ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ନବବର୍ଷ
ବାଲେଶ୍ୱର : ବିଶ୍ୱ ହିନ୍ଦୁ ପରିଷଦ ବାଲେଶ୍ୱର ନଗର ଶାଖା ପକ୍ଷରୁ ସ୍ଥାନୀୟ ଆୟୁଷ୍ମାନ ମଣ୍ଡପ ପରିସରରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଧ୍ୟାତ୍ମିକ ସନ୍ଥ ଅବଧୁତ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନର ଆଭିମୁଖ୍ୟ ଓ ମାନବ ଜୀବନରେ ଏହି ଦିନର ମହତ୍ୱ ସମ୍ପର୍କରେ ସେ ଆଲୋଚନା କରିଥିଲେ । ବିଶିଷ୍ଟ ସାହିତ୍ୟିକ ଡକ୍ଟର ରମାକାନ୍ତ ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାନ ଭାରତୀୟ ସଂସ୍କୃତିରେ ମହାବିଷୁବ ସଂକ୍ରାନ୍ତି ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଦିନଠାରୁ ବ୍ରହ୍ମାଣ୍ଡର ସୃଷ୍ଟିକର୍ତା ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ ହୋଇଥିବା ବେଳେ ଏହି ଦିନଠାରୁ କଳି ଯୁଗାବ୍ଦ ହିସାବ ଶୁଭାରମ୍ଭ ହୋଇଥାଏ ବୋଲି ସେ କହିଥିଲେ । ବିଶ୍ୱହିନ୍ଦୁ ପରିଷଦର ନଗର ସଭାପତି ଆଲୋକ ପଣ୍ଡାଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସଞ୍ଜୟ ମହାପାତ୍ର ମଂଚ ପରିଚାଳନା କରିଥିଲେ ।
Comments
Post a Comment