ସାମାଜିକ ସମରସତା ମଂଚ ପକ୍ଷରୁ ସଫେଇ କର୍ମୀଙ୍କୁ ସମ୍ବର୍ଦ୍ଧନା

 ସାମାଜିକ ସମରସତା ମଂଚ ପକ୍ଷରୁ ସଫେଇ  କର୍ମୀଙ୍କୁ ସମ୍ବର୍ଦ୍ଧନା

ଖଣ୍ଡଗିରି :  ଗତକାଲି ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଖଣ୍ଡଗିରି ଅଂଚଳରେ ନିୟୋଜିତ ୨୮ ଜଣ ବିଏମ୍‌ସି ର ସଫେଇ କର୍ମଚାରୀ ତଥା ନିରୀକ୍ଷକମାନଙ୍କୁ ସାମାଜିକ ସମରସତା ମଂଚ, କଳିଙ୍ଗନଗର ତରଫରୁ ସମ୍ମାନୀତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବରେ ବିଏମ୍‌ସିର  ଖଣ୍ଡଗିରି ପ୍ରୋଜେକ୍ଟ ପ୍ରମୁଖ ରଞ୍ଜନ କୁମାର ଘଡାଇ ଓ ଭୁବନେଶ୍ୱର ମହାନଗର ସାମାଜିକ ସମରସତା ପ୍ରମୁଖ ରାଜେଶ କୁମାର ରାୟ ଡାଃ ବି ଆର ଆମ୍ବେଦକରଙ୍କ ଫଟୋରେ ମାଲ୍ୟାର୍ପଣ କରିବା ପରେ ଉପସ୍ଥିତ ବିଏମ୍‌ସିର ନିରୀକ୍ଷକ ସମେତ ସମସ୍ତ ସଫେଇ କର୍ମଚାରୀ ଓ କଳିଙ୍ଗ ନଗର ସାମାଜିକ ସମରସତା ମଂଚର କାର୍ଯ୍ୟକର୍ତାମାନେ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ଖଣ୍ଡଗିରି ଅଂଚଳର ଦାୟିତ୍ୱରେ ଥିବା ସମସ୍ତ ସଫେଇ କର୍ମଚାରୀମାନଙ୍କୁ ଶ୍ରୀଫଳ, ଉତରୀୟ ଓ ସମ୍ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଗତ ଦିନର କରୋନା ମହାମାରୀରେ ସାରା ସମାଜ ଭିତତ୍ରସ୍ତ ହୋଇ ଘରେ ରହୁଥିବା ସମୟରେ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଭଉଣୀ ଭାଇ ମାନଙ୍କର ସେବାକାର୍ଯ୍ୟ ଯେ ସମାଜ ଦ୍ୱାରା କିପରି ପ୍ରଶସଂନୀୟ ତଥା ସମ୍ମାନୀତ ତାହାର ଏକ ବାର୍ତା ଦେବାକୁ ଯାଇ କଳିଙ୍ଗନଗର ସମରସତା ମଂଚ ତରଫରୁ ଏ ପ୍ରକାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମରସତାର କାର୍ଯ୍ୟକର୍ତାଙ୍କ ମଧ୍ୟରେ ଆନନ୍ଦ ଚରଣ ସାହୁ, ରମେଶ ଜେନା, ଅମରେନ୍ଦ୍ର ସାହୁ, ଇଦେଶ୍ୱର ଭୂୟାଁ, ସୁବ୍ରତ କୁମାର ତ୍ରିପାଠୀ, ଜୟକୃଷ୍ଣ ପୃଷ୍ଟି, ବାସୁଦେବ ଓଝା, ସାନୁଜା ମେଘମାଳା ଓ ଆରତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments