ବନ୍ୟା ବିପନ୍ନ ପରିବାରକୁ ସାହାର୍ଯ୍ୟ ସହଯୋଗ ଯୋଗାଇଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ବେଣୀପୁର ପଂଚାୟତରେ ପାଣି ଘେରରେ ଥିବା ବିପନ୍ନ ପରିବାରଙ୍କୁ ସହାୟତାର ହାତ ବଢାଇଲେ ସ୍ୱୟଂସେବକ
କେନ୍ଦ୍ରାପଡ଼ା, ୧୦/୯ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦ୍ରାପଡ଼ା ଜିଲ୍ଳା ତରଫରୁ ବନ୍ୟାଚଂଳରେ ବ୍ୟାପକ ସେବାମୂଳକ କାର୍ଯ୍ୟ ସହ ବନ୍ୟା ବିପନ୍ନଙ୍କୁ ଆବଶ୍ୟକୀ ସହାୟତା ପ୍ରଦାନ କରାଯାଉଛି । ଡ଼େରାବିଶ ବ୍ଲକ୍ ବେଣୀଫୁର ପଂଚାୟତ ବନ୍ୟା ସମୟରେ ବିରୁପା ନଦୀରେ ଘାଇ ହେବାରୁ ଶହ ଶହ ପରିବାର ବନ୍ୟାପାଣି ଘେରରେ ରହିଥିଲେ । ଏ ସମୟରେ ଆର୍‌.ଏସ୍‌.ଏସ୍ ସେବା ବିଭାଗ ପକ୍ଷରୁ ୫୦ରୁ ଊର୍ଦ୍ଧ୍ୱ ସ୍ୱୟଂସେବକ ବନ୍ୟାବିପନ୍ନ ପରିବାରଙ୍କୁ ପଲିଥିନ, ଓଆର୍‌ଏସ୍ ପ୍ୟାକେଟ୍‌, ଶୁଖିଲା ଖାଦ୍ୟ ସହ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହାସହ ବନ୍ୟାସାରା କ୍ଷତିଗ୍ରସ୍ତ ଗୃହପାଳିତ ଗାଈଗୋରୁମାନଙ୍କୁ ଗୋଖାଦ୍ୟ ଏବଂ ଔଷଧ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘ ଚାଳକ ନିହାର ରଞ୍ଜନ ପଣ୍ଡା, ବୈଦ୍ଧିକ ପ୍ରମୁଖ ସୁରେଶ ଚନ୍ଦ୍ର ନାୟକ, ସେବାପ୍ରମୁଖ ନାରାୟଣ ସାହୁ ଓ ପ୍ରଚାର ଟୋଲି ସଭ୍ୟ ନିଳୟ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
ୟୁବିଏସ୍‌ଏସ୍ ତରଫରୁ ବନ୍ୟାଚଂଳରେ ବିଦ୍ୟାର୍ଥୀମାନଙ୍କୁ ଯୋଗାଇ ଦିଆଗଲା ପାଠ୍ୟ ଉପକରଣ
ଯାଜପୁର: ଉତ୍କଳ ବିପନ୍ନ ସହାୟତା ସମିତି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯାଜପୁର ଜିଲ୍ଲା ତରପରୁ ବନ୍ୟାଚଂଳର ବିପନ୍ନ ପରିବାରରେ ଥିବା ବିଦ୍ୟାର୍ଥିମାନଙ୍କୁ ସ୍କୁଲ ବ୍ୟାଗ, ଖାତା, କଲମ, ପେନସିଲ ଆଦି ବିତରଣ କରାଯାଇଛି । ୟୁବିଏସ୍‌ଏସ୍ ତରଫରୁ ଦିଆଯାଉଥିବା ଏହି ସାହାର୍ଯ୍ୟ ସହଯୋଗକୁ ସ୍ୱୟଂସେବକମାନେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାହାବଳପୁର ପଂଚାୟତର ପରିଡାବାଦ, ବନ୍ଧଡିହ ପଂଚାୟତର ଜୟପୁର ଓ ମୀରପାଟଣା ଗ୍ରାମରେ ବିତରଣ କରିଥିଲେ । ବନ୍ୟାଚଂଳର ବିପନ୍ନ ପରିବାରରେ ଥିବା ବିଦ୍ୟାର୍ଥିମାନଙ୍କୁ ପାଠ ପଢିବା ପାଇଁ ଉପକରଣମାନ ଯୋଗାଇ ଦେବା ସହିତ ଜରିପାଲ, ଚାଉଳ, ଚୁଡା, ଚିନି, ଗୋଖାଦ୍ୟ ପାଇଁ ଚୋକଡ ଇତ୍ୟାଦି ସାମଗ୍ରୀ ବିତରଣ କରାଯାଇଥିଲା । ଶୁଖୁଆଖଳା ଠାରେ ୟୁବିଏସ୍‌ଏସ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର
କଟକ,୯/୯: କଟକ ଜିଲ୍ଲା ବାଙ୍କୀର ଶୁଖୁଆଖଳା ଠାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ୨୫୦ଜଣ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଛି । ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ସ୍ୱୟଂସେବକମାନଙ୍କ ଦ୍ୱାରା ଶୁଖୁଆଖଳା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ସେବାକାର୍ଯ୍ୟରେ ସୁଶାନ୍ତ କୁମାର ପ୍ରଧାନ, ସରୋଜ କୁମାର ମିଶ୍ର, ରାକେଶ ରଣା, ଗଣେଶ ଭୋଇ, ବୁଲୁ ଭୋଇ, ଓମ୍ ପ୍ରକାଶ, ରାଉଳ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିବା ବେଳେ ୨୫୦ଜଣ ରୋଗୀଙ୍କର ଚିକିତ୍ସା କରାଯାଇଥିଲା । ବାଙ୍କୀର ଓସ୍ତିଆ ଓ ସାଂପୂରରେ ୟୁବିଏସ୍‌ଏସ୍‌ର ସେବାକାମ
ବାଙ୍କୀ,୯/୯: ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ବାଙ୍କୀ ଅଂଚଳରେ ବନ୍ୟା ପ୍ରପୀଡିତଙ୍କୁ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଇଛି । ସଂଘର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ୭ ତାରିଖ ଦିନ ସ୍ୱୟଂସେବକମାନେ ବାଙ୍କୀ ବ୍ଲକ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଓସ୍ତିଆ ଗ୍ରାମରେ ଥିବା ବିପନ୍ନ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ, ମଶା ଧୂପ ଆଦି ବିତରଣ କରାଯାଇ ଥିଲା । ୮ ତାରିଖ ଦିନ ସାଂପୁରରେ ମଧ୍ୟ ଚୁଡା, ଚିନି, ବିସ୍କୁଟ, ମଶାଧୂପ ବିତରଣ କରାଯାଇଥିଲା । ଏଥି ସହିତ ଏହି ଗ୍ରାମକୁ ୟୁବିଏସ୍‌ଏସ୍ ତରଫରୁ ଏକ ମେଡିକାଲ ଟିମ୍ ଆସି ସମସ୍ତଙ୍କ ସ୍ୱାସ୍ଥ୍ୟା ପରୀକ୍ଷା କରିଥିଲେ । ରୋଗୀମାନଙ୍କର ବିଭିନ୍ନ ପ୍ରକାର ରୋଗର ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଚାନ୍ଦବାଲିର ଦୁଇଟି ପଂଚାୟତର ୪୦୦ ପରିବାରଙ୍କ ନିକଟରେ ସାହାର୍ଯ୍ୟ ପହଁଚାଇଲା ଆରଏସ୍‌ଏସ୍
ଚାନ୍ଦବାଲି,୬/୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭଦ୍ରକ ଜିଲ୍ଲା ତରଫରୁ ଚାନ୍ଦବାଲି ବ୍ଲକର ନାନ୍ଦପୁର ଓ ଓଳଗ ପଂଚାୟତର ୪୦୦ ପରିବାରକୁ ବିଭିନ୍ନ ପ୍ରକାର ଅତ୍ୟାବଶକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ନାନ୍ଦପୁର ଓ ଓଳଗ ପଂଚାୟତର ପାଲଟପୁର, ଓଳଗ,ଭୁଇଁପୁର, କୁଚିଳାଖାଇ, ନାନ୍ଦପୁର ଆଦି ପ୍ରମୁଖ ଗାଁ ମାନଙ୍କରେ ଗୋଖାଦ୍ୟ, ପାଲ, ଚୁଡା, ଚିନି, ବିସ୍କୁଟ ବିତରଣ କରିଥିଲେ ସ୍ୱୟଂସେବକ । ସଂଘର ଭଦ୍ରକ ଜିଲ୍ଲା ପ୍ରଚାରକ ରଶ୍ମୀରଞ୍ଜନ ମହାକୁଡ,ସମାଜସେବିକା ମାନସୀ ନାୟକ, ଦିଲ୍ଲୀପ କୁମାର ରାଉତ, ଜୀତେନ୍ଦ୍ର ନାୟକ, ସତ୍ୟବ୍ରତ ନାୟକ, ସିଲଟନ୍ ପ୍ରଧାନ, ଶ୍ରୀକାନ୍ତ ମହାଳିକ, ସିଦ୍ଧାନ୍ତ ମହାଳିକ, ସୁନୀଲ ମହାଳିକ ଆଦି ବନ୍ୟାଚଂଳ ବୁଲି ଏହିସବୁ ସାମଗ୍ରୀ ବିତରଣ କରିଥିଲେ ।
ରାଜନଗରରେ ୧୦କୁଇଂଟାଲ ଗୋଖାଦ୍ୟ ବିତରଣ କଲେ ସ୍ୱୟଂସେବକ
ରାଜନଗରରେ ଆରଏସ୍‌ଏସ୍ ପକ୍ଷରୁ ରିଲିଫ ବିତରଣ ରାଜନଗର,୬ା୯: କେନ୍ଦ୍ରାପଡା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ରାଜନଗର ବ୍ଲକର ବନ୍ୟା ପ୍ରପୀଡିତଙ୍କୁ ରିଲିଫ ବଂଟନ କରାଯିବା ସହ ସେବାକାର୍ଯ୍ୟ କରାଯାଇଥିଲା । ଏହି ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର ପଚାଂୟତର ଚକିବାଙ୍କ, ବେଲପାଳ, ନଗଡ, ରାଜପୁର, ଚନ୍ଦନପୁର ଓ ବାଲିଚନ୍ଦ୍ରପୁର ଗ୍ରାମରେ ଦୁଇଶହ ପରିବାରଙ୍କୁ ରିଲିଫ ସହାୟତା ପ୍ରଦାନ କରାଯାଇଥିଲା । ଏହି ଗାଁଗୁଡିକର ନଳକୂପ ଓ ସନ୍ତସନ୍ତିଆ ସ୍ଥାନଗୁଡିକରେ ବିଶୋଧନ କରାଯାଇଥିଲା । ରିଲିଫ ସହାୟତା ସୂରୁପ ପଲିଥିନ, ସୋଲାର ଲାଇଟ୍‌, ମହମବତୀ, ଦିଆସିଲ ସହ ପୁରଷମାନଙ୍କ ପାଇଁ ଲୁଙ୍ଗି ଗାମୁଛା ଓ ମହିଳାମାନଙ୍କ ପାଇଁ ଶାଢୀ, ମଶାରୀ ଏବଂ ମଶାଧୂପ ବଂଟନ କରାଯାଇଥିଲା । ଏହାଛଡା ଓଆରଏସ ଓ ଔଷଧ ବଂଟନ କରାଯିବା ସହ ୧୦କୁଇଂଟାଲ ଗୋଖାଦ୍ୟ ବଂଟନ କରାଯାଇଥିଲା । ରାଜନଗର ଅଂଚଳର ସଂଘର ସମସ୍ତ କର୍ମକର୍ତା ଯୋଗଦେଇଥିଲେ । ଆରଏସ୍‌ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ଓ ୯୦୦ ପ୍ୟାକେଟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ
କେନ୍ଦ୍ରାପଡା,୫/୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଅଳପୁଆ, ଦାଣ୍ଡିସାହି, ତରଡିପାଳ, କଅଁରପୁର, ପାଳିନି, ଚଟିବାଙ୍କ, ବେଲପାଳ, ନଗଡ, ରାଜପୁର ଏବଂ ବାଲି ଅଂଚଳର ବନ୍ୟା ପୀଡିତଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇ ଦିଆ ଯାଉଛି । ଗତ ଅଗଷ୍ଟ ୩୦ ତାରିଖ ଠାରୁ ବର୍ତମାନ ପର୍ଯ୍ୟନ୍ତ ୫୦ଜଣ ସ୍ୱୟଂସେବକମାନେ ସେବା କାମରେ ଲାଗିଛନ୍ତି । ଆରଏସ୍‌ଏସ୍ ତରଫରୁ ୨୦ କୁଇଂଟାଲ ଗୋଖାଦ୍ୟ ଓ ୯୦୦ ପ୍ୟାକେଟ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିଛନ୍ତି । ସ୍ୱୟଂସେବକମାନେ ପାଲ, ମଶାରୀ, ସୋଲାର ଲାଇଟ, ଔଷଧ, ଗୋଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ବିପନ୍ନ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି । ସଂଘ ତରଫରୁ ଏହି ସେବାକାମକୁ କଟକ ବିଭାଗ ସଂଘଚାଳକ ବଳରାମ ଦାଶ, ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, କେନ୍ଦ୍ରାପଡା ଜିଲ୍ଲା ପ୍ରଚାରକ ପ୍ରଶନଜିତ ଦାସ, ଜିଲ୍ଲା ବୌଦ୍ଧିକ ପ୍ରମୁଖ ସୁରେଶ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ସମ୍ପର୍କ ଟୋଲି ସଦସ୍ୟ ଶିବରାମ ପାଣି ଉପସ୍ଥିତ ରହି ବିତରଣ କାର୍ଯ୍ୟରେ ସ୍ୱୟଂସେବକମାନଙ୍କୁ ସହଯୋଗ କରୁଛନ୍ତି ।
ବାଙ୍କୀରେ ରନ୍ଧାଖାଦ୍ୟ ବିତରଣ କଲେ ସ୍ୱୟଂସେବକ
ବାଙ୍କୀ,୩/୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ବାଙ୍କୀ ଅଂଚଳରେ ବନ୍ୟା ପୀଡିତଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ସଂଘର ସ୍ୱୟଂସେବକମାନେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ନିଜେ ରୋଷେଇ କରି ଖେଚଡି ଓ ତରକାରୀ ପ୍ୟାକେଟ ପ୍ରଭାବିତ ଅଂଚଳରେ ବିତରଣ କରିଥିଲେ । ପଶ୍ଚିମବାଙ୍କୀର ବିଲିତେନ୍ତୁଳିଆ, ମଇଜୁରି, କାଇଁମୁଣ୍ଡି, କରବର, ଶୁଖୁଆଖଳା, ବିଲିପଡା ଆଦି ଅଂଚଳରେ ପ୍ରାୟ ୪୫୦ ବନ୍ୟା ପୀଡିତ ଲୋକଙ୍କୁ ଏହି ରନ୍ଧାଖାଦ୍ୟ ବଂଟନ କରିଛନ୍ତି । ସଂଘର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ସୁଶାନ୍ତ କୁମାର ପ୍ରଧାନ, ରାଜେଶ କୁମାର ରଣା, ଗୋପିନାଥ ମହାପାତ୍ର, ପ୍ରିୟବ୍ରତ ରଥ, ସତ୍ୟବ୍ରତ ମହାପାତ୍ର, ଭିକାରୀ ମିଶ୍ର, ଗଣେଶ ଭାଇ, ପ୍ରେମାନନ୍ଦ ନାଥ, ସୂର୍ଯ୍ୟନାରାୟଣ ନନ୍ଦ ପ୍ରମୁଖ ଏହି ସେବାକାମରେ ଲାଗିଛନ୍ତି ।
୨୨୭୦ ବନ୍ୟା ବିପନ୍ନ ପରିବାରକୁ ସୁଖିଲା ଖାଦ୍ୟ ଯୋଗାଇଲା ୟୁବିଏସ୍‌ଏସ୍‌ ଯାଜପୁର,୩/୯: କରାଳ ବନ୍ୟା ପରିସ୍ଥିତିରେ ବିପଦପୂର୍ଣ୍ଣ ଥିବା ଲୋକଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତତ୍ୱାବଧାନରେ ଉତ୍କଳ ବିପିନ୍ନ ସହାୟତା ସମିତି ବା ୟୁବିଏସ୍‌ଏସ୍ ତରଫରୁ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ ମଧ୍ୟରୁ ୭ଟି ବ୍ଲକ ବରୀ, ରସୁଲପୁର, ବିଂଝାରପୁର, ଦଶରଥପୁର, ଯାଜପୁର, ଧର୍ମଶାଳା ଓ ବଡଚଣାରେ ବହୁତ କ୍ଷୟକ୍ଷତି ହୋଇଛି । ଅଗଷ୍ଟ ୩୦ ତାରିଖରୁ ନିରନ୍ତର ରିଲିଫ ବିତରଣ କରାଯାଉଛି । ବରି ବ୍ଲକର ବାଲିବିଲି, ଉତରବରୀ, ବେହେରା ସାହି, ରସୁଲପୁର ବ୍ଲକର ବ୍ରହ୍ମବରଦା, ବନ୍ଧଡିହ, କଲଣ, ରାଜେନ୍ଦ୍ରପୁର, ବିଂଝାରପୁର ବ୍ଲକର ଅଣ୍ଡାଳ, ଗୋବିନ୍ଦପୁର, ବାରମାଣିଆ,ଖରଖରି, ଦଶରଥପୁର ବ୍ଲକର ଦତପୁର ପଂଚାୟତ, ଯାଜପୁର ବ୍ଲକର ଜମୁନା, ଧର୍ମଶାଳା ବ୍ଲକର ଦେଓଦା ପଂଚାୟତ ଓ ବଡଚଣା ବ୍ଲକର ଚାରିନଙ୍ଗଳ ଗ୍ରାମ ପଂଚାୟତର ପିରବାଟଲ, ବଡଦୁରା, ବାଲିପଡିଆ ପଂଚାୟତ ଅଂଚଳର ୨୨୭୦ ପରିବାରକୁ ସୁଖିଲା ଖାଦ୍ୟ ଚୁଡା, ଚିନି, ବିସ୍କୁଟ, ମହମବତୀ, ମଶାଧୂପ, ଦିଆସିଲି ଆଦି ଯୋଗାଇ ଦିଆଯାଇଛି । ଏଥି ସହିତ ଗୃହହୀନ ମାନଙ୍କୁ ତାର୍ପୋଲିନ ଯୋଗାଇ ଦିଆଯାଇଥିବା ବେଳେ ୧୫୦ କି.ଗ୍ରା ଗୋଖାଦ୍ୟ ମଧ୍ୟ ବିତରଣ କରାଯାଇଛି । ବନ୍ୟା ଛାଡିବା ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରିଲିଫ କାର୍ଯ୍ୟ ଚାଲୁରହିବ । ଏହି ସେବାକାର୍ଯ୍ୟରେ ୫୦ରୁ ଅଧିକ ସ୍ୱୟଂସେବକ କାର୍ଯ୍ୟରତ ଅଛନ୍ତି ।
ଭଦ୍ରକ,୨/୯: ଭଦ୍ରକ, ପୁରୀ, ଖୋର୍ଦ୍ଧା, ଯାଜପୁର, କଟକ, କେନ୍ଦ୍ରପଡା ଓ ବାଲେଶ୍ୱର ଆଦି ଜିଲ୍ଲାର ବନ୍ୟା ପ୍ରଭାବିତ ପରିବାରଙ୍କୁ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଆଜି ଭଦ୍ରକ ଓ ଯାଜୁପର ଜିଲ୍ଲାରେ ସ୍ୱୟଂସେବକମାନେ ପହଁଚି ଅନେକ ବନ୍ୟା ପୀଡିତ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଭଦ୍ରକ ଜିଲ୍ଲାର ସ୍ୱୟଂସେବକମାନେ ଚାନ୍ଦବାଲି ବ୍ଲକ ଆରଡି ପଂଚାୟତ ବାଟୁଳ ଗ୍ରାମରେ ପାଣି ଘେରରେ ଥିବା ୪୦ଟି ଅସହାୟ ପରିବାରଙ୍କୁ ଚୁଡା, ଚିନି, ବିସ୍କୁଟ, ପରିବା, ଗ୍ରସରି, ଚାଉଳ ଆଦି ଯୋଗାଇ ଦେଇଛନ୍ତି । ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଜଳ ଘେରରେ ଥିବା ଅନେକ ଲୋକମାନେ ରୋଷାଇ ବାସ କରି ପାରୁନଥିବାରୁ ସେମାନଙ୍କୁ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଅସହାୟ ବର୍ଗଙ୍କ ପାଇଁ ଆଶାର ପଥିକ ପାଲଟିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ବର୍ତମାନର କରୋନ ସମୟରେ ଦେଶରେ ଲକ୍ଷ ଲକ୍ଷ ଶ୍ରମିକ , କର୍ମଜୀବି ଓ ଅହାୟବର୍ଗଙ୍କୁ ଖାଦ୍ୟ , ବସ୍ତ୍ର ଓ ଔଷଧ ଆଦି ସହାୟତା ପ୍ରଦାନ କରି ଆସୁଛି । । ଏବେ ଓଡିଶାରେ ୨୦ଟି ଜିଲ୍ଲାରେ ଯେଉଁ ଉତ୍କଟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ଏହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ବନ୍ୟା ପୀଡିତଙ୍କ ନିକଟରେ ପହଂଚି ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରୁଛନ୍ତି ।
ଆଳି,୨/୯: ଚଳିତ ବନ୍ୟାରେ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ଘେରରେ ଥିବା ଲୋକ ଓ ଗୃହପାଳିତ ପଶୁମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରି ଅବସ୍ଥାରେ ଖାଦ୍ୟ ପାଇଁ ଯେପରି କେହି ଅସୁବିଧାରେ ନପଡନ୍ତୁ ସେଥିପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ କଅଁରପୁର ଗ୍ରାମରେ ୩୪୦ଟି ଗାଇ ଓ ୬୦ଟି ମଇଁଷିଙ୍କ ପାଇଁ ୪ କୁଇଂଟାଲ ଗୋଖାଦ୍ୟ ବିତରଣ କରାଯାଇଛି । ଗୋପାଳପୁର ଗ୍ରାମର ନୀଳକଣ୍ଠେଶ୍ୱର ମହାଦେବଙ୍କ ପାଖରେ ଭାଙ୍ଗିଥିବା ବନ୍ଧ ଘେରରେ ଥିବା ୮ଟି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ଏବଂ ଜେନା ସାହିର ୩୦ଟି ପରିବାରକୁ ସଂଘର ସ୍ୱୟଂସେବକମାନେ ଚୁଡ଼ା ଗୁଡ଼, ମଶାରୀ, ଲୁଗା, ମହମବତୀ, ଡିଆସିଲି,ବିସ୍କୁଟ ଆଦି ଯୋଗାଇ ଦେଇଥିଲେ । ମଦନ ମୋହନ ନାୟକ, ମନୋଜ କୁମାର ଦାଶ, କହ୍ନେଇ ଭୂୟାଁ, ଗୋଲକ ବିହାରୀ ଭୂୟାଁ ଓ ଅନ୍ୟମାନେ ଏହି ଖାଦ୍ୟ ବିତରଣରେ କାର୍ଯ୍ୟରେ ସହଯୋଗ କରିଥିଲେ ।
କେନ୍ଦ୍ରାପଡା,୨/୯:କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଦେପୁଟ ଓ ବେଣିପୁର ଗ୍ରାମବାସୀ ଏବେ ବନ୍ୟାପାଣି ଘେରରେ । ଚଳିତ ବନ୍ୟା ବିରୁପାନଦୀ ଘେରିବନ୍ଧ ମଧ୍ୟରେ ବେଣିପୁର ପଂଚାୟତର ଲୋକମାନଙ୍କୁ ଗୃହପାଳିତ ପଶୁମାନଙ୍କ ସହିତ ରାସ୍ତାରେ ବସାଇ ଦେଇଥିବା ଦେଖିବାକୁ ମିଳିଛି । ବନ୍ୟାରେ ସବୁ ହରାଇ ରାସ୍ତାରେ ଆଶ୍ରୟ ନେଇଥିବା ଲୋକମାନଙ୍କ ନିକଟରେ ଖାଦ୍ୟ ପାନୀୟ ସମସ୍ୟା ଜଟିଳ ହୋଇଛି । ଗାଁରେ ଥିବା ବିପନ୍ନଙ୍କୁ ଏନ୍‌ଡିଆରଏଫ୍ ଟିମ ଉଦ୍ଧାର କରି ନଦୀ ବନ୍ଧରେ ଥାଇଥାନ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ଜିଲ୍ଲା ସଂଘଚାଳକ ନିହାର ରଂଜନ ପଣ୍ଡାଙ୍କ ନେତୃତ୍ୱରେ ଏହି ଦୁଇଟି ଗାଁର ବିପନ୍ନ ମାନଙ୍କୁ ଚୁଡ଼ା ଗୁଡ଼, ମଶାରୀ, ଲୁଗା, ମହମବତୀ, ଡିଆସିଲି,ବିସ୍କୁଟ ଆଦି ଯୋଗାଇ ଦେଇଛନ୍ତି । ଏହି ସେବାକାମରେ ୧୫ଜଣ ସ୍ୱୟଂସେବକ ଲାଗିଥିଲେ ।
ପଟ୍ଟାମୁଣ୍ଡାଇ,୧/୯: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ପେଣ୍ଠପାଳ ପଂଚାୟତରେ ବନ୍ୟାବିପନ୍ନଙ୍କୁ ରିଲିଫ ପ୍ରଦାନ କରାଯାଇଛି । ସଂଘ ତରଫରୁ ଅଳପୁଆ ପଂଚାୟତର ଅଳପୁଆ ଗ୍ରାମ, ପେଣ୍ଠପାଳ ପଂଚାୟତର ଦାଣ୍ଡିସାହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଶୁଖିଲା ଖାଦ୍ୟ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରାଯାଇଛି । ଅଳପୁଆ ପଂଚାୟତର ପାଣିଘେରରେ ଥିବା ୧୫ଟି ପରିବାର ଯେଉଁମାନେ କି ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଛନ୍ତି, ସେ ସ୍ଥାନକୁ ସ୍ୱୟଂସେବକମାନେ ଯାଇ ଶୁଖିଲାଖାଦ୍ୟ ସହିତ ମଶାଧୂପ, ମଶାରୀ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏଥିସହିତ ଆଳି ବ୍ଲକର ବଅଁରପୁର ଗ୍ରାମରେ ୪୦୦ ଗୋମାତାଙ୍କ ପାଇଁ ଗୋଖାଦ୍ୟ ବିତରଣ କରାଯାଇଥିଲା । ବଅଁରପୁର ଗ୍ରାମରେ ସଂପୂର୍ଣ୍ଣରୂପେ ଘରଭାଙ୍ଗି ଯାଇଥିବା ପରିବାରକୁ ଶୁଖିଲା ଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ବସ୍ତୁ ପ୍ରଦାନ କରାଯାଇଥିଲା ।

Comments