ନିଶ୍ଚିନ୍ତକୋଇଲିରେ“ଭୂମି ସୁପୋଷଣ ଓ ସଂରକ୍ଷଣ”କାର୍ଯ୍ୟକ୍ରମ

 ନିଶ୍ଚିନ୍ତକୋଇଲିରେ“ଭୂମି ସୁପୋଷଣ ଓ ସଂରକ୍ଷଣ”କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକୋଇଲି ବ୍ଲକ ଉତରକୂଳ ଗ୍ରାମପଂଚାୟତ ମେହେନ୍ଦିପୁର ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଙ୍ଘ ତରଫରୁ ପ୍ରକୃତି ପୂଜନ ଓ କୃଷକ ସଚେତନତା କାର୍ଯ୍ୟକ୍ରମ ସହିତ “ଭୂମି ସୁପୋଷଣ ଓ ସଂରକ୍ଷଣ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ଖଣ୍ଡ ଗ୍ରାମବିକାଶ ପ୍ରମୁଖ ପ୍ରଦିପ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱଂୟସେବକ ସଙ୍ଘ କଟକ ବିଭାଗର ସହବିଭାଗ ସଙ୍ଘଚାଳକ ଡ. ଗୌତମ ମହାରଣା ଯୋଗଦେଇ ସମ୍ପ୍ରତି କୃଷି କ୍ଷେତ୍ରରେ ରସାୟନିକ ସାର ,କୀଟନାଶକ େଔଷଧ ଓ ହରମୋନ ବ୍ୟବହାର ଫଳରେ ମୃତିକା ନଷ୍ଟ ହେବା ସହ ଉପାର୍ଜିତ ଖାଦ୍ୟ ଶସ୍ୟ ବିଷାକ୍ତ ହେଉଥିବାରୁ ଜୌବିକ ପ୍ରଣାଳୀରେ ଚାଷ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଙ୍ଘ କଟକ ଜିଲ୍ଲାର ସହ କାର୍ଯ୍ୟବାହ ଲଳିତ ମୋହନ ପ୍ରଧାନ,ନିଶ୍ଚିନ୍ତକୋଇଲି ଖଣ୍ଡ ବ୍ୟବସ୍ଥା ପ୍ରମୁଖ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଗୋପୂଜା, ବୃକ୍ଷପୂଜା, ମୃତିକା ପୂଜା କରାଯାଇଥିଲା । ଅଯୋଧ୍ୟାରୁ ଆସିଥିବା ପବିତ୍ର ମୃତିକାକୁ ସମସ୍ତ ଜନ ସାଧାରଣଙ୍କ କ୍ଷେତରେ ପକାଇବା ପାଇଁ ବଂଟନ କରାଯାଇଥିଲା ।

Comments