ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କଲେ ଡ.ମୋହନ ଭାଗବତ


ଭୁବନେଶ୍ୱର,୨୬/ ୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ଗୁରୁବାର ଅପରାହ୍ନରେ  ପୁରୀ ଗସ୍ତ କରିଥିଲେ । ପୂର୍ବଯୋଜନା ଅନୁସାରେ ସେ ହିନ୍ଦୁ ଧର୍ମର ପ୍ରମୁଖ ପୀଠ ଗୋବର୍ଦ୍ଧନ ପୀଠରେ ପହଁଚି ଥିଲେ ।  ଡ.ଭାଗବତ ଏହି ପୀଠରେ ପହଁଚି ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଏଥି ସହିତ ସେ ସ୍ୱାମୀଜୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିସାରିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀମନ୍ଦିରରେ ପହଁଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରି ସାରିବା ପରେ ମହାପ୍ରସାଦ ସେବନ କରିଥିଲେ । ଏହାପରେ  ରାତିରେ ପୁରୀରୁ ଭୁବନେଶ୍ୱର ଫେରି ଆସିଛନ୍ତି । ଡ. ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ୨୪ ତାରିଖ ଦିନ ରାତିରେ ଭୁବନେଶ୍ୱରରେ ପହଁଚି ଥିଲେ ।  ୨୫ ତାରିଖ ଦିନ ଓଡିଶାର ୨୫ ଜଣରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିଥିଲେ । 






Comments