା ପାଇଁ ସେ ସେନାକୁ ଦମନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments