କେନ୍ଦ୍ରାପଡାରେ ଆରଏସ୍ଏସ୍ ତରଫରୁ ଆମ୍ବେଦକର ଜୟନ୍ତୀ ପାଳନ

କେନ୍ଦ୍ରାପଡା : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦ୍ରପଡା ଗରପୁର କାଳୀ ମନ୍ଦିର ପ୍ରଭାତ ଶାଖାରେ ଭାରତରତ୍ନ ଡଃ ଭୀମରାଓ ରାମୋଜୀ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୋଇଯାଇଛି  । ଗତ ଶନିବାର ସକାଳେ ସଂଘ ସ୍ଥାନରେ ଧ୍ୱଜ ଉତୋଳନ ପରେ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଲେଖକ ଶୁଭେନ୍ଦୁ ପ୍ରକାଶ ରାୟ ସଂଘର ବିଚାରଧାରା ସହ ସ୍ୱର୍ଗତ ଆମ୍ବେଦକରଙ୍କ ଚିନ୍ତାଧାରା ପ୍ରାୟ ସମାନ ଥିଲା ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋଚନା କରିଥିଲେ  । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଘର କେନ୍ଦ୍ରାପଡା ଜିଲ୍ଲା ସହ ଜିଲ୍ଲା କାର୍ଯ୍ୟବାହ ବାଇଧର ରାଉତ ପବ୍ରିତ ବିଷୁବ ସଂକ୍ରାନ୍ତୀ ତଥା ଓଡ଼ିଆ ନବବର୍ଷ ପାଳନର ଆଭିମୁଖ୍ୟ ଏବଂ ମହାବୀର ଜୟନ୍ତୀର ମହନୀୟତା ଉପରେ ଆଲୋକପାତ କରିଥିଲେ  । ସଂଘ ପ୍ରାର୍ଥନା ପରେ ସ୍ୱଂୟ ସେବକମାନେ ପଦଯାତ୍ରାରେ ଆସି ପୁରୁଣା ମୋଟରଷ୍ଟାଣ୍ଡରେ ଥିବା ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ସାମୁହିକ ମାଲ୍ୟାର୍ପଣ କରିଥିଲେ  । ଏହି ଉତ୍ସବରେ ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ, ସମାଜସେବୀ କିଶୋର ପଣ୍ଡା, ତିତିକାନ୍ତ ନାୟକ, ନାରାୟଣ ସାହୁ ଓ ସୁରେଶ ଚନ୍ଦ୍ର ନାୟକଙ୍କ ସହ ଅନେକ ସ୍ୱଂୟସେବକ ମାନେ ଉପସ୍ଥିତଥିଲେ  ।



DR. Bhimrao Ramji Ambedkar nkara 127 tama JANMA JAYANTI ku RASTRIYA SWAYAM SEVAK SANGHA,




Kendrapara tarapharu palana karajaichhi

Comments