ଓଡିଶାରେ ସ୍ୱୟଂସେବକମାନଙ୍କ ଦ୍ୱାରା ସେବାକାମ

ଓଡିଶାରେ  ସ୍ୱୟଂସେବକମାନଙ୍କ ଦ୍ୱାରା ସେବାକାମ


ପ୍ରବାସୀ ଶ୍ରମିକଙ୍କ ସେବାରେ ୟୁବିଏସ୍‌ଏସ୍‌

ଭୁବନେଶ୍ୱର,୧୭ / ୫ : କେନ୍ଦ୍ର ସରକାର ଅନେକ ଆର୍ଥିକ ପ୍ୟାକେଜ ଘୋଷଣା 

କରିବା ସତ୍ୱେ ପ୍ରବାସୀ ମାନେ ନିଜ ରାଜ୍ୟକୁ ଯେନତେନ ପ୍ରକାରେଣ ଜିବା
ପାଇଁ ପଣ କରିଛନ୍ତି । କାରଣ କଳକାରଖାନା କେବେ ଖୋଲିବ ସେଥିନେଇ
ସେମାନଙ୍କ ମନରେ ଅନିଶ୍ଚିତତା ଲାଗି ରହିଛି । ଏଥିରେ ଅନେକ ବିପଦ
ଅଛି ଜାଣି ସୁଦ୍ଧା ସରକାରଙ୍କ ସ୍ୱତନ୍ତ୍ର ଟ୍ରେନକୁ ଅପେକ୍ଷା ନକରି ସେମାନେ ନିଜ
ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଗାଡିରେ ବିପଦଜନକ ଭାବେ ଯାଉଛନ୍ତି ।
ସେମାନଙ୍କ ମଧ୍ୟରୁ ଅନେକ ଚାଲି ଚାଲି ଶହ ଶହ କିଲୋମିଟର ମଧ୍ୟ ଯାଉଛନ୍ତି ।
 ସେହି ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଯାତ୍ରାରେ ସେମାନଙ୍କୁ ସହାୟତା କରିବା ପାଇଁ
 ଆଗେଇ ଆସିଛି ଉତ୍କଳ ବିପନ୍ନ ସହାୟତା ସମିତି ।



ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତତ୍ୱାବଧାନରେ ଉତ୍କଳ ବିପନ୍ନ ସହାୟତା ସମିତି
ସହଯୋଗରେ ଭୁବନେଶ୍ୱରର ତିନୋଟି   ସ୍ଥାନ ନଖରା, ହଂସପାଳ ଓ ବରମୁଣ୍ଡା
 ଠାରେ ସହାୟତା ଶିବିର କାମ କରୁଅଛି । ଚାଲି ଚାଲି ଯାଉଥିବା ପ୍ରବାସୀମାନଙ୍କୁ
ପାଣି, ସୁଖିଲା ଖାଦ୍ୟ, ସାନିଟାଇଜର, ମାସ୍କ ଆଦି ଦେବା ସହିତ ସ୍ଥାନୀୟ ପ୍ରଶାସନଙ୍କୁ
 ସେମାନଙ୍କ ବିଷୟ ଜଣାଇ ଦିଆଯାଉଛି । ପ୍ରଶାସନ ଖବର ପାଇବା ପରେ ସେମାନଙ୍କୁ
ଗାଡି ଯୋଗ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଉଛନ୍ତି । ଆଜି ଆମର ହସ୍ତଗତ ହୋଇଥିବା
ଖବର ଅନୁସାରେ ୨୫ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ବରମୁଣ୍ଡା ଶିବିରରେ ଏହି ସବୁ
ସେବା ଯୋଗାଇ ଦିଆଯାଇଛି ।

କେବଳ ଭୁବନେଶ୍ୱରର ନୁହେଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର
ସ୍ୱୟଂସେବକମାନେ ଖୋର୍ଦ୍ଧା, ବାଲେଶ୍ୱର ରେଲୱେଷ୍ଟେସନ
ଆଦି ସ୍ଥାନରେ ପ୍ରବାସୀମାନଙ୍କ ସେବାରେ ନିୟୋଜିତ ଅଛନ୍ତି ।

ମଇ ୬ୟୁବିଏସ୍‌ଏସ୍ ତରଫରୁ  ରବି ଟକିଜ ଓ ଟଙ୍କପାଣି ଅଂଚଳ ସାନିଟାଇଜେସନ



ଭୁବନେଶ୍ୱର, ୬ / ୫ : ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୁଦ୍ଧେଶ୍ୱରୀ ନଗର ତରଫରୁ ରବି ଟକିଜ ଓ ଟଙ୍କପାଣି ଆଦି  ଅଂଚଳକୁ  କରୋନା ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ ସାନିଟାଇଜେସନ କରାଯାଇଥିଲା ।  କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ୟୁବିଏସ୍‌ଏସ୍ ଓ ସଂଘର ସ୍ୱୟଂସେବକମାନେ ଲକ୍‌ଡାଉନ ଆରମ୍ଭ ହେବା ଦିନଠାରୁ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ଅସହାୟ ମାନଙ୍କୁ ଖାଦ୍ୟ ବଂଟନ, ମାସ୍କ ବଂଟନ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଭୃତି କାର୍ଯ୍ୟ ଅହରହ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ  ରବି ଟକିଜ୍ ନିକଟରୁ ଟଙ୍କପାଣି ରୋଡର ଉଭୟ ପାଶ୍ୱର୍, ବଡଗଡ ବ୍ରିଟ କଲୋନୀ, ଭିମେଶ୍ୱର ପାଟଣା ଆଦି ଅଂଚଳକକୁ ସ୍ୱସଂସେବକମାନେ ସାନିଟାଇଜେସନ କରିଥିଲେ । ଲିଙ୍ଗରାଜ ଭାଗକାର୍ଯ୍ୟବାହ ତାପସ କୁମାର ଜେନା, ଭାଗ ଶାରୀରିକ ପ୍ରମୁଖ କ୍ଷିରୋଦ ବିହାରୀ, ବୁଦ୍ଧେଶ୍ୱରୀ ନଗର କାର୍ଯ୍ୟବାହ ପଦ୍ମ୍ୟୁନ ଗୁଇ, ନଗର ସଂପର୍କ ପ୍ରମୁଖ ଶିବାଶିଷ ମହାପାତ୍ର, ନଗର ଶାରୀରିକ ପ୍ରମୁଖ ବେଣୁଧର ଦାସଙ୍କ ସମେତ ଅନେକ ସ୍ୱୟଂସେବକ ଏହି ସାନିଟାଇଜ କାମରେ ଭାଗ ନେଇଥିଲେ । 

ରାଷ୍ଟ୍ରୀୟ ସେବା ଭାରତୀ ତରଫରୁ ୬୭୩୩୬ରୁ ଉର୍ଦ୍ଧ୍ୱ ସ୍ଥାନରେ ସେବାକାମ 


ନୂଆଦିଲ୍ଲୀ,୬/୫: କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ । ଏ ସମୟରେ  ସାଧାରଣ ଜନତାଙ୍କ ସେବାରେ ରାଷ୍ଟ୍ରୀୟ ସେବା ଭାରତୀର କାର୍ଯ୍ୟକର୍ତାମାନେ ନିଜକୁ ସାମିଲ କରିଛନ୍ତି ।  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ  ତତ୍ୱାବଧାନରେ ରାଷ୍ଟ୍ରୀୟ ସେବା ଭାରତୀ ତରଫରୁ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ, ସୁଖିଲା ଖାଦ୍ୟ, ଗୋ ଖାଦ୍ୟ, ମାସ୍କ ଆଦି ବଂଟନ କରାଯାଉଥିବା ବେଳେ ରକ୍ତଦାନ ଶିବିର, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମମାନ ମଧ୍ୟ ଅନୁଷ୍ଠିତ ହେଉଛି । ବିଭିନ୍ନ ଅଂଚଳକୁ ସାନିଟାଇଜେସନ କରିବା ସହିତ ସାମାଜିକ ଦୂରତ୍ୱ, ଘରେ ରହିବା ସୁସ୍ଥ ରହିବା ପାଇଁ ମଧ୍ୟ ସେଚତନତା ମଧ୍ୟ କରାଯାଉଛି । ମଇ ୨ ତାରିଖ ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ୬୭୩୩୬ ସ୍ଥାନରେ ଅନୁଷ୍ଠିତ ସେବାକାମରେ ୩,୪୨,୩୧୯ ସେବାରତକାର୍ଯ୍ୟକର୍ତା ଭାଗ ନେଇଛନ୍ତି । ସେବା ଭାରତୀ ତରଫରୁ ୫୦,୪୮,୦୮୮ ପରିବାରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିବା ବେଳେ ୩,୧୭,୧୨,୭୬୭ ପ୍ୟାକେଟ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ୪୪,୫୪,୫୫୫ ମାସ୍କ ବିତରଣ କରାଯାଇଥିବା ବେଳେ ୨୨,୪୪୬ ଜଣ ରକ୍ତ ଦାନ କରିଛନ୍ତି । ୧,୬୧,୦୦୫ ବାସହରା ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଥିବା ବେଳେ ୨୧,୨୪,୪୦୪ ଜଣଙ୍କୁ ଆର‌୍ୟୁବେଦିକ କାଡା ସେବନ କରାଯାଇଛି । ଅସ୍ଥାୟୀ ହୋମ୍ କ୍ୱାରେଂଟାଇନ୍ ସେଂଟରରେ ୫୮ ,୭୩୯ ଜଣଙ୍କୁ  ଏବଂ  ବିଭିନ୍ନ ରାଜ୍ୟରେ ୪,୮୯,୮୨୪ ଜଣଙ୍କୁ ଅନେକ ପ୍ରକାର ସେବା ଯୋଗାଇ ଦିଆଯାଇଛି । 

ମଇ ୫


କାମାକ୍ଷାନଗର ଡାକ୍ତରଖାନାରେ ରନ୍ଧାଖାଦ୍ୟ ବିତରଣ କରୁଛି ଆରଏସ୍‌ଏସ୍


ଭୁବନେଶ୍ୱର,୫/୫ : କରୋନା ମହାମାରୀ ଜନିତ ଲକ୍‌ଡାଉନ୍ ପରିସ୍ଥିତିରେ ଗରିବ, ଶ୍ରମିକ, ଆର୍ଥିକ ଅନଗ୍ରସର
 ଓ ନିଷ୍ପେସିତ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରକର ସେବା ଯୋଗାଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । 
 ଏହି ସେବାକାମରେ  କେବଳ ସଂଘର ସ୍ୱୟଂସେବକମାନେ ସାମିଲ ହୋଇ ନାହାଁନ୍ତି, ସେମାନଙ୍କ 
ସହିତ ସେମାନଙ୍କର ପରିବାର ମଧ୍ୟ ସାମିଲ ହୋଇଛନ୍ତି । ମଇ ୪ ତାରିଖ ଦିନ ଠାରୁ କାମାକ୍ଷାନଗର 
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ତାଙ୍କ ସହାୟକମାନଙ୍କ ନିମନ୍ତେ ରାତ୍ର ସମୟରେ 
ଭୋଜନ ବ୍ୟବସ୍ଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାମାକ୍ଷାନଗର ତରଫରୁ ଆରମ୍ଭ ହୋଇଛି । 
ଏହି ଭୋଜନ ବ୍ୟବସ୍ଥା ମଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ୱୟଂସେବକଙ୍କ ପରିବାରର
 ଲୋକମାନେ  ଏହି ଭୋଜନ ତିଆରି କରୁଥିବା ବେଳେ  ସ୍ୱୟଂସେବକ ଭାଇମାନେ ଏହାକୁ ନେଇ ପରିବେଷଣ କରୁଛନ୍ତି ।

ଏଆଇଆଇଏମ୍‌ଏସ୍‌ରେ ୧୩ ଦିନ ହେବ ରୋଗୀ ଏବଂ ସହାୟକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ଆରଏସ୍‌ଏସ୍‌



ଭୁବନେଶ୍ୱର,୫/୫ : କରୋନା ପାଇଁ ହୋଇଥିବା ତାଲାବନ୍ଦ ଯୋଗୁଁ ହୋଟେଲ
 ଓ ଜଳଖିଆ  ଦୋକାନ ବନ୍ଦ ରହିଥିବାରୁ ବିଭିନ୍ନ ହସ୍‌ପିଟାଲରେ ରୋଗୀ ଓ
 ତାଙ୍କ ପରିବାର ବର୍ଗଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରନ୍ଧାଖାଦ୍ୟ 
ଓ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି ।  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,
ଭବନେଶ୍ୱର ମହାନଗର ତରଫରୁ ଉତ୍କଳ ବିପନ୍ନ ସହାୟତା ସମିତ ମାଧ୍ୟମରେ 
ଏଆଇଆଇଏମ୍‌ଏସ୍‌ରେ ଥିବା ରୋଗୀ ଓ ତାଙ୍କ ପରିଜନମାନଙ୍କୁ ୧୩ ଦିନ
 ହେବ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଅଖିଳ ଭାରତୀୟ ଆର‌୍ୟୁ ବିଜ୍ଞାନ ସଂସ୍ଥାନ,
 ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ୩୧୦ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଖାଦ୍ୟ ବିତରଣ 
କରାଯାଉ ଥିବା ବେଳେ ୪୦୦୦ରୁ ଉର୍ଦ୍ଧ୍ୱ ରନ୍ଧାଖାଦ୍ୟ ପ୍ୟାକେଟ ବିତରଣ କରି 
ସାରିଲେଣି ସଂଘର ସ୍ୱୟଂସେବକ । ସେହିପରି ଏହି ମେଡିକାଲରେ ପ୍ରତ୍ୟେକ
 ଦିନ ୨୨ ପରିବାରକୁ  ଶୁଖିଲା ଖାଦ୍ୟ ଦିଆଯାଉଥିବାବେଳେ ୩୦୦ରୁ ଉର୍ଦ୍ଧ୍ୱ 
ବ୍ୟକ୍ତି ଏଥିରେ ଉପକୃତ ହୋଇ ପାରିଛନ୍ତି । ସଂଘର ସ୍ୱୟଂସବେକମାନେ 
 ଏଆଇଆଇଏମ୍‌ଏସ୍   ଓ ସଂଜିବନୀ ହସପିଟାଲରେ ୮୪୫ ଜଣଙ୍କୁ ମାସ୍କ
 ବିତରଣ କରିଛନ୍ତି । ଖଣ୍ଡଗିରିର ସ୍ୱୟଂସେବକମାନେ  ୮୩୦ ଘରକୁ 
ସାନିଟାଇଜେସନ କରିଛନ୍ତି । ପ୍ରତ୍ୟେକ ଦିନ ଏହି ସେବାକାମରେ ୧୨ ଜଣ 
ସ୍ୱୟଂସେବକ ସାମିଲ ହେଉଛନ୍ତି ।

ମଇ ୪

ମଧୁସୁଦନନଗରରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ


 ଭୁବନେଶ୍ୱର,୪/୫ : କରୋନା ମହାମାରୀ ପାଇଁ ସମଗ୍ର ଭୁବନେଶ୍ୱର ମହାନଗର 
ଲକ୍‌ଡାଉନ୍ ପାଇଁ ଠପ୍ ହୋଇଯାଇଥିବା ବେଳେ କରୋନା ଯୋଦ୍ଧା ସଫେଇ 
କର୍ମଚାରୀ ଭାଇ ଭଉଣୀମାନେ କିନ୍ତୁ ଅଟକି ନଥିଲେ । ସେମାନେ ତାଙ୍କର
 ସେବାକାମ କରିଚାଲିଛନ୍ତି । ସେହି ସମୟରେ ଏହି କରୋନା ଯୋଦ୍ଧାଙ୍କ
 ସେବାରେ ନିଜକୁ ସାମିଲ କରିଥିଲେ ଜଣେ ସ୍ୱୟଂସେବକ । ମଧୁସୁଦନନଗର,
 ପୋଷ୍ଟାଲ କୋଲୋନୀ, ୟୁଟିଟ-୪, ଏଜି କଲୋନୀ, ଭୌମ ନଗର ଆଦି 
ଅଂଚଳରେ ଯେଉଁ କରୋନା ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଭଉଣୀମାନେ
 ସ୍ୱଚ୍ଛତା କାମରେ ନିୟୋଜିତ ଥିଲେ ସେହିମାନଙ୍କୁ ପ୍ରତିଦିନ ଚାହା ଓ ବିସ୍କୁଟ 
ମାଗଣାରେ ଯୋଗାଉଥିଲେ ସୁଶାନ୍ତ ନାୟକ ଓ ତାଙ୍କ ପରିବର ।
 ପ୍ରତିଦିନ ୩୨ରୁ ଉର୍ଦ୍ଧ୍ୱ କରୋନା  ଯୋଦ୍ଧାଙ୍କୁ ସେ ଏହି ସେବା ଯୋଗାଉଥିଲେ ।
 ଶେଷରେ ଗତ ୨ ତାରିଖ ଦିନ ସେହି ୩୨ ଜଣ କରୋନା ଯୋଦ୍ଧା ସଫେଇ
କର୍ମଚାରୀ ଭାଇ ଭଉଣୀମାନଙ୍କୁ ଉତରୀୟ ଓ ଶୁଖିଲା ଖାଦ୍ୟ ଦେଇ ସମ୍ମାନୀତ 
କରିଛନ୍ତି ସୁଶାନ୍ତ ନାୟକ । ଶ୍ରୀ ନାୟକ କହିଛନ୍ତି ଯେ, ଏହି ପରି ସେବାକାମ  
କରିବା ପାଇଁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ପ୍ରେରଣା ପାଇଛନ୍ତି ।


ଅପ୍ରେଲ ୨୮



ରାଷ୍ଟ୍ରୀୟ ସୟଂସେବକ ସଂଘ କାମାକ୍ଷା ଖଣ୍ଡ ତରଫରୁ ଖାଦ୍ୟ ସାମଗ୍ରୀ ବଂଟନ। 
ମଂଡଳ-କାନପୁରା
ପଂଚାୟତ-ବାଇସିଂଗା
ଗାମ-ନୀଳମାଧବପୁର ସରସାଇ


ରାଷ୍ଟ୍ରୀୟ ସୟଂସେବକ ସଂଘ କାମାକ୍ଷା ଖଣ୍ଡ ତରଫରୁ 
ବୁଲା ଗାଈ ଗୋରୁ ଷଣ୍ଢ ମାନଙ୍କୁ ଘାସ ଖାଇବାକୁ ଦିଆ ଯାଉଛି।
D-28-04-2020

ପୁରୀର ବିଭିନ୍ନ ସ୍ଥାନରେ କାଢା ପିଆଇଲେ ମାସ୍କ ପିନ୍ଧାଇଲେ ସ୍ୱୟଂସେବକ


ପୁରୀ,୨୫/୪ :   କରୋନା ଭାଇରସ ବିରୋଧରେ ହେଉଥିବା ଯୁଦ୍ଧରେ 
ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଜଣେ ଜଣେ ସୈନିକ । ପ୍ରତ୍ୟେକ ପୁରୁଷ ଓ
 ମହିଳାଙ୍କର ଏଥିରେ କିଛି ନା କିଛି ଭୂମିକା ରହିଛି । ରାଷ୍ଟ୍ରୀୟ ସ୍ୱୟଂ
 ସେବକ ସଂଘର ସ୍ୱୟଂସେବକମାନେ ପିିପିଲ ବ୍ଲକ, ଡେଲାଙ୍ଗ ବ୍ଲକ, 
ପିପିଲି ଏନ୍‌ଏସି ଅଂଚଳ,ପୁରୀ ନଗର, ପୁରୀ ସଦର,ପିପିଲି, କଣାସ,
ସତ୍ୟବାଦୀ ଆଦି ଅଂଚଳ ରେ ଥିବା ବିପନ୍ନ ଲୋକମାନଙ୍କୁ କାଢା 
ପିଆଇବା ସହିତ ମାସ୍କ ପିନ୍ଧାଇଛନ୍ତି । ସଚେତନତାର ବାର୍ତା 
ଦେବା ସହିତ ସହାୟତାର ହାତ ବଢାଇଛନ୍ତି । ଗତ ଏକମାସ ଧରି 
ଏହି ସେବା କରି ବେଶ  ପ୍ରଶଂସିତ ହୋଇଛନ୍ତି ସ୍ୱୟଂସେବକ । 
ପିପିଲି ହାଟସାହି ପଂଚାୟତର ଭୁଇଁଗୁଣ ଗ୍ରାମ, ଜଗନ୍ନାଥ 
ପୁର ପଂଚାୟତର ଦରଡା, ବାଙ୍କି ପୋଖରୀ, ବିଲିସାହି ଗ୍ରାମ, 
ଦାଣ୍ଡମୁକୁନ୍ଦପୁର ପଂଚାୟତର ବାସୁଦେଇପୁର ଗ୍ରାମ,ତେଇଶିପୁର
 ପଂଚାୟତର ଜେନାସାହି, ସଂପୁର ପଂଚାୟତର ବଲୁପୁର ଗ୍ରାମ, 
ଡେଲାଙ୍ଗ କଅଂର ସାହି ଗ୍ରାମ, ପିପିଲି ଏନଏସି, ଆଶ୍ରମ ପାଟଣା ଗ୍ରାମ , 
ପୁରୀର ପେଣ୍ଠକଟା, ବଳିଆପଣ୍ଡା, ମାର୍କଣ୍ଡ ପୋଖରୀ, ସଦର, 
ଗୋପିନାଥପୁର,ବେଲଦଳ,କଣାସର କଂଟାପଦା,ଚୁପୁସିଂଙ୍ଗ, 
ସତ୍ୟବାଦୀର ବିଭିନ୍ନ ସ୍ଥାନରେ ଥିବା ନିରାଶ୍ରୟ ଲୋକମାନଙ୍କୁ
 ଶୁଖିଲା ଖାଦ୍ୟ, ମାସ୍କ ଏବଂ ହାତ ଧୂଆ ସାମଗ୍ରୀ 
ପ୍ରଦାନ କରାଯାଇଛି ।  ସ୍ୱୟଂସେବକମାନେ ଗ୍ରାମକୁ ଗ୍ରାମ ବୁଲି 
ପ୍ରାୟ ୨୦୦୦ ଲୋକଙ୍କୁ ଏହି ସହାୟତା ଦେବା ସହ ସେମାନଙ୍କୁ 
କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ।  ଏଥିସହିତ ବୁଲା 
ଗାଈ, କୁକୁର, ମାଙ୍କଡ ଓ ପଶୁପକ୍ଷୀମାନଙ୍କୁ  ମଧ୍ୟ ଖାଦ୍ୟ 
ଦିଆଯାଇଛି ।
ପୁରୀରେ ପୁଲିସ ଏବଂ ପୌରସଂସ୍ଥା ସଫେଇ କର୍ମଚାରୀ ଓ 
ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆୟୁଷ ବର୍ଣ୍ଣିତ ପ୍ରଣାଳୀରେ ପ୍ରସ୍ତୁତ 
କାଢା ବିତରଣ କରିଥିଲେ ସ୍ୱୟଂସେବକ ।


ଅପ୍ରେଲ 

ଢେଙ୍କାନାଳ ନଗର ରକ୍ତଦାନ ଶିବିର



ୟୁବିଏସ୍‌ଏସ୍ ତରଫରୁ ୩୬୦୦ ରନ୍ଧାଖାଦ୍ୟ ୧୬୬୭ ରାସନ 

ଓ ୩୬୮ ପ୍ୟାକେଟ ସୁଖିଲା ଖାଦ୍ୟ ବିତରଣ



ଭୁବନେଶ୍ୱର,୨୨/ ୪ :  କରୋନା ଜନିତ ଲକଡାଉନ୍
 ସମୟରେ ବହୁ ଅସହାୟ ଦିନ ମଜୁରିଆ,  ଖଟିଖିଆ,
 ଗରିବ ଲୋକମାନଙ୍କୁ ସାହାଯ୍ୟର ହାତ ବଢାଇଛି 
ଉତ୍କଳ ବିପନ୍ନ ସହାୟତା ସମିତି ।  ଅପ୍ରେଲ ୧୮ ତାରିଖରୁ
 ୨୨ ତାରିଖ ମଧ୍ୟରେ ଉତ୍କଳ ବିପନ୍ନ ସହାୟତା ସମିତି 
ତରପରୁ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ୮୦୦ ପରିବାରକୁ
୧୬୬୭ ରାସନ ସାମଗ୍ରୀ ପ୍ୟାକେଟ ଓ ୩୬୮  ଶୁଖିଲା ଖାଦ୍ୟ 
ପ୍ୟାକେଟ ବିତରଣ କରାଯାଇଛି । ପ୍ରତ୍ୟେକ ରାସନ ସାମଗ୍ରୀ 
ପ୍ୟାକେଟରେ ୫ କି.ଗ୍ରା ଚାଉଳ, ୨ କି.ଗ୍ରା ଆଳୁ, ୧ କି.ଗ୍ରା ଡାଲି,
 ସାନିଟାଇଜର ୧୦୦ ମି,ଲି, ସାବୁନ ୨ ପ୍ୟାକେଟ, 
ବିସ୍କୁଟ ୨ ପ୍ୟାକେଟ, ସୋରିଶ ତେଲ ୨୦୦ ମି.ଲି, 
୨ ଟି ମାସ୍କ ଥିବା ବେଳେ ସୁଖିଲା ଖାଦ୍ୟ ପ୍ୟାକଟରେ 
୨ କି.ଗ୍ରା ଚୁଡା, ଗୁଡ ୫୦୦ ଗ୍ରାମ, ବିସ୍କୁଟ ୨ ପ୍ୟାକେଟ,
 ସାନିଟାଇଜର ୧୦୦ ମି.ଲି, ୨ ପ୍ୟାକେଟ ସାବୁନ 
ଆଦି ସାମଗ୍ରୀ ଦିଆଯାଉଛି । 

ଅପ୍ରେଲ ୧୮ ତାରିଖରେ ୨୭୦ ପ୍ୟାକେଟ ରାସନ ସାମଗ୍ରୀ
ଓ ୧୬୮ ପ୍ୟାକେଟ ସୁଖିଲା ଖାଦ୍ୟ ବିତରଣ କରାଯାଇଥିବା
ବେଳେ  ୧୯ ତାରିଖରେ ତପୋବନ ବସ୍ତି, ଖଣ୍ଡଗିରି,
 ରଘୁନାଥ ନଗର ବସ୍ତି, ଡୁମଡୁମା, ବରମୁଣ୍ଡା, ରେଂଟାଲ କଲୋନୀ
 ଅଂଚଳରେ ୩୦୦ ପ୍ୟାକେଟ ରାସନ ସାମଗ୍ରୀ ବିତରଣ କରାଯାଇଛି ।


୨୦ ତାରିଖରେ ବେହେରା ସାହି, ସୋମପୁର, ଅନ୍ଧାରୁଆ, ଗଙ୍ଗାନଗରରେ
୪୦୩ ପ୍ୟାକେଟ ରାସନ ସାମଗ୍ରୀ, ୨୧ ତାରିଖ ଦିନ ୟୁନିଟ-୮, ୟୁନିଟ-୬,
 ଗଙ୍ଗନଗର, ଆଇଗଣିଆର କେଳାସାହି, କାରଗିଲ ବସ୍ତି, ଫରେଷ୍ଟ ପାର୍କ
ଆଦି ଅଂଚଳରେ ୩୮୪  ପ୍ୟାକେଟ ରାସନ ସାମଗ୍ରୀ ଓ ୧୩୦ ପ୍ୟାକେଟ
 ସୁଖିଲା ଖାଦ୍ୟ ବିତରଣ କରାଯାଇଥିବା ବେଳେ ୨୨ ତାରିଖରେ
୩୧୦ ପ୍ୟାକେଟ ରାସନ ସାମଗ୍ରୀ ବିତରଣ କରାଯାଇଛି ।
 ଏଥି ସହିତ ୟୁବିଏସ୍‌ଏସ୍ ତରଫରୁ  ପ୍ରତ୍ୟେକ ଦିନ ଭୁବନେଶ୍ୱର
 ସହରର ପଳାଶୁଣି, ରସୁଲଗଡ, ବାଣୀବିହାର, ରାଜମହଲ,ଖଣ୍ଡଗିରି
ଇତ୍ୟାଦି ଅଂଚଳରେ  ୩୦୦ ଲୋକଙ୍କୁ ରନ୍ଧାଖାଦ୍ୟ ୧୨ ଦିନ ପର୍ଯ୍ୟନ୍ତ
ଦିଆଯାଇଛି । ଏପରିକି ଛୋଟ ପିଲାମାନଙ୍କୁ ବ୍ରେଡ ଓ କ୍ଷୀର ବଂଟନ
କରାଯାଇଛି । ସମିତି ତରଫରୁ ସହରରେ ବୁଲୁଥିବା ଗାଈ ମାନଙ୍କୁ
ମଧ୍ୟ ନଡା ବଂଟନ କରାଯାଇଥିଲା । ଏବଂ ସହରରେ ବୁଲୁଥିବା
ମାଙ୍କଡମାନଙ୍କୁ ମଧ୍ୟ କଦଳୀ ବିତରଣ  କରାଯାଇଥିଲା ।  କରୋନା
ଭୂତାଣୁର ବିତ୍ପାତ ଏବେ ସାରା ପୃଥିବୀରେ ବିଭୀଷିକାମୟ ସୃଷ୍ଟି
କରିଥିବା ବେଳେ ଭାରତରେ ବର୍ତମାନ ଲକଡାଉନ ପରିସ୍ଥିତି
ସୃଷ୍ଟି ହୋଇଛି । ମାନବ ସେବା ହିଁ ଇଶ୍ୱର ସେବା । ଏହି ଉକ୍ତିକୁ
ଆଧାର କରି ଲକଡାଉନ ସମୟରେ ଖଟିଖିଆ, ଦିନ ମଜୁରିଆ,
ଅସହାୟ ଗରିବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ
 ଦେଉଛି ୟୁବିଏସ୍‌ଏସ୍ ।

ଅପ୍ରେଲ ୨


ଭିଏଚ୍‌ପି ତରଫରୁ ରାଜଧାନୀରେ କରୋନା ଯୋଦ୍ଧା ସମ୍ମାନୀତ



ଭୁବନେଶ୍ୱର,୨୧/ ୪:   ଭୟଙ୍କର କରୋନା ଭାଇରସ
 ଆତଙ୍କରେ ସାଧାରଣ ଜନତା ଯେତେବେଳେ ଭୟଭିତ
 ସେହି ସମୟରେ ସାଧାରଣ ଜନତାଙ୍କ ସେବାରେ ନିଜ
ନିଜର ଜୀବନକୁ ପାଣି ଛଡାଇ କର୍ତବ୍ୟ କରୁଛନ୍ତି
କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ ।

କରୋନା ପାଇଁ ଲକ୍ ଡାଉନ ଥିବାରୁ ସମସ୍ତ ଦୋକାନ
 ବଜାର ବନ୍ଦ । କିନ୍ତୁ ଏହି ସମୟରେ ବନ୍ଦ ହୋଇ ନାହିଁ
 ସେମାନଙ୍କର ସ୍ୱଚ୍ଛତା କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗରର
 କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ
ସକାଳୁ ସକାଳୁ କରୋନାକୁ ନଡରି ନିଜ ନିଜ କାମରେ ଲାଗି
ଯାଉଛନ୍ତି । ଆଜି ବିଶ୍ୱହିନ୍ଦୁ ପରିଷଦ ଓ ଯୋଗ କେନ୍ଦ୍ରର ଭାଇ
ଭଉଣୀମାନଙ୍କ ଦ୍ୱାରା ସରକାରୀ ନିୟମ କଟକଣାକୁ ପାଳନ
 କରି ୱାଡ ନମ୍ବର ୪୭,୪୮ ଓ ୪୯ ର ସେହିି କୋଭିଡ
ଯୋଦ୍ଧା ଭାଇ ଓ ଭଉଣୀମାନଙ୍କୁ ସମ୍ବଦ୍ଧିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଆନନ୍ଦ କୁମାର ପାଣ୍ଡେ,ପ୍ରତାପ ଷଡଙ୍ଗୀ,
ଶରତ କୁମାର ସାହୁ, ବିଦୁଲତା ସ୍ୱାଇଁ, ଚିନ୍ମୟୀ ଜେନା,
କୁମୁଦ ପଟ୍ଟନାୟକ, ଶରତ କୁମାର ମହାପାତ୍ର,
କ୍ଷୀରୋଦ ଚନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ମାର୍ଚ୍ଚ ୩୧ ତାରିଖ ଠାରୁ ପ୍ରତ୍ୟେକ ଦିନ ସକାଳ
ସମୟରେ ୯୦ରୁ ଉର୍ଦ୍ଧ୍ୱ କୋଭିଡ ଯୋଦ୍ଧାଙ୍କୁ
ଚାହା ଓ ବିସ୍କୁଟ ସାମାଜିକ ଦୂରତ୍ୱ ରଖି 
ବଂଟନ କରାଯାଉଥିଲା । 

ଅପ୍ରେଲ ୨୦

ଆରଏସ୍‌ଏସ୍ ତରଫରୁ କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ


 
ଫୁଲବାଣୀ,୨୦/ ୪:  କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ଜାରି 
ଲକଡାଉନ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ 
ମାଗଣା ରନ୍ଧାଖାଦ୍ୟ ବଂଟନର ବ୍ୟବସ୍ଥା କରାଯାଇଛି ।  ଦିନ ମଜୁରିଆ,ଶ୍ରମିକ, 
ବାସହୀନ,ଗରିବ ତଥା ସେହିଭଳି ଆହୁରି ଅନେକ ଜନତାଙ୍କୁ ରନ୍ଧାଖାଦ୍ୟ ପୁଡ଼ିଆ, 
ଶୁଖିଲାଖାଦ୍ୟ ପୁଡିଆ,ରାସନ, ପରିବା, ସାବୁନ, ମାସ୍କ ଆଦି  ବଂଟନ କରାଯାଇଛି । 
ବୈଶ୍ୱିକ ମହାମାରୀ କରୋନା ଭାରତ ସମେତ ସମଗ୍ର ବିଶ୍ୱରେ ଅଭାବନୀୟ 
ପରିସ୍ଥିତି ସୃଷ୍ଟି କରି ଥିବାରୁ ଏହାର ବିରୋଧ ସଂଗ୍ରାମରେ ସରକାର, ହସ୍ପିଟାଲ, 
ଡାକ୍ତର,ପୋଲିସ୍ ଓ ପ୍ରଶାସନ ଏବଂ ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ 
ଜଣେ ଜଣେ କରୋନା ଯୋଦ୍ଧା ସାଜିଛନ୍ତି । ଫୁଲବାଣୀରେ ୧୪୦ ଜଣ ସଫେଇ 
କର୍ମଚାରୀ ଭାଇ ଓ ଭଉଣୀ  କରୋନା ଯୋଦ୍ଧାଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ 
 ତରଫରୁ ସମ୍ମାନୀତ କରାଯାଇଛି ।

 ପ୍ରଥମେ ଏହି ଯୋଦ୍ଧାମାନଙ୍କୁ ଫୁଲ ଚନ୍ଦନ
 ଦେଇ ସ୍ୱାଗତ କରାଯାଇଥିଲା । ପରେ ୬୦ ଜଣ ମା ଓ ଭଉଣୀମାନଙ୍କୁ ଶାଢୀ 
ଓ ୮୦ ଜଣ ଭାଇ ମାନଙ୍କୁ ଗଞ୍ଜି ଓ ଗାମୁଛା ଦେଇ ସମ୍ମାନୀତ କରାଯାଇଥିଲା । 
ସାମାଜିକ ଦୂରତ୍ୱ ରଖି ଫୁଲବାଣୀର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ
 ସୋମବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । 

କରୋନା ଯୋଗୁ ସମଗ୍ର ଦେଶ ଭଳି ଓଡ଼ିଶାରେ ମଧ୍ୟ ଲକଡାଉନ୍ 
ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଯାଇଛି । 
ଏପରି ସମୟରେ ଫୁଲବାଣୀ , ବାଲିଗୁଡା ଓ କୋଟଗଡର 
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ବିଭିନ୍ନ 
ପ୍ରକାର ସେବାକାମ କରିଛନ୍ତି । ସ୍ୱୟଂସେବକମାନେ ୨୦୦୦ ମାସ୍କ 
ଓ ୧୦୦୦ ସାବୁନ ବିତରଣ କରିିଥିବା ବେଳେ ୩ଟି ସ୍ଥାନରେ
 ଗାଈମାନଙ୍କୁ ଗୋ ଖାଦ୍ୟ ଯୋଗାଉଛନ୍ତି । ବାଲିଗୁଡାର ସ୍ୱୟଂସେବକମାନେ 
ମୁସୁକୁଲି,ବିରାଗୁଡା,ଦିଗପଡି, ଗୁଳିମରା, ମୁସଳିପଦର,ବନ୍ଧକପଡା, ବାନ୍ଧବା 
ଆଦି ଗ୍ରାମରେ ନିଜେ ମାକ୍ସ ତିଆରି କରି ବିତରଣ କରିବା ସହିତ ବିସ୍କୁଟ,
 ସାବୁନ ମଧ୍ୟ ବିତରଣ କରିଛନ୍ତି । ଏଥି ସହିତ ସ୍ୱୟଂସେବକମାନେ ବାଲିଗୁଡା 
ବଜାର ମେଡିକାଲ ଛକ, ବସ ଷ୍ଟାଣ୍ଡରେ ଏପ୍ରିଲ ୯ ଓ ୧୦ ଦୁଇ ଦିନ ଦୁଇ ଓଳି 
ରନ୍ଧାଖାଦ୍ୟ ମଧ୍ୟ ବିତରଣ କରିଛନ୍ତି । ପ୍ରତ୍ୟେକ ଦିନ ୨୦୦ ଗରିବ ଲୋକଙ୍କୁ 
ସେମାନେ ରନ୍ଧାଖାଦ୍ୟ ବିତରଣ କରୁଥିଲେ ।
ସେହିପରି ସ୍ୱୟଂସେବକମାନେ ଟିକାବାଲିର ପାବୁରିଆରେ ୫୦ ପରିବାରକୁ 
ଚାଉଳ ଓ ଡାଲି ବଂଟନ କରିଛନ୍ତି । ଏହି ତିନୋଟି ବ୍ଲକରେ ୩୦ ଜଣରୁ ଉର୍ଦ୍ଧ୍ୱ 
ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି ।

ନୂଆପଡାରେ ଆରଏସ୍‌ଏସ୍‌ର ସେବାକାମ


ନୂଆପଡା ଜିଲ୍ଲା ଖରିଆର ସହରରେ ଫସି ରହିଥିବା ବାହାର ରାଜ୍ୟର ଯାଯାବର, ଶ୍ରମିକ, ବ୍ୟବସାୟୀ ମାନଙ୍କୁ ଟିଫିନ ବଂଟନ କରାଯାଇଛି । ଗତ ୧ ମାସ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତାଙ୍କ ଉଦ୍ୟମରେ ଏହି ସେବାକାମ ଜାରି ରହିଛି । ପାଖାପାଖି ୮୦୦ ଜଣଙ୍କ ସକାଶେ ସଂଘର କର୍ମକର୍ତା ଟିଫିନ ପ୍ରସ୍ତୁତ କରି ବଂଟନ କରି ଆସୁଛନ୍ତି । ସେମାନେ ସହରର ରାଜା ଆର୍ତତ୍ରାଣ ହାଇସ୍କୁଲ, ବ୍ଲକ ଛକ, ମୁକ୍ତାପୁର, ବସଷ୍ଟାଣ୍ଡ ସହ ଅନ୍ୟାନ୍ୟ ସ୍ଥାନରେ ଟିଫିନ ବଂଟନ କରି ଆସୁଛନ୍ତି । ଲକଡାଉନ ଦିନରୁ ଏହି ଟିଫିନ ବଂଟନ କରି ଆସୁଥିବା ବେଳେ ଲକଡାଉନ ଶେଷ ପର୍ଯ୍ୟନ୍ତ ଏହା ବିତରଣ କରାଯିବ । 


ରାଉରକେଲାରେ ସେବାକାମ


ରାଉରକେଲା ମହାନଗରରେ ସେବାଭାରତୀ ପକ୍ଷରୁ ୨୬୯ ଜଣଙ୍କୁ ଔଷଧ, ୫୦୦ ସାନିଟାଇଜର ବଟଲ୍ , ୧୧୧୫ ସାନିଟାଇଜର ପ୍ୟାଡ, ଗାଈମାନଙ୍କ ପାଇଁ ୩୦ କେଜିର ରୋଟି,  ୩୪୦୬ ପ୍ୟାକେଟ୍ ରନ୍ଧାଖାଦ୍ୟ , ୧୧୩ ଶୁଖିଲା ଖାଦ୍ୟ ପ୍ୟାକେଟ୍ ,ଏବଂ  ବିଭନ୍ନ ସମୟରେ ଅନେକ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଶତାଧିକ କାର୍ଯ୍ୟକର୍ତା ଭାଗ ନେଇଥିଲେ । 


ଭବାନୀପାଟଣାରେ ସେବାକାମ


ଭବାନୀପାଟଣା ନାକ୍ଟିଗୁଡା ପଡିଆର ସହିଦ୍ ଭଗତସିଂହ ସଂଯୁକ୍ତ ଶାଖାର ସ୍ୱୟଂ ସେବକଙ୍କ ଦ୍ୱାରା ଓ ମହିଳା କାର୍ଯ୍ୟକର୍ତା ସେବାଭାରତୀଙ୍କ ପକ୍ଷରୁ ଜୟପାଟଣାରେ ସର୍ବମୋଟ ୧୦୦୦ ରୁ ଉର୍ଦ୍ଧ୍ୱ ମାସ୍କ ବଂଟନ କରାଯାଇଥିଲା ।


ବରଗଡ ଜିଲ୍ଲାରେ ସେବାକାମ

ବରଗଡ ଜିଲ୍ଲାର ପଦ୍ମପୁର ତହସିଲରେ ସେବା କାର୍ଯ୍ୟ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ସ୍ଥାନରେ ଯଥା କୃଷ୍ଣାପାଲିର କୁଷ୍ଠାଶ୍ରମ, ଚିତାଖୋଲ, ଚାରପାଲି ଇତ୍ୟାଦି ସ୍ଥାନରେ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । କନସିଂହା ଛକ, ବରିହାପାଲି ଛକ, ସର୍ଗିବାହାଲ ଛକ, ଦିପ୍ତିପୁର ଛକ, ମେଲଛାମୁଣ୍ଡ ଛକ ଇତ୍ୟାଦି ସ୍ଥାନରେ ଔଷଧ ଓ ମାସ୍କ ବଂଟନ କରାଯାଇଥିଲା । ପ୍ରାୟ ୫୦ଜଣ ସ୍ୱୟଂସେବକ ଏହି କାର୍ଯ୍ୟରେ ଲାଗିଥିବାବେଳେ ୫୦୦ ଗରିବ ପରିବାର ଉପକୃତ ହୋଇଥିଲେ । ବରଗଡ ଜିଲ୍ଲାର ସେବାଭାରତୀ ପ୍ରକ୍ଷରୁ ରକ୍ତଦାନ ଶିବିର ବୀଣାପାଣି ଯୁବକସଂଘ ଦ୍ୱାରା ନିଲେଇପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ଯୁବକମାନେ ଭାଗନେଇ କରୋନାର ସଙ୍କଟରୁ ରକ୍ଷାପାଇବା ପାଇଁ ଆବଶ୍ୟକ ସହଯୋଗ କରିଥିଲେ । 


କରୋନା ଯୁଦ୍ଧରେ ସାଥ୍ ଦେବେ ଓଡିଶାର ମଠ,ମନ୍ଦିର 


ଓଡ଼ିଶାର କରୋନା ଯୁଦ୍ଧକୁ ସାଥ ଦେବା ପାଇଁ ଆଗେଇ ଆସିଛନ୍ତି ମଠ, ମନ୍ଦିର । ରାଜ୍ୟର ୬୨ଟି ମଠ, ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କରୋନା ସହାୟତା ପ୍ରଦନା କରାଯିବ । ଦେବୋତର କମିଶନରଙ୍କ ଜରିଆରେ ସେମାନେ ୧ କୋଟି ୩୭ ଲକ୍ଷ ଟଙ୍କା ପ୍ରଦାନ କରିବେ । ଘଟଗାଁ ତାରିଣୀ, ରାୟଗଡା ମଝି ଘରିଆଣି ମନ୍ଦିର ପକ୍ଷରୁ ୨୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ । ସତ୍ୟବାଦୀ ଗୋପୀନାଥ ଦେବ ୨୦ ଲକ୍ଷ,କାକଟପୁର ମଙ୍ଗଳା ମନ୍ଦିର ପକ୍ଷରୁ ୧୦ଲକ୍ଷ ଟଙ୍କା ଦିଆଯିବ,ଜଗତସିଂହପୁର ଗୋରଖନାଥ ୧୦ଲକ୍ଷ, କ୍ଷୀରଚୋରା ଗୋପୀନାଥ ମନ୍ଦିର ପକ୍ଷରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ । 


ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଲେଖ ବାବାଙ୍କ ଦାନ


ନିଶ୍ଚିନ୍ତକୋଇଲିର ମହିମା ଧର୍ମର ବିଶିଷ୍ଟ ପ୍ରଚାରକ ତଥା ଶତାୟୁ ବ୍ରହ୍ମାବଧୂତ ପ୍ରାଣକୃଷ୍ଣ ବାବା କରୋନାର ପ୍ରତିକାର ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ୧୦ଟଙ୍କା ଦାନ କରିଛନ୍ତି । 

ଝାରସୁଗୁଡାରେ ସେବାକାମ

ଝାରସୁଗୁଡା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ସେବାଭାରତୀ ଓ ଅନ୍ୟ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତା ଗତ ମାର୍ଚ୍ଚ ୨୨ ତାରିଖଠାରୁ ସେବା ପାଇଁ ପ୍ରସ୍ତୁତ ଆରମ୍ଭ କରି ଦୀର୍ଘ ମାସାଧିକ କାଳ ଭୋଜନ କେନ୍ଦ୍ର ମାଧ୍ୟମରେ ପୁରା ସହରରେ ଭିକାରୀ, ଗରିବ ଶ୍ରମିକ, ଅସୁବିଧାର ପଡିଥିବା ଯାତ୍ରୀମାନଙ୍କୁ ଭୋଜନ ବ୍ୟବସ୍ଥା କରିଥିଲେ । ମୋଟର ସାଇକେଲ ମାଧ୍ୟମରେ ସରକାରୀ ସହାୟତାରେ କଥାବାର୍ତା କରି ସହରରେ ସର୍ଭେ କରି କରାଯାଇଥିଲା । ଏହାପରେ ସେମାନଙ୍କୁ ରାସନ ସାମାନ ଯୋଗାଇଦେବା ସହ ମାସ୍କ, ସାବୁନ ବିତରଣ କରାଯିବା ସହ ସ୍ୱଛତା ସଚେତନା କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଜନଜାଗରଣ କରାଯାଇଥିଲା । ଏହାଛଡା ୨୭୦୦୦ ରୁ ଅଧିକ ଭୋଜନ ପ୍ୟାକେଟ୍ ବିତରଣ ହୋଇଅଛି । ବେଲପାହାଡ ବ୍ରଜରାଜନଗର ପ୍ରଭୃତି ଅଂଚଳରେ ୪୦୦ ପରିବାର ପର୍ଯ୍ୟନ୍ତ ଜଣେ ପରିବାର ପିଛା ୭ କେଜି ଚାଉଳ, ୨ କେଜି ଡାଲି, ବିସ୍କୁଟ ପ୍ୟାକେଟ୍ ଇତ୍ୟାଦି ମଧ୍ୟ ବିତରଣ କରାଯାଇଛି ।


ସମ୍ବଲପୁରରେ ସେବାକାମ



ସମ୍ବଲପୁର ଜିଲ୍ଲା, ଧନକଭଡା ବ୍ଲକରେ ସେବାଭାରତୀ ଓଡିଶା ପଶ୍ଚିମର ଏକ ରକ୍ତଦାନ ଶିବିର ସରସ୍ୱତୀ ଶିଶୁ ମନ୍ଦିର ଗୋବିନ୍ଦପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିନଗର ସମ୍ବଲପୁର ଠାରେ ମହିଳା ମାନଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଂଟନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଖାଦ୍ୟପୁଡିଆ, େଓା÷ଷଧ ତଥା ଫଳ ବଂଟନ କରାଯାଇଥିଲା ।

 ଫୁଲବାଣୀ ରକ୍ତ ଭାଣ୍ଡାରେ ଫୁଲବାଣୀ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ

 ତରଫରୁ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି ।
 ଲକଡାଉନ ଅବସରରେ ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର
 ଅଭାବକୁ ଦୁର କରିବାପାଇଁ ସାମାଜିକ ଦୁରତାକୁ ବଜାୟ ରଖି ଏହି 
ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରକୁ ଫୁଲବାଣୀ ରକ୍ତ
 ଭାଣ୍ଡାରଅଧିକାରୀ ଡା.ଜୟଦୀପ ଘୋଷ ଉଦଘାଟନ କରିଥିବାବେଳେ
 ସଂଘର ନଗର ସେବା ପ୍ରମୁଖ ଶଙ୍କର ବେହେରା ରକ୍ତଦାନ ଶୁଭାରମ୍ଭ 
କରିଥିଲେ । ଏହି ଅବସରରେ ଶିବିରରେ ସଂଘର ଜିଲା କାର୍ଯ୍ୟବାହ
 ନିରଞ୍ଜନ ମିଶ୍ର, ମହାବିଦ୍ୟାଳୟ ଜିଲା ପ୍ରମୁଖ ନରେଶ କୁମାର ମହାନ୍ତି,
ଜିଲା ସଂଘ ଚାଳକ ରମେଶ ସାହୁଙ୍କ ସମେତ ସଂଘର ଅନ୍ୟ ସଦସ୍ୟ 
ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ରକ୍ତଭାଣ୍ଡାରର ଏଲଟି 
ଲକ୍ଷ୍ମୀଧର ମଣ୍ଡଳ,ଦିନକୃଷ୍ଣ ମହନ୍ତ,ତୁଷାର କାନ୍ତ ପ୍ରଧାନ ଓ ବରୁଣ 
ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । 
ରକ୍ତ ସଂଗ୍ରହ କାର୍ଯ୍ୟରେ ରାଜ୍ୟ ରେଡକ୍ରସର ଆଜୀବନ ସଦସ୍ୟ 
ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ଟିମ ହ୍ୟୁମାନିଟିର 
ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଆବାହକ ଭି.ଲୋକନାଥ 
ରାଜୁ ଓ ସଦସ୍ୟ ବିକାଶ ନାୟକ ଏବଂ ହିମାଂଶୁ ନାୟକ ପ୍ରମୁଖ 
ସହେଯାଗ କରିଥିଲେ ଶିବିରରେ ପ୍ରଣବ ନାୟକ, ଶେଷ ଦେବ ସାହୁ, 
ସଞ୍ଜିତ ମଣ୍ଡଳ, ରମେଶଚନ୍ଦ୍ର ସାହୁ,ଶ୍ରୀମତୀ ନମିତା ବେହେରା, 
ଶ୍ରୀମତୀ ଦୀପିକା ଶତପଥି, ଶ୍ରୀମତୀ ଝିଲି ବେହେରା, ସୁଦର୍ଶନ ବାରିକ,
ଶିବାଶିସ ପଣ୍ଡା, ଅମିୟ କୁମାର ଦାସ, ବିଶ୍ୱରଞ୍ଜନ ଦାସ,ଅଜୟ କୁମାର
 ଶତପଥି ଓ ସୁଶାନ୍ତ ପାତ୍ର ପ୍ରମୁଖ ସହାୟତା କରିଥିଲେ ଏହି ଶିବିରରେ 
ଲକଡାଉନ ଅବସରରେ ମଧ୍ୟ ୨୭ ଜଣ ପୁରୁଷ ଓ ମହିଳା ସ୍ୱେଛାକୃତ 
ଭାବରେ ରକ୍ତ ଦାନ କରିଥିଲେ । ତେବେ ଆବଶ୍ୟକତା ବେଳେ 
ସଂଘ ତରଫରୁ ରକ୍ତଦାନ କରାଯିବ ଏବଂ କିଛି ଦିନ ଅନ୍ତରରେ ପୁଣି ଏକ ଶିବିରର ଆୟୋଜନ କରାଯିବ ବୋଲି ସେବା ପ୍ରମୁଖ ଶ୍ରୀ ବେହେରା କହିଛନ୍ତି ।


କୋଭିଡ ଯୋଦ୍ଧାଙ୍କ ସେବାରେ ହିନ୍ଦୁ ଜାଗରଣ ମଂଚ


 
ଭୁବନେଶ୍ୱର,୨୦ / ୪ : କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ 
ରଚାଇଥିବାବେଳେ ଏଥିପାଇଁ ପ୍ରତିଷେଧକ ନଥିବାରୁ କେବଳ 
ସାମାଜିକ ଦୂରତ୍ୱ ରକ୍ଷା, ଘରେ ରହିବା  ଏହାର ମୂଳ ପ୍ରତିଷେଧକ 
ହୋଇଛି । କିନ୍ତୁ ଏହି ସମୟରେ ସାଧାରଣ ଜନତାଙ୍କ ସେବାରେ 
ନିଜ ନିଜର ଜୀବନକୁ ପାଣି ଛଡାଇ କର୍ତବ୍ୟ କରୁଥିବା 
ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ପୋଲିସ 
ଭାଇ ଓ ଭଉଣୀମାନଙ୍କ ସେବାରେ ହିନ୍ଦୁ ଜାଗରଣ ମଂଚ ।
 ଖରା ତରାରେ ସାଧାରଣ ଜନତାଙ୍କୁ ସେବା ଯୋଗାଉଥିବା 
ପୋଲିସ ଭାଇ ଭଉଣୀମାନଙ୍କୁ ହିନ୍ଦୁ ଜାଗରଣ ମଂଚ 
ତରପରୁ ଶୁଖିଲା ଖାଦ୍ୟ, ପାଣି ଓ ଫଳ ବଂଟନ 
କରାଯାଇଛି । ମଂଚ ତରଫରୁ କଳିଙ୍ଗ ଷ୍ଟୁଡିଓ ଛକ, 
ଫାୟାର ଅଫିସ ଛକ, ଖଣ୍ଡଗିରି ଛକ, ଏୟାରପୋର୍ଟ ଛକ,
 ଶିରିପୁର ଛକ,ୟୁଟିଟ-୬ ଆଦି ଅଂଚଳରେ ଏହି ସେବା ଯୋଗାଇ ଦିଆଯାଇଥିଲା । 

କରୋନା ଭୂତାଣୁ ଜନିତ ସଂକ୍ରମଣ ଆଶଙ୍କାରେ ସାରା
ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରି ହୋଇଥିବାରୁ
ଗରୀବ ଓ ଦିନମଜୁରିଆମାନେ ଖାଦ୍ୟ ଅଭାବ ସାମନା
 କରୁଛନ୍ତି । ଏହି ପରିପ୍ରେକ୍ଷୀରେ ହିନ୍ଦୁ ଜାଗରଣ ମଂଚ
 ପକ୍ଷରୁ ଜଟଣୀ ଓ ଭୁବନେଶ୍ୱରର ବିଭିନ୍ନ ଅଚଂଳର
 ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ(ଚୁଡା,
ଅଟା ଓ ବିସ୍କୁଟ), ଫିନାଇଲ, ସାନିଟାଇଜର
ପ୍ରଭୃତି ବଂଟନ କରାଯାଇଛି । ଜଟଣୀରେ ୧୦୦୦ରୁ
ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି ।
ଭୁବନେଶ୍ୱରର ନିଳାଦ୍ରୀବିହାର, ପଟିଆ, ଶୈଳେଶ୍ରୀ ବିହାର,
ଜଟଣୀ ଆଦି ବିଭିନ୍ନ ଅଂଚଳରେ ୭୮୫ ଗୋମାତାଙ୍କୁ
 ଖାଦ୍ୟ ଦିଆଯାଇଛି । ସେହିପରି ତମାଣ୍ଡୋ ଅଂଚଳରେ
 ବସବାସ କରୁଥିବା ୧୦୦ ଆର୍ଥିକ ଦୁର୍ବଳ ଶ୍ରେଣୀର
ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି
ବୋଲି ହିନ୍ଦୁ ଜାଗରଣ ମଂଚର ପୁରୀ ବିଭାଗ
ସଂଯୋଜକ ସୁମନ୍ତ ଘଡାଇ ପ୍ରକାଶ କରିଛନ୍ତି ।


ମୟୁରଭଞ୍ଜ ଜିଲ୍ଲାରେ ଆରଏସ୍‌ଏସ୍‌ର ସେବାକାର୍ଯ୍ୟ


ବାରିପଦା,୨୦ / ୪ : କରୋନା, କୋଭିଡ଼-୧୯ ପାଇଁ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଅନେକ ଲୋକଙ୍କ ପାଇଁ ଏହା ଦାରୁଣ ବିପତି ଭାବେ ଉଭା ହୋଇଛି । ସମାଜରେ ଦୈନନ୍ଦିନ ରୋଜଗାର କରି ନିଜର ଜୀବକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ବିରାଟ ଆହ୍ୱାନ ସୃଷ୍ଟି କରିଛି । ମୟୁରଭଞ୍ଜ ଜିଲ୍ଲାର  ସ୍ୱୟଂସବେକମାନେ ସେହି ଗରିବ ନିସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇବାକୁ ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ମୟୁରଭଞ୍ଜ ତରଫରୁ ବାରିପଦା ନଗରରେ ୧୦ ଜଣ ସ୍ୱୟଂସେବକ ୧୦ଟି ସ୍ଥାନରେ ଶୁଖିଲା ଖାଦ୍ୟ, ଚା ଓ ଜଳ ବିତରଣ କରିଥିଲେ । ଶୁଳିଆପଦାର ୩ଟି ସ୍ଥାନରେ ୧୪ ଜଣ ସ୍ୱୟଂସେବକ ଜନ ଜାଗରଣ କରିଥିଲେ । ଶ୍ୟାମାଖୁଂଟାର  ୩ଟି ସ୍ଥାନରେ ୧୦ ଜଣ ସ୍ୱୟଂସେବକ ଚାଉଳ, ପରିବା ଓ ମାସ୍କ ବଂଟନ କରିଥିଲେ । କପ୍ତିପଦାର ୩ଟି ସ୍ଥାନରେ ୧୦ ଜଣ ସ୍ୱୟଂସେବକ ରନ୍ଧାଖାଦ୍ୟ ବିତରଣ କରିଛନ୍ତି । ସାରସକଣାର ୩ଟି ଗ୍ରାମରେ ୧୦ ଜଣ ସ୍ୱୟଂସେବକ ଶୁଖିଲା ଖାଦ୍ୟ ବଂଟନ କରିବା ସହିତ ଜନ ଜାଗରଣ କରିଥିଲେ । ବେତନଟିରେ ୧୫ ଜଣ ସ୍ୱୟଂସେବକ ଘର ଘର ବୁଲି ସଚେତନ କରି କହିଥିଲେ କରୋନା ମହାମାରୀ ବିରୋଧରେ ଲଢିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର ଏକ ଦାୟିତ୍ୱ ରହିଛି । ଏହି ଲକ୍‌ଡାଉନ୍ ସମୟରେ ଆମକୁ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ସମସ୍ତ ନିର୍ଦ୍ଦେଶର ପାଳନ କରିବାକୁ ହେବ । ଘରେ ରହିବା ସୁସ୍ଥ ରହିବା, ସାମାଜିକ ଦୂରତାର ପାଳନ କରିବା ଏବଂ ମାସ୍କ ପିନ୍ଧିବା । ଏସବୁ କଲେ ଏହି କରୋନା ଯୁଦ୍ଧରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସୈନିକ ହୋଇ ପାରିବେ  ବୋଲି ବୁଝାଇଥିଲେ । 



କେନ୍ଦୁଝର ଜିଲ୍ଲାରେ ଆରଏସ୍‌ଏସ୍‌ର ସେବାକାର୍ଯ୍ୟ


କେନ୍ଦୁଝର,୨୦ / ୪ : କରୋନା ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ସଂକ୍ରମିତ ହୋଇଥିବା ବେଳେ ଲକ୍ଷାଧିକ ମୃତ୍ୟୁବରଣ କରିଛନ୍ତି । ଆମେରିକା, ଇଂଲଣ୍ଡ, ଇଟାଲୀ, ଫ୍ରାନ୍ସ ଓ ସ୍ପେନ୍ ଆଦି ଦେଶରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିଛି ଓ ସେଠାରେ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ତେଣୁ ବର୍ତମାନ ଆମ ଦେଶ ଓ ରାଜ୍ୟ ପାଇଁ ଖୁବ୍ ଗୁରୁତ୍ୱପୂଣ୍ଣ । କୌଣସି ପ୍ରକାରେ କରୋନା ସଂକ୍ରମଣକୁ ରୋକିବାକୁ ହେବ । ସେଥିପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କେନ୍ଦୁଝର ଜିଲ୍ରା ତରଫରୁ ବିଭିନ୍ନ ସ୍ଥାନରେ ସଚେତନ କରାଯିବା ସହ ଅନେକ ପ୍ରକାର ସେବା ଯୋଗାଇ ଦିଆଯାଇଛି । କେନ୍ଦୁଝର ଜିଲ୍ଲାର ସ୍ୱୟଂସେବକମାନେ ଘଟଗାଁ ଖଣ୍ଡର ୩ଟି ସ୍ଥାନରେ ମାର୍ଚ୍ଚ ମାସ ୨୭ ତାରିଖରୁ ୧୫୦ ଜଣ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଦୁଇବେଳା ଯୋଗାଇ ଆସୁଛନ୍ତି । ଏଥିପାଇଁ ୭ଜଣ ସ୍ୱୟଂସେବକ କାମରେ ଲାଗିଛନ୍ତି । ହରିଚନ୍ଦନପୁର ଖଣ୍ଡର ୨ଟି ସ୍ଥାନରେ ୪୦ ଜଣଙ୍କୁ ସୁଖିଲା ଖାଦ୍ୟ ବଂଟନ କରାଯିବା ସହ ନଳକୂପ ସାନିଟାଇଜ କରାଯାଇଛି । ଏଥି ସହିତ ସାବୁନ ପ୍ରଦାନ କରାଯାଇ ହାତ ଧୋଇବା ପାଇଁ ସଚେତନ କରାଯାଇଛି । ଯୋଡା ଖଣ୍ଡରେ ଦୋକାନ ସାମନାରେ ସମଦୂରତା ରକ୍ଷା କରିବା ପାଇଁ ଚୂନ ପକାଇ ଗୋଲ କରାଯିବା ସହ ସୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ଏବଂ ପୋଲିସ ଭାଇମାନଙ୍କୁ ପାନୀୟ ଜଳ ବିତରଣ କରାଯାଇଥିଲା । ଯୋଡାର ୩୭ଟି ସ୍ଥାନରେ ୧୦୦ ପରିବାରକୁ ଭୋଜନ ପ୍ୟାକେଟ ଓ ୨୫୦ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ବଡବିଲ ଠାରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ବିତରଣ କରାଯିବା ସହିତ ଘର ପାଖରେ ପନି ପରିବା ପହଁଚାଇ ଦିଆଯାଇଥିଲା ।  ଏଠାରେ ମଧ୍ୟ ପୋଲିସ ଭାଇ ଓ ଭଉଣୀମାନଙ୍କୁ ଚା ଓ ଜଳପାନ ଯୋଗାଇ ଦିଆଯାଉଛି । ବଡବିଲର ୫୦ଟି ସ୍ଥାନରେ  ୩୦୦୦ ପରିବାରକୁ ସୁଖିଲା ଖାଦ୍ୟ ଦିଆଯାଇଥିବା ବେଳେ ୫୦୦ ପ୍ୟାକେଟ ରନ୍ଧାଖାଦ୍ୟ ଦିଆଯାଇଛି । କେନ୍ଦୁଝର ଖଣ୍ଡରେ ସହାୟତା ପାଇଁ ସ୍ୱୟଂସେବକ ଭାଇମାନଙ୍କ ସହାୟତା ନମ୍ବର ଦିଆଯାଇଥିଲା । ସ୍ୱୟଂସେବକ ଭାଇମାନଙ୍କୁ ଫୋନ ଆସିବା ପରେ ସେହି ଭାଇମାନେ ଔଷଧପତ୍ର, ମାସ୍କ ଓ ସାବୁନ ନେଇ ସେମାନଙ୍କ ନିକଟରେ ପ୍ରଦାନ କରୁଥିଲେ । ୧୫ଜଣ ସ୍ୱୟଂସେବକ ୫ଟି ସ୍ଥାନରେ ୧୦୫ ପରିବାରରେ ସୁଖିଲା ଖାଦ୍ୟ ବିତରଣ କରିଛନ୍ତି । ଝୁମ୍ପୁରା ର ୪ଟି ସ୍ଥାନରେ  ୮ଜଣ ସ୍ୱୟଂସେବକ ୧୦୦ଟି ପରିବାରରେ ସୁଖିଲା ଖାଦ୍ୟ ପହଁଚାଇଛନ୍ତି । ଘସିପୁରା ଖଣ୍ଡରେ ୩ଟି ସ୍ଥାନରେ ୫ ଜଣ ସ୍ୱୟଂସେବକ ୮୦ଟି ମାସ୍କ ବିତରଣ କରିଥିବା ବେଳେ ଏହି ଖଣ୍ଡରେ ସୁଖିଲା ଖାଦ୍ୟ ସହିତ ସାବୁନ ବିତରଣ ମଧ୍ୟ କରାଯାଇଛି । ଆନନ୍ଦପୁର ଖଣ୍ଡର ୨ଟି ସ୍ଥାନରେ ୧୦୦ଟି ଭୋଜନ ପ୍ୟାକେଟ ବିତରଣ କରାଯିବା ସହ ଟ୍ରକ ଡ୍ରାଇଭରମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । କେନ୍ଦୁଝର ଜିଲ୍ଲାରେ ୭୧ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଏହି ସବୁ ସେବାକାମରେ ସାମିଲ ହୋଇଛନ୍ତି । 



ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ସହାୟତା ପ୍ରଦାନ 


ଚମ୍ପୁଆ  : କରୋନା ମହାମାରିକୁ ନେଇ ସାରାବିଶ୍ୱରେ ଆତଙ୍କ ଦେଖାଦେଇଥିବା ବେଳେ ତଥା ଏହାର ପ୍ରତିକାର ସରୂପ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମ ପର୍ଯ୍ୟୟ ପରେ ଦିତିୟ ପର୍ଯ୍ୟୟ ଲକଡାଉନ ଅବଧିକୁ ମେମାସ ୩ ତାରିଖ ପଯ୍ୟନ୍ତ କରାଯାଇଛି । ଏହି ଲକଡାଉନ ସମୟରେ ଅସୁବିଧାରେ ଥିବା ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ବନବାସୀ କଲ୍ୟଣ ଆଶ୍ରମର ପ୍ରାନ୍ତ ଗ୍ରାମବିକାଶ ରାଜ୍ୟ ସଂଗଠକ ମହିରାମ ମହାନ୍ତ ଓ ଜିଲା ସମ୍ପାଦକ ଘନଶ୍ୟାମ ମହାନ୍ତ । ଚମ୍ପୁଆ ଏନଏସିର ୨ ନଂ ୱାର୍ଡ ପାଂଚପୋଖରିଆ ଠାରେ ଥିବା ଆଦିବାସୀ ବହୁଳ ମୁଣ୍ଡା ସାହିରେ ଅସହାୟଙ୍କୁ ଚାଉଳ, ତେଲ,ଲୁଣ, ପିଆଜ, ଆଳୁ ଓ ସାବୁନ ପ୍ରଦାନ କରିଛନ୍ତି । ଏହି ଆଦିବାସୀ ଶ୍ରେଣିର ଲୋକମାନେ ଦିତିୟ ପୟ୍ୟୟ ଲକଡାନ ଫଳରେ ଖାଦ୍ୟାଅଭାବ ସମ୍ମୁଖିନ ହେଉଥିଲେ । ପ୍ରାୟ ୧୧ଟି ପରିବାରର ୩୮ଜଣ ଲୋକଙ୍କୁ ଏହିସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମି ଦିନରେ ଏହିକାର୍ଯ୍ୟ ଚାଲୁ ରହିବ ବୋଲି ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି ।



ଦିପଶିଖା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସଚେତନତା ବାର୍ତ୍ତା








କଣିହାଁ: କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଅଧିନସ୍ଥ ବିଜିଗୋଳ ପଂଚାୟତ ଉଚ୍ଚବିଦ୍ୟାଳୟ ନିକଟସ୍ଥ ପାଣିଟାଙ୍କି ହଟିଂଗ୍ ବସ୍ତିରେ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ସହିତ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ମହାମାରୀ କରୋନା ଭୁତାଣୁ ପ୍ରତିରୋଧ ନିମନ୍ତେ ଦିପଶିଖା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷାନୁଷ୍ଠାନ,ଏନଟିପିସି ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା । ସଂପୃକ୍ତ ଶିକ୍ଷାନୁଷ୍ଠାନ ପ୍ରଧାନଆଚାର୍ଯ୍ୟା ସୁଶାନ୍ତ କୁମାର ତ୍ରିପାଠିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଦ୍ଧାନରେ ଅଭିଭାବକ, ଶିକ୍ଷାନୁଷ୍ଠାନର ଆଚାର୍ଯ୍ୟ/ ଆଚାର୍ଯ୍ୟା, କର୍ମଚାରୀ ମାନେ ସାମିଲ ହୋଇଥିଲେ ।  ହାତ ମୁହଁ କୁ ପରିଷ୍କାର ରଖିବା, ଘରୁ ବାହାରିବା ମାତ୍ରେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ, କଥାବାର୍ତ୍ତା ହେବା ସମୟରେ ଏକ ମିଟର ଦୂରତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ବସ୍ତି ବାସିନ୍ଦାଙ୍କୁ ମାକ୍ସ, ସାବୁନ ଓ ବିସ୍କୁଟ ବିତରଣ କରିଥିଲେ । ସେହିପରି ଶିକ୍ଷାନୁଷ୍ଠାନ ପକ୍ଷରୁ ଟେଲିଫୋନ ଭବନ ସମ୍ମୁଖରେ ଦୈନିକ ପରିବା ବଜାରରେ ବ୍ୟବସାୟୀ ଭାଇ ମାନଙ୍କୁ ସାବୁନ ଓ ବିସ୍କୁଟ ବିତରଣ କରି ଅନୁରୁପ ଭାବରେ ସଚେତନତା ବାର୍ତ୍ତା ବାଣ୍ଟି ଥିଲେ ।

ଅପ୍ରେଲ ୧୯

ଗଜପତି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବାକାମ

ରାୟଗଡା,୧୯/ ୪:  ସମଗ୍ର ବିଶ୍ୱରେ ଦିନକୁ ଦିନ
 କରୋନା ଭୂତାଣୁ ସଂକ୍ରମଣ କାୟା ବିସ୍ତାର କରି
 ସୃଷ୍ଟି କରିଛି ଏକ ଭୟଙ୍କର ବାତାବରଣ । ଗଜପତିର 
ଲୋକମାନେ ଏହାକୁ ନେଇ ଖୁବ ଚିନ୍ତିତ ହୋଇ ପଡିଛନ୍ତି । 
ଏହାକୁ ସତ ପ୍ରତିଶତ ପ୍ରତିହତ କରିବା ନିମିତ ଉଭୟ କେନ୍ଦ୍ର
 ଓ ରାଜ୍ୟ ସରକାରଙ୍କ ତରଫରୁ ସମୟାନ୍ତରରେ ଘନ ଘନ 
ସମୀକ୍ଷା କରାଯାଇ ବିଭିନ୍ନ ପ୍ରକାର ସହାୟତା ଯୋଗାଇ 
ଦେଉଛନ୍ତି ।  କୋଭିଡ୍‌-୧୯ ଭୂତାଣୁ ମୁକାବିଲା କରିବା 
ପାଇଁ ସରକାରଙ୍କ ସହିତ ଛିଡା ହୋଇଛନ୍ତି ଗଜପତି 
ଜିଲ୍ଲାର ସ୍ୱୟଂସେବକ । 

ତାଲା ବନ୍ଦ ସମୟରେ ନିଜ 
ଅଂଚଳରେ ଗଜପତିର ସ୍ୱୟଂସେବକମାନେ ଜନ 
ସଚେତନତା କରିଛନ୍ତି ।  ଘଡିସନ୍ଧି ଓ ଦୁର୍ଦ୍ଦିଦିନ 
ସମୟରେ  ଅସହାୟମାନଙ୍କୁ ବିଭିନ୍ନ ପ୍ରକାର 
ସେବା ଯୋଗାଇ ଦେଇଛନ୍ତି । 
ରାୟଗଡା ବ୍ଲକ ନାରାୟଣପୁର  ଗ୍ରାମର
 ଚକାଡୋଳା ପ୍ରଭାତ ଶାଖାର  ସ୍ୱୟଂସେବକମାନେ 
ପ୍ରକୃତ ଅସହାୟ ଓ ଦିନ ଦୁଃଖିମାନଙ୍କୁ ଘର ଘର 
ବୁଲି ୧୫୦ ପରିବାରକୁ  ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ
  ଯୋଗାଇ ଦେଇଥିଲେ । ସ୍ୱୟଂସେବକମାନେ ନିଜ 
ପଂଚାୟତର ସମସ୍ତ ଗ୍ରାମ ବୁଲି ସାନିଟାଇଜ କରିବା 
ସହିତ ବ୍ଲିଚିଂ ପକାଇଥିଲେ । ନାରାୟଣପୁରର ହିନ୍ଦୁସାହି, 
ଖ୍ରୀଷ୍ଟିଆନ ସାହି, ଶବର ସାହି, ହରିଜନ ସାହିି, ବାଘରଲା 
ଅ।ଦି ଅଂଚଳରେ ମାସ୍କ ମଧ୍ୟ ବିତରଣ କରାଯାଇଥିଲା । 
ଏବଂ ପ୍ରତ୍ୟେକଙ୍କୁ ସେମାନଙ୍କର ସମସ୍ୟା ବିଷୟରେ 
ପଚାରି ସୁସ୍ଥ ରହିବା ଉଦ୍ଦେଶ୍ୟରେ ସଚେତନତା 
କରାଯାଇଥିଲା । ଲୋକମାନଙ୍କୁ ମାସ୍କ ପରିଧାନ, 
ସାମାଜିକ ଦୂରତ୍ୱ, ଶୃଙ୍ଖଳା ଓ ସହଯୋଗ ମାଧ୍ୟମରେ 
ମହାମାରୀ ଭୂତାଣୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରାଯାଇ 
ପାରିବ ବୋଲି ସ୍ୱୟଂସେବକମାନେ ପରାମର୍ଶ ଦେଇଥିଲେ । 
ବିଭିନ୍ନ ସ୍ଥାନରେ ୧୦୦୦ ମାସ୍କ ବିତରଣ କରିଥିବା ବେଳେ 
୬ଟି ସ୍ଥାନରେ ମାର୍ଚ୍ଚ ୨୫ ତାରିଖରୁ ପଶୁପକ୍ଷୀମାନଙ୍କୁ 
ଖାଦ୍ୟ ଯୋଗଇ ଦିଆଯାଉଛି ।  ୫୮ ଜଣ ସ୍ୱୟଂସେବକ 
ଏହି ସବୁ କାମରେ ଲାଗିଥିଲେ ।
 

 ଫୁଲବାଣୀ  ଜିଲ୍ଲାରେ ସଂଘର ସ୍ୱୟଂସେବକଙ୍କ ସେବାକାମ
ଫୁଲବାଣୀ,୧୯/ ୪:   ସାରା ବିଶ୍ୱରେ ଘାତକ ସାଜିଥିବା କରୋନା  
ଭାରତରେ ବି କାୟା ବିସ୍ତାର କରିବାରେ ଲାଗିଛି ।  କରୋନା 
ଯୋଗୁ ସମଗ୍ର ଦେଶ ଭଳି ଓଡ଼ିଶାରେ ମଧ୍ୟ ଲକଡାଉନ୍ 
ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଯାଇଛି ।
 ଏପରି ସମୟରେ ଫୁଲବାଣୀ , ବାଲିଗୁଡା ଓ କୋଟଗଡର 
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ବିଭିନ୍ନ 
ପ୍ରକାର ସେବାକାମ କରିଛନ୍ତି । ସ୍ୱୟଂସେବକମାନେ 
୨୦୦୦ ମାସ୍କ ଓ ୧୦୦୦ ସାବୁନ ବିତରଣ କରିିଥିବା ବେଳେ
 ୩ଟି ସ୍ଥାନରେ ଗାଈମାନଙ୍କୁ ଗୋ ଖାଦ୍ୟ ଯୋଗାଉଛନ୍ତି । 

ଫୁଲବାଣୀର ବିଭିନ୍ନ ସ୍ଥାନରେ ସଫେଇ କାମରେ ଲାଗିଥିବା 
କୋଭିଡ ଯୋଦ୍ଧା ଭାଇ ଭଉଣୀମାନଙ୍କୁ ଅପ୍ରେଲ ୨୦ ତାରିଖ ଦିନ 
ସ୍ୱୟଂସେବକମାନେ ସମ୍ମାନୀତ କରିବେ । 
ଏହି ୧୫୦ ଜଣ କୋଭିଡ ଯୋଦ୍ଧା ମଧ୍ୟରେ 
ଥିବା ମାଆ ଓ ଭଉଣୀମାନଙ୍କୁ ଲୁଗା, 
ପୁରୁଷ ଲୋକମାନଙ୍କୁ ଗାମୁଛା ଦେଇ ସମ୍ମାନୀତ କରିବା ସହିତ
 ସେମାନଙ୍କୁ ଜଳପାନ କରାଇବେ । 
ସଂଘ ତରଫରୁ ୪୧ଟି ସ୍ଥାନରେ ହୋଇଥିବା ସେବାକାମରେ 
୨୦୦ ସ୍ୱୟଂସେବକ ସାମିଲ ହୋଇଛନ୍ତି । 

ବାଲିଗୁଡାର ସ୍ୱୟଂସେବକମାନେ ମୁସୁକୁଲି,ବିରାଗୁଡା,
ଦିଗପଡି, ଗୁଳିମରା, ମୁସଳିପଦର,ବନ୍ଧକପଡା, ବାନ୍ଧବା
 ଆଦି ଗ୍ରାମରେ ନିଜେ ମାକ୍ସ ତିଆରି କରି ବିତରଣ କରିବା 
ସହିତ ବିସ୍କୁଟ, ସାବୁନ ମଧ୍ୟ ବିତରଣ କରିଛନ୍ତି । ଏଥି ସହିତ
 ସ୍ୱୟଂସେବକମାନେ ବାଲିଗୁଡା ବଜାର ମେଡିକାଲ ଛକ, 
ବସ ଷ୍ଟାଣ୍ଡରେ ଏପ୍ରିଲ ୯ ଓ ୧୦ ଦୁଇ ଦିନ ଦୁଇ ଓଳି ରନ୍ଧାଖାଦ୍ୟ
 ମଧ୍ୟ ବିତରଣ କରିଛନ୍ତି । ପ୍ରତ୍ୟେକ ଦିନ ୨୦୦ ଗରିବ
 ଲୋକଙ୍କୁ ସେମାନେ ରନ୍ଧାଖାଦ୍ୟ ବିତରଣ କରୁଥିଲେ । 
ସେହିପରି ସ୍ୱୟଂସେବକମାନେ ଟିକାବାଲିର 
ପାବୁରିଆରେ ୫୦ ପରିବାରକୁ ଚାଉଳ ଓ ଡାଲି 
ବଂଟନ କରିଛନ୍ତି । ଏହି ତିନୋଟି ବ୍ଲକରେ ୩୦ ଜଣରୁ ଉର୍ଦ୍ଧ୍ୱ 
ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି । 

ସ୍ୱୟଂସେବକମାନେ ବାଲିଗୁଡା ବଜାର ମେଡିକାଲ ଛକ, ବସ ଷ୍ଟାଣ୍ଡରେ
 ଏପ୍ରିଲ ୯ ଓ ୧୦ ଦୁଇ ଦିନ ଦୁଇ ଓଳି ରନ୍ଧାଖାଦ୍ୟ ମଧ୍ୟ ବିତରଣ କରିଛନ୍ତି । 
ପ୍ରତ୍ୟେକ ଦିନ ୨୦୦ ଗରିବ ଲୋକଙ୍କୁ ସେମାନେ ରନ୍ଧାଖାଦ୍ୟ ବିତରଣ କରୁଥିଲେ ।

ସେହିପରି ସ୍ୱୟଂସେବକମାନେ ଟିକାବାଲିର

 ପାବୁରିଆରେ ୫୦ ପରିବାରକୁ ଚାଉଳ ଓ ଡାଲି ବଂଟନ 

କରିଛନ୍ତି । ଏହି ତିନୋଟି ବ୍ଲକରେ ୩୦ ଜଣରୁ 

ଉର୍ଦ୍ଧ୍ୱ ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି ।
















   ସେହିପରି ସ୍ୱୟଂସେବକମାନେ ଟିକାବାଲିର ପାବୁରିଆରେ ୫୦ 

ପରିବାରକୁ ଚାଉଳ ଓ ଡାଲି ବଂଟନ କରିଛନ୍ତି । 

ଏହି ତିନୋଟି ବ୍ଲକରେ ୩୦ ଜଣରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି ।




ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଅଭାବକୁ ଦୁର 

କରିବାପାଇଁ ଆରଏସଏସର ରକ୍ତଦାନ ଶିବିର



ଫୁଲବାଣୀ: ଆଜି ଫୁଲବାଣୀ ରକ୍ତ ଭାଣ୍ଡାରେ ଫୁଲବାଣୀ ନଗର 
ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ
 ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ 
ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୁର
 କରିବାପାଇଁ ସାମାଜିକ ଦୁରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର 
ଅନୁଷ୍ଠିତ ହୋଇଥିଲା । ଶିବିରକୁ ଫୁଲବାଣୀ ରକ୍ତ ଭାଣ୍ଡାର ଅଧିକାରୀ 
ଡା.ଜୟଦୀପ ଘୋଷ ଉଦଘାଟନ କରିଥିବାବେଳେ ସଂଘର
 ନଗର ସେବା ପ୍ରମୁଖ ଶଙ୍କର ବେହେରା ରକ୍ତଦାନ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଶିବିରରେ ସଂଘର ଜିଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର, 
ମହାବିଦ୍ୟାଳୟ ଜିଲା ପ୍ରମୁଖ ନରେଶ କୁମାର ମହାନ୍ତି,ଜିଲା ସଂଘ ଚାଳକ 
ରମେଶ ସାହୁଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଏହି ଶିବିରରେ ରକ୍ତଭାଣ୍ଡାରର ଏଲଟି ଲକ୍ଷ୍ମୀଧର ମଣ୍ଡଳ,ଦିନକୃଷ୍ଣ ମହନ୍ତ,
ତୁଷାର କାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ 
ସମ୍ପାଦନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ରାଜ୍ୟ ରେଡକ୍ରସର
 ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,
ଟିମ ହ୍ୟୁମାନିଟିର ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଆବାହକ 
ଭି.ଲୋକନାଥ ରାଜୁ ଓ ସଦସ୍ୟ ବିକାଶ ନାୟକ ଏବଂ ହିମାଂଶୁ ନାୟକ 
ପ୍ରମୁଖ ସହେଯାଗ କରିଥିଲେ ଶିବିରରେ ପ୍ରଣବ ନାୟକ, ଶେଷ ଦେବ ସାହୁ,
 ସଞ୍ଜିତ ମଣ୍ଡଳ, ରମେଶଚନ୍ଦ୍ର ସାହୁ,ଶ୍ରୀମତୀ ନମିତା ବେହେରା, 
ଶ୍ରୀମତୀ ଦୀପିକା ଶତପଥି, ଶ୍ରୀମତୀ ଝିଲି ବେହେରା, ସୁଦର୍ଶନ ବାରିକ
,ଶିବାଶିସ ପଣ୍ଡା, ଅମିୟ କୁମାର ଦାସ, ବିଶ୍ୱରଞ୍ଜନ ଦାସ,ଅଜୟ କୁମାର 
ଶତପଥି ଓ ସୁଶାନ୍ତ ପାତ୍ର ପ୍ରମୁଖ ସହାୟତା କରିଥିଲେ ଏହି ଶିବିରରେ
 ଲକଡାଉନ ଅବସରରେ ମଧ୍ୟ ୨୭ ଜଣ ପୁରୁଷ ଓ ମହିଳା 
ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ତେବେ ଆବଶ୍ୟକତା 
ବେଳେ ସଂଘ ତରଫରୁ ରକ୍ତଦାନ କରାଯିବ ଏବଂ କିଛି ଦିନ 
ଅନ୍ତରରେ ପୁଣି ଏକ ଶିବିରର ଆୟୋଜନ କରାଯିବ 
ବୋଲି ସେବା ପ୍ରମୁଖ ଶ୍ରୀ ବେହେରା କହିଛନ୍ତି ।




ଗଞ୍ଜାମ ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବାକାମ

ବ୍ରହ୍ମପୁର,୧୯/ ୪: ସାରା ରାଜ୍ୟରେ କରୋନା 
ମହାମାରୀ ସଂକ୍ରମଣକୁ ରୋକିବା ପାଇଁ 
ଲକଡାଉନ ଭଳି କଡାନିୟମ ସରକାର 
ପ୍ରତ୍ୟେକ ଜିଲ୍ଲାରେ ଲାଗୁକରିଛନ୍ତି । ଯାହା ଫଳରେ 
ସାଧାରଣ ଲୋକ ଘରୁ ବାହାରିପାରୁ ନାହିଁ ।
 ଏହି ସମୟରେ ଯେଉଁମାନଙ୍କ ପାଖରେ କିଛି 
ନାହିଁ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ କରିବା 
ସମସ୍ୟା ଦେଖାଦେଇଛି । ସେହିମାନଙ୍କ 
ସମସ୍ୟାର ସମାଧାନ ପାଇଁ ତାଙ୍କ ନିକଟରେ 
ଦେବଦୂତ ହୋଇ ଠିଆ ହୋଇଛନ୍ତି 
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ । 
 ଗଂଜାମ ଜିଲ୍ଲାରେ ଏହିପରି ଅସୁବିଧାରେ ସମ୍ମୁଖିନ 
ହୋଇଥିବା ବ୍ୟକ୍ତିଙ୍କୁ ସଂଘର ସ୍ୱୟଂସେବକମାନେ 
ସାହାଯ୍ୟର ହାତ ବଢାଇ ଥିଲେ । ଏହିଭଳି 
ଘଡ଼ିସନ୍ଧି ସମୟରେ ଅସହାୟ, ନିସ୍ୱ ଓ 
ନିରାଶ୍ରୟମାନଙ୍କ ନିମନ୍ତେ ୪ ଦିନ ଧରି ରନ୍ଧାଖାଦ୍ୟ 
ଯୋଗାଇଥିଲେ । ମାର୍ଚ୍ଚ ୨୫ ତାରିଖରୁ ୨୮ ତାରିଖ 
ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଦୁଇ ଶହ ବ୍ୟକ୍ତିଙ୍କୁ ଏହି 
ରନ୍ଧାଖାଦ୍ୟ ଦିଆଯାଉଥିଲା ।ପ୍ରତିଦିନ ସାତ 
ପରିବାରକୁ ଚାଉଳ, ଚୁଡା, ଆଳୁ, ପିଆଜ,
 ଜାଇ ଆଦି ରାସନ ସାମଗ୍ରୀ ଯୋଗାଇ 
ଦିଆଯାଇଛି ।  ବ୍ରହ୍ମପୁରର ବିଭିନ୍ନ ଅଂଚଲରେ 
୩୦୦୦ ମାସ୍କ ବିତରଣ କରିଛନ୍ତି ସ୍ୱୟଂସେବକ । 
୧୭ଟି ସ୍ଥାନରେ ପ୍ରତିଦିନ ୨୦୦ ଗାଈଙ୍କୁ 
ପଶୁଖାଦ୍ୟ ଦିଆଯାଇଛି । ୬୦ରୁ ଉର୍ଦ୍ଧ୍ୱ 
ସ୍ୱୟଂସେବକ ବ୍ରହ୍ମପୁରରେ ହେଉଥିବା 
ଏହି ସେବାକାମରେ ସାମିଲ ହୋଇଥିଲେ । 

ଘୁମସୁର ଜିଲ୍ଲାରେ ଆରଏସ୍‌ଏସ୍‌ର ସେବାକାମ

 ଆସ୍କା,୧୯/ ୪: ଲକ୍ ଡ଼ାଉନ ସମୟରେ ଘୁମସୁର 
ଜିଲ୍ଲାରେ ଅନେକ ଗରୀବ, ଅସହାୟ ବ୍ୟକ୍ତିଙ୍କ
 ପକ୍ଷେ ଦୁଇ ବେଳା ଆହାର ଯୋଗାଡ଼
କରିବା ସମ୍ଭବ ହୋଇପାରୁ ନାହିଁ । ଏହିଭଳି ଘଡ଼ିସନ୍ଧି 
ସମୟରେ ଅସହାୟ, ନିସ୍ୱ ଓ ନିରାଶ୍ରୟମାନଙ୍କ ନିମନ୍ତେ 
ସହାୟତାର ହାତ ବଢ଼ାଇ ସ୍ୱୟଂସେବକମାନେ ସେମାନଙ୍କ 
ସେବାରେ ଆଗେଇ ଆସିଛିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
 ଆସ୍କା ତରଫରୁ ୩ଟି ସ୍ଥାନରେ ୪ ଦିନ ଧରି ୧୬୨ ପରିବାରକୁ 
ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ୧୭ଟି ସ୍ଥାନରେ ରାସନ 
ସାମଗ୍ରୀ ବିତରଣ କରାଯାଇଛି । ଆସ୍କାର ବିଭିନ୍ନ ଅଂଚଳରେ 
ରହୁଥିବା ଅସହାୟ, ନିସ୍ୱ ଓ ନିରାଶ୍ରୟମାନଙ୍କୁ ୨୦୦୦ ମାସ୍କ 
ଯୋଗାଇଛନ୍ତି ସ୍ୱୟଂସେବକ । ପଶୁପକ୍ଷୀ ଓ ଗାଈ ମାନଙ୍କୁ ୧୨ଟି 
ସ୍ଥାନରେ ଖାଦ୍ୟ ଯୋଗାଇ ଦିଆଯାଇଛି । ୧୧୭ ଜଣ  
ସ୍ୱୟଂସେବକ ଏହି ସବୁ ସେବାକାମରେ ଯୋଗ ଦେଇଥିଲେ । 
 ନର ସେବା ହିଁ ନାରାୟଣ ସେବା ,ମାନବ ସେବା ହିଁ ମାଧବ ସେବା ।  
ଏହି ଉକ୍ତିକୁ କାର୍ଯ୍ୟକାରୀ କରିଛନ୍ତି ଘୁମୁସର ଜିଲ୍ଲା ସଂଘର ସ୍ୱୟଂସେବକ । 


ଅପ୍ରେଲ ୧୮



ଭୁବନେଶ୍ୱରରେ ଆରଏସ୍‌ଏସ୍ ତରଫରୁ ସେବାକାର୍ଯ୍ୟ



ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର
 ତରଫରୁ ନୟାପଲ୍ଲୀ,ଖାରବେଳନଗର, ମୈତ୍ରୀ ନଗର, ବନଦୂର୍ଗାନଗର, 
ପଟିଆ, କେଦାରଗୌର,ବାଣୀବିହାର,ଡୁମଡୁମା, କଳିଙ୍ଗନଗର ଆଦି ୯ ଟି
 ନଗରର ୩୨ଟି ସ୍ଥାନରେ ବିଭିନ୍ନ ପ୍ରକାର ସେବାକାମ ୍‌ଅନୁଷ୍ଠିତ ହୋଇଥିବା 
ବେଳେ ୧୫ଟି ନଗରରେ ଜନଜାଗରଣ କାର୍ଯ୍ୟକ୍ରମ ଚାଲୁଅଛି । ସଂଘ ତରଫରୁ 
ଭୁବନେଶ୍ୱରର ୮୩୨ ପରିବାରର ୩୨୮୮ ଜଣ ବ୍ୟକ୍ତିଙ୍କ ନିକଟରେ ବିଭିନ୍ନ 
ପ୍ରକାର ସେବା ପହଁଚାଇବା ପାଇଁ ୨୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ଓ ୧୨ ଉର୍ଦ୍ଧ୍ୱ 
ସ୍ୱୟଂସେବକ ପରିବାର ଏହି କାର୍ଯ୍ୟରେ ଲାଗିଛନ୍ତି ବୋଲି 
ମହାନଗର ସହକାର୍ଯ୍ୟବାହ ଶ୍ରୀ ସୁବ୍ରତ  ତ୍ରିପାଠୀ ପ୍ରକାଶ କରିଛନ୍ତି ।

ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି ଯେ, କୋଭିଡ-୧୯ ମହାମାରୀ ଭାରତ 
ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା 
ପାଇଁ ସାରା ଦେଶ ସମେତ ସମସ୍ତ ରାଜ୍ୟ ଏକାଠି ହୋଇ ଲଢେଇ କରୁଛି ।
 ସଂଘର ସ୍ୱୟଂସେବକମାନେ କରୋନା ଭୂତାଣୁ ସଂପର୍କରେ ୧୫ଟି ନଗରରେ 
ଜନସଚେତନା ସୃଷ୍ଟି କରୁଛନ୍ତି ।  ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ 
ବଜାୟ ରଖିଲେ ଆମେ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା 
ବୋଲି ସ୍ୱୟଂସେବକମାନେ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ବୁଝାଉଛନ୍ତି । ।

ରାଷ୍ଟ୍ର ହିତ ଦୃଷ୍ଟିରେ ଯେଉଁ ଲକଡାଉନ ଘୋଷଣା କରାଯାଇଛି ତାହାକୁ 
ସଫଳ କରିବାକୁ ସ୍ୱୟଂସେବକମାନେ  ବୁଝାଇବା ସହିତ ନିଃସ୍ୱ ଗରିବ 
ଅସହାୟମାନଙ୍କ ପାଖରେ ରନ୍ଧା ଖାଦ୍ୟ,ଶୁଖିଲା ଖାଦ୍ୟ, ପରିବା,
 ସାନିଟାଇଜର  ପହଂଚାଇବା ଆଦି କାର୍ଯ୍ୟ ଅତ୍ୟନ୍ତ ଶୃଙ୍ଖଳିତ 
ଏବଂ ସଠିକ ଢଙ୍ଗରେ କରୁଛନ୍ତି । ୧୩ଟି ସ୍ଥାନରେ ରନ୍ଧାଖାଦ୍ୟ 
ବିତରଣ କରାଯାଇଛି ।  ୪୬ ଜଣ ସ୍ୱୟଂସେବକ ସମେତ 
୪ଟି ସ୍ୱୟଂସେବକ ପରିବାର ୩୪୬ ପରିବାରର ୧୩୮୪ ବ୍ୟକ୍ତିଙ୍କୁ
 ଏହି ସେବା ଯୋଗାଇଛନ୍ତି । ପଟିଆରେ ୧୦ ପରିବାରକୁ ଗୋଟିଏ ଦିନ,
 ଏୟାରପୋର୍ଟର ବସ୍ତି ଅଂଚଳରେ ଥିବା ୩୮ ପରିବାରକୁ ୩ ଦିନ,
ନୟାପଲ୍ଲୀ ନୂଆସାହି, ପଳାଶୁଣି ଓଭର ବ୍ରୀଜ, ଟଙ୍କପାଣି ରୋଡ, 
ବାଳକାଠି ବ୍ରୀଜ ଅଂଚଳରେ ୫୭ ପରିବାରକୁ ୧୫ ଦିନ, ମାଷ୍ଟ୍ରକ୍ୟାଂଟିନ, 
ରସୁଲଗଡ, ଭିଏସ୍‌ଏସ୍ ନଗର,ବମିଖୋଲ ଅଂଚଳରେ ୭୦ ପରିବାରକୁ 
୩ ଦିନ, ଓଲଡ ଟାଉନ ରେ ୨୦ ପରିବାରକୁ ୨ ଦିନ, ଏଆଇଏମ୍‌ଏସ୍ 
ଅଂଚଳରେ ୬୦ ପରିବାରକୁ ୩ ଦିନ, ପୁରୁଣା ବସଷ୍ଟାଣ୍ଡରେ 
୪୦ ପରିବାରକୁ ୧ ଦିନ, ନୟାପଲ୍ଲୀ ବ୍ରୀଜ ପାଖରେ ୩୦ ପରିବାରକୁ ୧ଦିନ,
 ସାଲିଆ ସାହିରେ ୧୦ ପରିବାରକୁ ଗୋଟିଏ ଦିନ ରନ୍ଧାଖାଦ୍ୟ 
ବିତରଣ କରାଯାଇଛି ।
ପରିବା ଏବଂ ଗ୍ରସରୀ ବିତରଣ ୧୫ଟି ସ୍ଥାନରେ ହୋଇଛି ।  ୨୮ ଜଣ 
ସ୍ୱୟଂସେବକ ଓ ୩ଟି ସ୍ୱୟଂସେବକ ପରିବାର ଏହି ସେବାକାମରେ 
ଲାଗିଥିବା ବେଳେ ୩୭୧ଟି ପରିବାରର ୧୪୮୪ଜଣ ବ୍ୟକ୍ତି ଉପକୃତ
 ହୋଇଛନ୍ତି । କଳିଙ୍ଗ ନଗର ଓ ଆମ୍ରୀ ହସପିଟାଲ ଅଂଚଳରେ ଥିବା 
୬ଟି ବସ୍ତିରେ ୮୦ଟି ପରିବାରକୁ ୪ଟି ପର୍ଯ୍ୟାୟରେ ୨୦ ଦିନ ପାଇଁ ପରିବା
 ଓ ଗ୍ରସରି ବିତରଣ କରାଯାଇଥିଲା । କେଦାରଗୌରୀ, ଓଲଡ୍ ଟାଉନ, 
ମାଉସୀମା ମନ୍ଦିର ଅଂଚଳରେ ୮୦ ପରିବାରକୁ ୩ଦିନ, ମୈତ୍ରୀ ନଗର 
ବସ୍ତି ଅଂଚଳରେ ୧୨୫ ପରିବାରକୁ ୧ ଦିନ, ନୟାପଲ୍ଲୀ, ନୂଆସାହି, 
ସାଲିଆ ସାହିରେ ୩୦ ପରିବାରକୁ ୧ ଦିନ, ଡୁମଡୁମା, 
ଆଇଗଣିଆର ୬୦ ପରିବାରକୁ ୨ଦିନ ପରିବା ଓ 
ଗ୍ରସରି ବଂଟନ କରାଯାଇଛି ।

ସ୍ୱୟଂସେବକମାନେ ଓଲଡ ଟାଉନ ଓ ଏୟାରପୋର୍ଟ 
ଅଂଚଳର ୭୦ଟି ପରିବାରର ଗୃହ ଏବଂ ସରକାରୀ 
ଗୃହକୁ ସାନିଟାଇଜ କରିଥିଲେ । ୩୫ଟି ପରିବାକୁ ମଧ୍ୟ 
ସୁଖିଲା ଖାଦ୍ୟ ଦିଆଯାଇଥିଲା । ଆହୁରୀ ଅନେକ ଅଂଚଳରେ
 ସଂଘ ତରଫରୁ ସେବାକାମ ଅନୁଷ୍ଠିତ ହୋଇ ଯାଇଛି ।
 ଯେଉଁ ଅଂଚଳରେ ସେବାକାମ ଗୁଡିକ ହୋଇଛି ସେହି ଅଂଚଳର 
ସମସ୍ତ ସ୍ୱୟଂସେବକ ଏହି କାମରେ ସହଯୋଗ କରିଛନ୍ତି । 
ଓଜ୍ୱସୀ ଫାଉଣ୍ଡେସନ, ଓଡିଶା ଗୋ ସେବା ସମିତି ଦ୍ୱାରା ହେଉଥିବା 
ସେବା କାମରେ ମଧ୍ୟ ସ୍ୱୟଂସେବକମାନେ ମଧ୍ୟ ସାମିଲ ହୋଇ 
ସେବା କାମ କରୁଛନ୍ତି । ଯେତେ ବେଳେ କୌଣସି ବ୍ୟକ୍ତିର 
ରକ୍ତ ଦରକାର ହେଉଛି ସେହି ସମୟରେ ରକ୍ତଦାତା ମହାସଂଘ ସହିତ 
ମିଶି ସ୍ୱୟଂସେବକମାନେ ରକ୍ତଦାନ କରୁଛନ୍ତି । 
ସ୍ୱୟଂସେବକମାନଙ୍କ ତରଫରୁ ବିଭିନ୍ନ ପଶୁ, ପକ୍ଷୀଙ୍କୁ ଖାଦ୍ୟ ଦିଆଯାଉଥିବା 
ବେଳେ ପ୍ରତିଦିନ ୨୦ ଗାଈଙ୍କୁ ଖାଦ୍ୟ ଦିଆଯାଉଛି । 
ଆହୁରୀ ଅନେକ ସ୍ଥାନରେ ବିଏମ୍‌ସି ସହିତ ମିଶି ସ୍ୱୟଂସେବକମାନେ 
ପ୍ରତି ଦିନ ଶହ ଶହ ଲୋକଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବିତରଣ କରୁଛନ୍ତି ।



 




ଅପ୍ରେଲ ୧

ଢେଙ୍କାନାଳରେ ସ୍ୱୟଂସେବକଙ୍କ ଦ୍ୱାରା ସେବାକାର୍ଯ୍ୟ



ଢେଙ୍କାନାଳ : କରୋନା ମହାମାରିକୁ ନେଇ ସାରାବିଶ୍ୱରେ 


ଆତଙ୍କ ଦେଖାଦେଇଥିବା ବେଳେ ଏହାର ମୁକାବିଲା କରିବା 

ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ଗ୍ରହଣ 

କରିଥିଲେ ମଧ୍ୟ ସ୍ୱଚ୍ଛାସେବୀ ସଂଗଠନ ଗୁଡକି ନିଜ ନିଜ ଅନୁସାରେ

 ସହଯୋଗ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଢେଙ୍କାନାଳ ଜିଲ୍ଲା

 ତରଫରୁ ଢେଙ୍କାନାଳ ନଗର, ପର୍ଜଙ୍ଗର ସାଣ୍ଡା,  କାମାକ୍ଷା ଓ 

କଙ୍କଡା ହାଡ ଆଦି ବିଭିନ୍ନ ସ୍ଥାନରେ ସେବାକାମ ଅନୁଷ୍ଠିତ ହୋଇ ଯାଇଛି । 

ବିଭିନ୍ନ ଅଂଚଳରେ  ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା, 

ଘରେ ରହିବା ସୁସ୍ଥ ରହିବା, ସମସ୍ତେ ମାସ୍କ ବାନ୍ଧିବା ଏବଂ 

ସରକାରଙ୍କ ସମସ୍ତ ନିୟମକୁ ମାନିବା ଆଦି ବିଷୟରେ  

ଢେଙ୍କାନାଳର ସ୍ୱୟଂସେବକମାନେ ଜନ ଜାଗରଣ କରିଛନ୍ତି ।
ଢେଙ୍କାନାଳ ସହରରେ ସ୍ୱୟଂସେବକମାନେ ୭୫ଟି ଗରିବ 

ପରିବାରରେ ଆଳୁ, ବାଇଗଣ, ଭେଣ୍ଡି, ପିଆଜ ଆଦି ବିତରଣ କରିଥିଲେ ।

 କଙ୍କଡାହାଡରେ ୪୦୦ ମାସ୍କ ବିତରଣ କରିଥିବା ବେଳେ  

 ପରଜଙ୍ଗର ସାଣ୍ଡ୍ରାରେ ୬୦ଟି ଗରିବ ପରିବାରରେ ଚୁଡା, 

ଗୁଡ, ବିସ୍କୁଟ ଆଦି ବିତରଣ କରିଥିଲେ ଏବଂ 

କାମାକ୍ଷା ନଗରରେ ୧୦୦ ଜଣଙ୍କୁ ରନ୍ଧାଖାଦ୍ୟ ବିତରଣ କରିଥିଲେ ।



ଅପ୍ରେଲ ୧



ଅନୁଗୋଳର ସଂଘର ସ୍ୱୟଂସେବକଙ୍କ ସେବାକାମ


ଅନୁଗୋଳ: ଲକ୍ ଡାଉନ ସମୟରେ ଅନୁଗୋଳର
 ଦୁଇଟି ଘରୋଇ ନସିଂହୋମରେ ଥିବା 
୪୫ ଜଣ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର
 ସ୍ୱୟଂସେବକମାନେ ରନ୍ଧାଖାଦ୍ୟ ଯୋଗାଇ ଥିଲେ । 
ସଦର ଖଣ୍ଡର ଦୁଇଟି  ଗ୍ରାମରେ ଚାଉଳ ଓ ଚୁଡା ବିତରଣ 
କରିଥିଲେ ସ୍ୱୟଂସେବକ । ପାଲହଡାରେ ୪୫୦ ମାସ୍କ 
ବିତରଣ କରିଥିବା ବେଳେ ସ୍ୱୟଂସେବକମାନେ 
ବଳରାମ ପ୍ରସାଦରେ ସାମ୍ବାଦିକମାନଙ୍କ ସହିତ 
ମିଶି ମାର୍ଚ୍ଚ ୨୮ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ 
୩୦୦ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ବିତରଣ କରିଥିଲେ ।

ଅପ୍ରେଲ ୧୫

ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଅଭାବକୁ ଦୁର 

କରିବାପାଇଁ ଆରଏସଏସର ରକ୍ତଦାନ ଶିବିର



ଫୁଲବାଣୀ: ଆଜି ଫୁଲବାଣୀ ରକ୍ତ ଭାଣ୍ଡାରେ ଫୁଲବାଣୀ ନଗର 
ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ
 ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ 
ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୁର
 କରିବାପାଇଁ ସାମାଜିକ ଦୁରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର 
ଅନୁଷ୍ଠିତ ହୋଇଥିଲା । ଶିବିରକୁ ଫୁଲବାଣୀ ରକ୍ତ ଭାଣ୍ଡାର ଅଧିକାରୀ 
ଡା.ଜୟଦୀପ ଘୋଷ ଉଦଘାଟନ କରିଥିବାବେଳେ ସଂଘର
 ନଗର ସେବା ପ୍ରମୁଖ ଶଙ୍କର ବେହେରା ରକ୍ତଦାନ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ଶିବିରରେ ସଂଘର ଜିଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର, 
ମହାବିଦ୍ୟାଳୟ ଜିଲା ପ୍ରମୁଖ ନରେଶ କୁମାର ମହାନ୍ତି,ଜିଲା ସଂଘ ଚାଳକ 
ରମେଶ ସାହୁଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଏହି ଶିବିରରେ ରକ୍ତଭାଣ୍ଡାରର ଏଲଟି ଲକ୍ଷ୍ମୀଧର ମଣ୍ଡଳ,ଦିନକୃଷ୍ଣ ମହନ୍ତ,
ତୁଷାର କାନ୍ତ ପ୍ରଧାନ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ 
ସମ୍ପାଦନ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟରେ ରାଜ୍ୟ ରେଡକ୍ରସର
 ଆଜୀବନ ସଦସ୍ୟ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,
ଟିମ ହ୍ୟୁମାନିଟିର ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଆବାହକ 
ଭି.ଲୋକନାଥ ରାଜୁ ଓ ସଦସ୍ୟ ବିକାଶ ନାୟକ ଏବଂ ହିମାଂଶୁ ନାୟକ 
ପ୍ରମୁଖ ସହେଯାଗ କରିଥିଲେ ଶିବିରରେ ପ୍ରଣବ ନାୟକ, ଶେଷ ଦେବ ସାହୁ,
 ସଞ୍ଜିତ ମଣ୍ଡଳ, ରମେଶଚନ୍ଦ୍ର ସାହୁ,ଶ୍ରୀମତୀ ନମିତା ବେହେରା, 
ଶ୍ରୀମତୀ ଦୀପିକା ଶତପଥି, ଶ୍ରୀମତୀ ଝିଲି ବେହେରା, ସୁଦର୍ଶନ ବାରିକ
,ଶିବାଶିସ ପଣ୍ଡା, ଅମିୟ କୁମାର ଦାସ, ବିଶ୍ୱରଞ୍ଜନ ଦାସ,ଅଜୟ କୁମାର 
ଶତପଥି ଓ ସୁଶାନ୍ତ ପାତ୍ର ପ୍ରମୁଖ ସହାୟତା କରିଥିଲେ ଏହି ଶିବିରରେ
 ଲକଡାଉନ ଅବସରରେ ମଧ୍ୟ ୨୭ ଜଣ ପୁରୁଷ ଓ ମହିଳା 
ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ତେବେ ଆବଶ୍ୟକତା 
ବେଳେ ସଂଘ ତରଫରୁ ରକ୍ତଦାନ କରାଯିବ ଏବଂ କିଛି ଦିନ 
ଅନ୍ତରରେ ପୁଣି ଏକ ଶିବିରର ଆୟୋଜନ କରାଯିବ 
ବୋଲି ସେବା ପ୍ରମୁଖ ଶ୍ରୀ ବେହେରା କହିଛନ୍ତି ।


ଭୁବନେଶ୍ୱରରେ ୟୁବିଏସ୍‌ଏସ୍ ତରଫରୁ ସେବାକାର୍ଯ୍ୟ


ଭୁବନେଶ୍ୱର,୧୫/୪ : କରୋନା ଭୂତାଣୁର ବିତ୍ପାତ ଏବେ ସାରା ପୃଥିବୀରେ
 ବିଭୀଷିକାମୟ ସୃଷ୍ଟି  କରିଥିବା ବେଳେ ଭାରତରେ ବର୍ତମାନ ଲକଡାଉନ 
ପରିସ୍ଥିତି ସୃଷ୍ଟି ହୋଇଛି । ଲକଡାଉନ ଯୋଗୁଁ ଦେଶର ଖଟିଖିଆ, 
ଦିନ ମଜୁରିଆ, ଅସହାୟ ଗରିବ ଲୋକମାନେ ଅନେକ ଅସୁବିଧାର
 ସମ୍ମୁଖୀନ ହେଉଛନ୍ତି ।


ଗୋଟିଏ ପଟେ ଦେଶ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ 
ଲଢେଇ କରୁଥିବା ବେଳେ,ଅନ୍ୟପଟେ ଏହି ଖଟିଖିଆ ଦିନ ମଜୁରିଆ,
ଅସହାୟ ଗରିିବ ଗରିବ ଲୋକମାନେ ତାଙ୍କର କ୍ଷୁଧା ମେଟାଇବା 
ପାଇଁ ଲଢେଇ ଜାରି ରଖିଛନ୍ତି ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍କଳ ବିପନ୍ନ ସହାୟତା ସମିତି, ଭୁବନେଶ୍ୱର 
ଦିନ ମଜୁରିଆ,  ଖଟିଖିଆ, ଅସହାୟ, ଗରିବ ଲୋକମାନଙ୍କୁ ସାହାଯ୍ୟର
 ହାତ ବଢାଇଛି । ମାନବ ସେବା ହିଁ ଇଶ୍ୱର ସେବା ।

ଏହି ଉକ୍ତିକୁ ଆଧାର କରି ଲକଡାଉନରେ ପ୍ରଭାବିତ ଦିନ ମଜୁରିଆ, 
ଅସହାୟ ଗରିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । 
ଭୁବନେଶ୍ୱର ସହରର ପଳାଶୁଣି, ରସୁଲଗଡ, ବାଣୀବିହାର, ରାଜମହଲ,
ଖଣ୍ଡଗିରି ଇତ୍ୟାଦି ଅଂଚଳରେ  ପ୍ରାୟ ୧୨ ଦିନ ଧରି ଦିନକୁ ତିନିଶହ ଜଣ 
ଲେଖାଏଁ ଦିନ ମଜୁରିଆ ଅସହାୟ ଗରିିବ ଲୋକମାନଙ୍କୁ ରନ୍ଧା ଖାଦ୍ୟ 
ସମିତି ତରଫରୁ ଯୋଗାଇ ଦିଆଯାଇଛି । ଏପରିକି ଛୋଟ ପିଲାମାନଙ୍କୁ 
ବ୍ରେଡ ଓ କ୍ଷୀର ବଂଟନ କରାଯାଇଛି । ସମିତି ତରଫରୁ ସହରରେ ବୁଲୁଥିବା 
ଗାଈ ମାନଙ୍କୁ ମଧ୍ୟ ନଡା ବଂଟନ କରାଯାଇଥିଲା । ଏବଂ ସହରରେ ବୁଲୁଥିବା 
ମାଙ୍କଡମାନଙ୍କୁ ମଧ୍ୟ କଦଳୀ ବିତରଣ  କରାଯାଇଥିଲା ।


ଆଗାମୀ ଦିନରେ ମଧ୍ୟ ଯଦି କୌଣସି ବ୍ୟକ୍ତି ଲକଡାଉନ ଦ୍ୱାରା ବିଶେଷ
 ଅସୁବିଧାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସେ ତେବେ ତାଙ୍କୁ 
ସାହାଯ୍ୟ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି ।






ବାଲେଶ୍ୱରରେ ୨୫୦୦ ମାସ୍କ ଓ

 ୭୦୦ ସାନିଟାଇଜର ବିତରଣ କଲେ ସ୍ୱୟଂସେବକ


ବାଲେଶ୍ୱର : ବାଲେଶ୍ୱରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର 
ସ୍ୱୟଂସେବକମାନେ କରୋନା ମୁକାବିଲା ପାଇଁ
 ସହାୟତାର ହାତ ବଢାଇଛନ୍ତି ।

ବାଲେଶ୍ୱରର ଅଙ୍ଗାରଗଡିଆ,ବଟେଶ୍ୱର,କେଉଟ ସାହି  
ଆଦି ୧୧ଟି ସ୍ଥାନରେ   ୨୫୦୦  ମାସ୍କ  ଓ 
୭୦୦ ସାନିଟାଇଜର ବିତରଣ କରିଛନ୍ତି ସ୍ୱୟଂସେବକ ।

କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ସରକାର 
ବିଭିନ୍ନ ପଦକ୍ଷପ ମାନ ନେଉଥିବାବଳେ ତାଲା ବନ୍ଦ
 ସଟ୍‌ଡାଉନ୍ ପରେ ଏବେ ୯ତାରିଖଠାରୁ ମାସ୍କ 
ବାଧ୍ୟତାମୂଳକ ହୋଇଛି । ମାସ୍କ ନପିନ୍ଧିଲେ 
ଜରୀମନାର ବ୍ୟବସ୍ଥାରହିଛି । ଏହି ପରିପେକ୍ଷିରେ
 ବଜାରରେ ଏବେ ମାସ୍କରଅଭାବ ଦେଖାଦେଇଛି ।
 ସେହି ଦୃଷ୍ଟିରୁ ସଂଘର ସ୍ୱୟଂସେବକମାନେ ଏହି ସବୁ
 ଅଂଚଳରେ ମାସ୍କ ବିତରଣ କରିଛନ୍ତି । ବାଲେଶ୍ୱର
 ରେଲୱେ ଷ୍ଟେସନ ସମେତ ବିଭିନ୍ନ ଅଂଚଳରେ 
ମାର୍ଚ୍ଚ ୨୮ ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ 
ଦିନ ୧୨୦ ଅସହାୟ ଓ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ
 ବିତରଣ କରିଛନ୍ତି ସ୍ୱୟଂସେବକମାନେ । ସିଙ୍ଗରା 
ପଂଚାୟତର ବନ୍ତଳି ଗାଁରେ ସ୍ୱୟଂସେବକମାନେ 
ରାସନ ସାମଗ୍ରୀ ବିତରଣ କରିବା ସହ ରନ୍ଧା ଖାଦ୍ୟ ମଧ୍ୟ
 ବିତରଣ କରିଛନ୍ତି । ସେହିପରି ମାଇକୁଡି ଗାଁରେ 
ମଧ୍ୟ ରନ୍ଧାଖାଦ୍ୟ ବିତରଣ କରାଯାଇଛି ।

୪୦ ଜଣ ସ୍ୱୟଂସେବକ ୧୦ଟି ପଂଚାୟତରେ ସାତ ଦିନ ହେବ ସାନିଟାଇଜ କାମରେ ଲାଗିଛନ୍ତି


ଯାଜପୁର: କରୋନା ମହାମାରୀ ର ଜରୁରୀ କାଳିନ ପରିସ୍ଥିତିରେ
 ସମଗ୍ର ଦେଶ ରେ ଲକ୍‌ଡାଉନ୍ ଜାରି ହୋଇଛି । ଏହି ଭଳି ଜଟିଳ
ସ୍ଥିତିରେ ଚିକିତ୍ସାକାରୀ ଡାକ୍ତର ଓ କର୍ମଚାରୀ, ପୋଲିସ ପ୍ରଶାସନ, 
ଗଣମାଧ୍ୟମ ସଂସ୍ଥାମାନେ ଜନସାଧାଣଙ୍କ ଚିକିତ୍ସା ଲକ୍‌ଡାଉନ୍ ସମୟରେ 
ସାମାଜିକ ଦ୍ୱରତ୍ୱ ଓ ସଚେତନତା କ୍ଷେତ୍ରରେ ସେମାନଙ୍କ ନିଷ୍ଠାପର 
ସେବା ଏବଂ ଅନେକ ପ୍ରକାର ସେବା ଜାରିରଖିଛନ୍ତି ।


ସେହିପରି ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକୀୟ ରାସନ ସାମଗ୍ରୀ 

ଯୋଗାଣ ଓ ସଂକ୍ରମଣ ପ୍ରତିଷେଧକ  ମାସ୍କ ବିତରଣ  ତଥା ଗରୀବ 
ମାନଙ୍କୁ ରନ୍ଧାଖାଦ୍ୟ  ବିତରଣ ଓ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ବଂଟନ,
ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ବିଶୋଧିତ ଜଳ ସିଂଚନ, 
ହାତ ଧୋଇବା, ଘରେ ରହିବା ସୁସ୍ଥ ରହିବା ଏବଂ ସାମାଜିକ ଦୂରତ୍ୱ 
ଆଦି ଜନସଚେତନତା କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ 
ଯାଜପୁର ଜିଲ୍ଲା ତରଫରୁ ଯୋରଦାର କରାଯାଇଛି ।



ଯାଜପୁରର ସ୍ୱୟଂସେବକମାନେ ବିଝାଂରପୁର ଅଂଚଳରେ ସାତ ଦିନ ହେବ 

ସାନିଟାଇଜ କରିଛନ୍ତି । ୪୦ ଜଣ ସ୍ୱୟଂସେବକ ୧୦ଟି ପଂଚାୟତର ବିଭିନ୍ନ
 ଗ୍ରାମ ବୁଲି ମନ୍ଦିର,ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ, ଚିକିତ୍ସାଳୟ ଆଦି 
ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ବିଶୋଧିତ ଜଳ ସିଂଚନ 
କରିଛନ୍ତି ।  ବିବେକାନନ୍ଦ ସାୟଂ ଶାଖାର ସ୍ୱୟଂସେବକମାନେ ମଧ୍ୟ  
୫ଟି ଗାଁରେ ଘର ଘର ବୁଲି ସାନିଟାଇଜ କରିଛନ୍ତି ।
ବ୍ୟାସନଗରରେ ସାତ ଦିନ ପାଇଁ ୧୫ଟି ପରିବାରକୁ ଚାଉଳ, ଡାଲି,

 ଆଳୁ, ପିଆଜ, ଚୁଡା, ହଳଦୀ ଆଦି ରାସନ ସାମଗ୍ରୀ ଯୋଗାଇ 
ଦେଇଥିଲେ ସ୍ୱୟଂସେବକ । ଜଗନ୍ନାଥ ଶାଖା କାଚ ଗୁଡିସାହି 
ତରଫରୁ ହାତ ଧୋଇବା ଓ ସମଦୂରତା ରଖିବା ପାଇଁ ଜନ ଜାଗରଣ 
ସୃଷ୍ଟି କରାଯାଇଛି । ମାର୍ଚ୍ଚ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଦିବ୍ୟାଙ୍ଗ, 
ଅସହାୟ, ନିରାଶ୍ରୟ ଆଦି ୬୫ ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
ବରୀ ଖଣ୍ଡର ୪୦ଟି ସ୍ଥାନରେ ୨୫୦ ପ୍ୟାକେଟ ଶୁଖିଲା ଖାଦ୍ୟ, ୨୦ଟି ସ୍ଥାନରେ 

୩୦୦୦ ମାସ୍କ ବଂଟନ କରାଯାଇଛି । ଏସବୁ କାମରେ ୪୦ରୁ 
ଉର୍ଦ୍ଧ୍ୱ ସ୍ୱୟଂସେବକ ଲାଗିଛନ୍ତି ।
ସୁକିନ୍ଦାର ସାନ୍ତରାପୁର, ବରପାଳ, ଜାମୁକୋଳି ଗ୍ରାମରେ

 ସ୍ୱୟଂସେବକମାନେ ୧୬ଟି ପରିବାରକୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ ।


 







 ଅପ୍ରେଲ ୧୪

୧୦ ଦିନ ପର୍ଯ୍ୟନ୍ତ ୨୦୦ ପରିବାରକୁ ରନ୍ଧାଖାଦ୍ୟ ବିତରଣ କଲେ କଟକର ସ୍ୱୟଂସେବକ








ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କଟକ ଜିଲ୍ଲା ସେବାକାର୍ଯ୍ୟ
କଟକ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ 
ନୂଆବଜାର ଅଂଚଳର ତିନିଘରିଆ ,କଲେଜଛକ,
ଓ ଏମ୍ ପି, ଜୋବ୍ରା ଅଂଚଳର ୨୦୦ପରିବାରକୁ
 ପ୍ରତ୍ୟେହ ୧୦ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆ ଯାଇଛି ।
 ସାର୍ତୋଳ ଅଂଚଳରେ ୧୦୦ ରାସନ ପ୍ୟାକେଟ 
ଏବଂ ଶିଶୁ ଖାଦ୍ୟ ଦିଆ ଯାଇଛି । କଲ୍ୟାଣ ନଗରରେ
 ବିସ୍କୁଟ ପାଇଁରୁଟି । ଶିଖରପୁର , ରାଣୀହାଟ, ମଙ୍ଗଳାବାଗ 
ଅଂଚଳରେ ୩୨ ପରିବାରକୁ ରସାନ ସାମଗ୍ର ଏବଂ କିଛି 
ପରିବାରକୁ ୫୦୦ଲେଖାଏଁ ଟଙ୍କା । ବାଇମୁଣ୍ଡି ଅଂଚଳରେ 
ପାଂଚଟା ବସ୍ତି ତାରଣୀଗଡ଼ା ବସ୍ତା, ଷଣ୍ଢଶ୍ରମ ନଦୀପଠା ବସ୍ତି,
 ମୁଣ୍ଡାସାହି ବସ୍ତି, ଧବଳେଶ୍ୱର ଆଶ୍ରମଗଡ଼ଳ ବସ୍ତି ,
 ହଇରାଣପୁର ବସ୍ତି,୨୫ ପରିବାରକୁ ୫୦୦ ଟଙ୍କାର ରାସନ । 
ପୋଲିସ୍ ଭାଇମାନଙ୍କୁ ଥଣ୍ଡ ପାନୀୟ ଏବଂ ସାନିଟାଇଜର । 
ଗୋପାଳଜୀୟୁ ଉପନଗର ଖାନନଗର, ଲିଙ୍କରୋଡ଼ ,
କୁସମୁପୁର ନାୟାକ ସାହି, ପୁରୀଘାଟ ବସ୍ତି ସାହାନ୍ତସାହି 
ଭଗତପୁର ଝାଞ୍ଜିର ମଙ୍ଗଳା, ୨୫ ରାସନ ପ୍ୟାକେଟ ଏବଂ 
ମାକ୍ସ ୫୦ । କାଠଯୋଡ଼ି ଉପନଗର କାଜୀବଜାର, 
ତିନିକୋଣିଆ ବଗିଚା, ବକ୍ସିବଜାର ରନ୍ଧା ଖାଦ୍ୟ ।
ଗାଈ ବୁଲା କୁକୁର ଏବଂ ପରିବା ଦାନା ଦେବା ଜନଜାଗରଣ, 
ଏବଂ ବ୍ୟଗତ ଭାବରେ ଅନେକ ପରିବାକୁ ଚିହ୍ନଟ କରି ରନ୍ଧା 
ଖାଦ୍ୟ ଯୋଗାଇବା, ଏଥିରେ ୧୦୦ରୁ ଉର୍ଦ୍ଧ ସ୍ୱୟଂସେବକ 
ସହିତ ସାଧାରଣ ନାଗରିକ ମିଶି ଏହି ସେବା କାର୍ଯ୍ୟ କରିଥିଲେ
 ଏବଂ ବିଭିନ୍ନ ଅଂଚଳରେ ମାକ୍ସ୧୦୦୦ ବାଂଟିଥିଲେ ଆଗକୁ ଏହି 
ସେବା କାର୍ଯ୍ୟ ଚାଲିବ । ବଡ଼ମ୍ବା, ଆଠଗଡ଼ରେ ଗୋପୀନାଥପୁର 
ଅଂଚଳରେ ମାକ୍ସ ବଂଟନ ସିଠାଳ,ଶାସନପଦା, ଦୀଘି ,
 ଅମରପଦା ଅଂଚଳକୁ ସାନିଟାଇଜ୍ କରିବା ଆଦି କାର୍ଯ୍ୟ ହୋଇଥିଲା ।

କଳିଙ୍ଗ ନଗରର ସ୍ୱୟଂସେବକ ମାନଙ୍କ ଦ୍ଵାରା ସେବା କାର୍ଯ୍ୟର ତୃତୀୟ ସୋପାନ




କରୋନାର ପ୍ରଭାବରେ ଏବେ ସାରା ବିଶ୍ୱ ତ୍ରସ୍ତ, ଆତଙ୍କିତ ଓ ବିଷାଦଗ୍ରସ୍ତ ।
ସାରା ବିଶ୍ୱରେ ଏକ କଳାବାଦଲ ଛାଇ ଯାଇଛି । 
 ଆଖିକୁ ଦେଖାଯାଉନଥିବା ଏକ ଭୂତାଣୁ ଗୋଟିଏ 
ପରେ ଗୋଟିଏ ମଣିଷକୁ ମାରିଚାଲିଛି ।
 ତଥାପି ମଣିଷ ଡରିଯାଇନି । ଲଢାଇ ଜାରି ରଖିଛି ଏହି 
ପ୍ରାଣଘାତକା ଭୂତାଣୁ ବିରୋଧରେ । 
ଏବେ ଏହି କରୋନା ବିରୋଧରେ ଚାଲିଥିବା 
ଲଢାଇବି ସେମିତି ମଣିଷ ଜିତିବ ।
 ଏବେ ସାରା ବିଶ୍ୱର ଅଧା ଲକଡାଉନରେ ଅଛି ।  
 ଆଉ ଏତିକି ବେଳେ କୋରନା ବିରୋଧରେ ଚାଲିଥିବା
 ଏହି ମହାସଂଗ୍ରାମରେ ଦାୟୀତ୍ୱ ନିଭାଉଛନ୍ତି କିଛି ସ୍ୱୟଂସେବକ ।
Corona lockdown ପାଇଁ ଗରିବ ଦିନ 
ମଜୁରିଆଙ୍କୁ କଳିଙ୍ଗ ନଗରର ସ୍ୱୟଂସେବକ ମାନଙ୍କ
ଦ୍ଵାରା ସେବା କାର୍ଯ୍ୟର ତୃତୀୟ ସୋପାନରେ 36 ଟି ପରିବାରକୁ
ଶୁଖିଲା grossory item ଦିଆଗଲା . 
ଏଥିରେ Tamando ଅଂଚଳରେ
20 ପରିବାର ଓ ଖଣ୍ଡଗିରି ଅଂଚଳରେ 16 ପରିବାରଙ୍କୁ ସାମିଲ ଥିଲେ.









ଗାଁ ଗାଁ ବୁଲି ପରିତ୍ୟକ୍ତ ସ୍ଥାନ ଓ ପାଣି ଜମା ହେଉଥିବା ସ୍ଥାନରେ ବ୍ଲିଂଚି ପକାଉଛନ୍ତି ସ୍ୱୟଂସେବକ




କେନ୍ଦ୍ରାପଡା: କୂଅ, ପୋଖରୀ, ନଳକୂପ ତଥା ବିଭିନ୍ନ ସ୍ଥାନରୁ
ନିର୍ଗତ ପାଣି ଜମା ହୋଇ ଜୀବାଣୁ ସୃଷ୍ଟି କରୁଥିବା ସ୍ଥାନ 
ଏବଂ ପରିତ୍ୟକ୍ତ ସ୍ଥାନରେ ବ୍ଲିଚି ପକାଇବା ସହ ବିଭିନ୍ନ 
ପ୍ରକାର ସେବା କାମରେ ଲାଗିଛନ୍ତି କେନ୍ଦ୍ରାପଡା ତୁଣୁପୁରର ସ୍ୱୟଂସେବକ ।
କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ 
ବିଭିନ୍ନ ପ୍ରକାର ସେବାକାମ କରୁଛନ୍ତି । କେନ୍ଦ୍ରାପଡା ଖଣ୍ଡର ବଗଡା 
ପଂଚାୟତରେ ଛତ୍ରପତି ଶିବାଜୀ ପ୍ରଭାତ ଶାଖା ତୁଣୁପୁରର 
ସ୍ୱୟଂସେବକମାନେ ବିଭିନ୍ନ ଗାଁ ବୁଲି  ପରିତ୍ୟକ୍ତ ସ୍ଥାନରେ ବ୍ଲିଚି ପକାଉଛନ୍ତି । 
ଢିଅସାହି, ଜଗନ୍ନାଥପୁର, ବଗଡା, ତୁଣୁପୁର, କଚେରୀପଡା, ଖମରପଡା, 
ବଳରାମପୁର ଆଦି ଗ୍ରାମ ବୁଲି ବୁଲି ସ୍ୱୟଂସେବକମାନେ ବ୍ଲିଚିଂ ପକାଉଛନ୍ତି ।
  କରୋନା ଭାଇରସ ସଂକ୍ରମଣର ଭୟାବହତା ଓ ତାହାର
 ପ୍ରତିରୋଧ ସଂକ୍ରାନ୍ତରେ ସଚେତନତା ମଧ୍ୟ କରୁଛନ୍ତି ।
କେନ୍ଦ୍ରାପଡାର ସ୍ୱୟଂସେବକମାନେ  ବିଭିନ୍ନ ପର୍ଯ୍ୟାୟରେ
ବିଭିନ୍ନ ଗ୍ରାମର ପ୍ରତ୍ୟେକ ପରିବାରକୁ ଯାଇ ସାରା 
ପୃଥିବିରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୂତାଣୁ 
ଏବଂ ଏହାର ସଂକ୍ରମଣର ସୂତ୍ର ଓ ତତ୍‌ଜନିତ ରୋଗ କିପରି
 ଭାରତ ସହିତ ଅନ୍ୟ ସାରା ବିଶ୍ୱରେ ଏକ ଭୟଙ୍କର 
ମହାମାରୀର ରୂପ ନେଇଛି, ତତ୍‌ସଂକ୍ରାନ୍ତରେ ପରିବାର
 ସମସ୍ତ ସଦସ୍ୟ ମାନଙ୍କୁ ବୁଝାଇ ଥିଲେ । ଏହି ରୋଗର ଉପଶମ
 ଓ ପ୍ରତିଷେଧକ ପାଇଁ ଏ ପର୍ଯ୍ୟନ୍ତ ପ୍ରଚଳିତ ଚିକିତ୍ସା ବିଜ୍ଞାନରେ କୌଣସି
 ଔଷଧର ଉପଲବ୍ଧ ହୋଇ ନାହିଁ । ତେଣୁ ବ୍ୟକ୍ତିଗତ ସ୍ତରରେ ସଂଯମତା
 ରକ୍ଷା କରିବା ପାଇଁ ସ୍ୱେଚ୍ଛାସେବୀ ମାନେ ପରିବାରର ସଦସ୍ୟ
 ମାନଙ୍କୁ ବୁଝାଇ ଥିଲେ । ସଂକ୍ରମତାରୁ ରକ୍ଷା ପାଇବା ପାଇଁ ନିଜର 
ମୁହଁ ଓ ନାକକୁ ଘୋଡ଼ାଇ ରଖିବା କିମ୍ବା ମାସ୍କ ବ୍ୟବହାର କରିବ,
 ସାବୁନ କିମ୍ବା ସାନିଟାଇଜରରେ ବାରମ୍ବାର ହାତ ଧୋଇବା, ଗହଳି 
ଏଡ଼ାଇବା ଅନ୍ୟମାନଙ୍କ ଠାରୁ ଅତ୍ୟନ୍ତ ଏକ ମିଟର ଦୂରତ୍ୱ ରକ୍ଷା କରିବା 
ଏବଂ ଥଣ୍ଡା ଜ୍ୱର, ସର୍ଦି, ଛିଙ୍କ ଏବଂ ଛାତିରେ ଯନ୍ତ୍ରଣା ହେଲେ ତତ୍‌କ୍ଷଣାତ୍ 
ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ପରାମର୍ଶ କରିବା ଇତ୍ୟାଦି ବାର୍ତା ଏହି 
କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଦେଇଥିଲେ । ବିଭିନ୍ନ  
ଗ୍ରାମରେ ମାଗଣାରେ ଫେସ୍ ମାସ୍କ ଓ ସାନିଟାଇଜର ବଂଟା ଯାଇଥିଲା । 
ଆଳିର ସ୍ୱୟଂସେବକମାନେ ଜନ ସଚେତନା କାର୍ଯ୍ୟକ୍ରମକୁ ବ୍ୟପାକ କରିବା
 ପାଇଁ ସାଇକେଲରେ ବିଭିନ୍ନ ଗ୍ରାମ ବୁଲି ବାର୍ତା ପ୍ରଚାର କରୁଛନ୍ତି । 
କରୋନା ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ 
ଜନ ସଚେତନା କାର୍ଯ୍ୟକ୍ରମକୁ ଆହୁରୀ ବ୍ୟପାକ କରାଯିବ ବୋଲି 
ଜିଲ୍ଲା ସଂଘଚାଳକ ଶ୍ରୀ ନିହାର ରିଂଜନ ପଣ୍ଡା ପ୍ରକାଶ କରିଛନ୍ତି ।
 ଏଥି ସହିତ କେନ୍ଦ୍ରାପଡା ସହରରେ ମଧ୍ୟ ସ୍ୱୟଂସେବକମାନଙ୍କ 
ତରଫରୁ ବୁଲା ପଶୁ ଓ ଗାଈ ଗୋରୁମାନଙ୍କୁ ଦୁଇ ଦିନ ପାଇଁ ଖାଦ୍ୟ ଦିଆଯାଇଥିଲା ।

 ଅପ୍ରେଲ ୧୩

କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ସେବାରେ ଭିଏଚ୍ ପି


ଭୁବନେଶ୍ୱର: ଭୟଙ୍କର କରୋନା ଭାଇରସ ଆତଙ୍କରେ
ସାଧାରଣ ଜନତା ଯେତେବେଳେ ଭୟଭିତ ସେହି ସମୟରେ
ସାଧାରଣ ଜନତାଙ୍କ ସେବାରେ ନିଜ ନିଜର ଜୀବନକୁ ପାଣି ଛଡାଇ
କର୍ତବ୍ୟ କରୁଥିବା ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ସଫେଇ
 କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ସେବାରେ ବିଶ୍ୱହିନ୍ଦୁ ପରିଷଦ ।



କରୋନା ପାଇଁ ଲକ୍ ଡାଉନ ଥିବାରୁ ସମସ୍ତ ଦୋକାନ ବଜାର ବନ୍ଦ । କିନ୍ତୁ ଏହି ସମୟରେ ବନ୍ଦ ହୋଇ ନାହିଁ ଭୁବନେଶ୍ୱର ମହାନଗରର ସ୍ୱଚ୍ଛତା କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ ସକାଳୁ ସକାଳୁ କରୋନାକୁ ନଡରି ନିଜ ନିଜ କାମରେ ଲାଗି ଯାଉଛନ୍ତି । ଏହି ସମୟରେ କିଛି ଭାଇ ଭଉଣୀମାନେ ଚାହା ଟିକେ ପିଇ ଥାନ୍ତି କିନ୍ତୁ ଦୋକାନ ବଜାର ବନ୍ଦ ଥିବାରୁ ସେମାନେ ଏଥିରୁ ବଂଚିତ ହେଉଥିଲେ । ଏହାକୁ  ଧ୍ୟାନରେ ରଖି ବିଶ୍ୱ ହିନ୍ଦୁ ପରିଷଦର କିଛି କାର୍ଯ୍ୟକର୍ତା ଭୁବନେଶ୍ୱର ୟୁନିଟ-୮ ଅଂଚଳରେ ଥିବା ମହାନଗରର ଏହି କୋଭିଡ ଯୋଦ୍ଧାଙ୍କୁ ଚା’  ବିସ୍କୁଟ ବିତରଣ କରିଥିଲେ । ସ୍ଥାନୀୟ ଜୟଦେବ ପାଠାଗାରରେ ଚା’ ତିଆରି କରି ଗତ ଏପ୍ରିଲ ୧ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିତରଣ କରିଥିଲେ । ୟୁନିଟ-୮ର ଜଳେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର, ଗୋପବନ୍ଧୁ ପାଠାଗାର ସମ୍ମୁଖ, ମାଉସି ମା ମନ୍ଦିର ଅଂଚଳରେ ପ୍ରତ୍ୟେକ ଦିନ ୭୦ ରୁ ୮୦ ଲୋକଙ୍କୁ ଚା’ ଓ ଗୋଟିଏ ଲେଖାଏଁ ବିସ୍କୁଟ ପ୍ୟାକେଟ ପ୍ରଦାନ କରୁଥିଲେ ।

 

 ଅପ୍ରେଲ ୧୨

ଖୋର୍ଦ୍ଧା ଜିଲ୍ଲା : ସ୍ୱୟଂସେବକ ଗାଁକୁ କଲେ ସାନିଟାଇଜ ଓ ବିତରଣ କଲେ ୧୦୦୦ରୁ ଉର୍ଦ୍ଧ୍ୱ ମାସ୍କ


ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ
ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ । 
ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାରେ ମାସ୍କର ବହୁ ପରିମାଣର ଆବଶ୍ୟକତା ରହିଛି । 
ମାସ୍କ ଆବଶ୍ୟକତା ପୂରଣ କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର 
ସ୍ୱୟଂସେବକମାନ ଅଂଟା ଭିଡ଼ିଛନ୍ତି । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାର 
ସ୍ୱୟଂସେବକମାନଙ୍କ ପକ୍ଷରୁ ମଧ୍ୟ ଖୋର୍ଦ୍ଧା,ଚିଲିକା, ବାଲୁଗାଁ, ସୋରଣ
 ଆଦି ଅଂଚଳରେ ୧୦୦୦ରୁ ଉର୍ଦ୍ଧ୍ୱ ମାସ୍କ ବଂଟନ କରାଯାଇଛି ।


ସୋରଣ ଗାଁର ମନ୍ଦିର ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ 
ସମସ୍ତ  ସ୍ଥାନକୁ  ସ୍ୱୟଂସେବକମାନେ ସ୍ପ୍ରେ କରି ସାନିଟାଇଜ କରିଛନ୍ତି ।
ଖୋର୍ଦ୍ଧା ନଗର ତୋଟାପଡା, ଗୁରୁଜଙ୍ଗର ୪୦ଟି ଗରିବ ପରିବାରଙ୍କୁ
 ସ୍ୱୟଂସେବକମାନେ ଚାଉଳ, ଆଳୁ, ଡାଲି,
ତେଲ ଆଦି ରାସନ ସାମଗ୍ରୀ ଯୋଗାଇଛନ୍ତି ।
ମାର୍ଚ୍ଚ୨୮ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ
୨୦ ଜଣ ନିରାଶ୍ରୟ ଓ ଅସହାୟ 
ବ୍ୟକ୍ତିମାନଙ୍କୁ ସ୍ୱୟଂସେବକମାନେ ରନ୍ଧାଖାଦ୍ୟ ଯୋଗାଇଥିଲେ । 
ବାଲୁଗାଁର ସ୍ୱୟଂସେବକମାନେ ଗାଈ ଗୋରୁ ଓ ପଶୁ ପକ୍ଷିମାନଙ୍କୁ
 ଦୁଇ ଦିନ ପାଇଁ ଖାଦ୍ୟ ଯୋଗାଇଛନ୍ତି ।
ଖୋର୍ଦ୍ଧା ସହରରେ ମଧ୍ୟ କିଛି ସ୍ଥାନରେ
 ପିଇବା ପାଣି ବିତରଣ କରାଯାଇଥିଲା ।
ଅନେକ ସ୍ଥାନରେ ଗରୀବ ଲୋକମାନଙ୍କୁ  ମାସ୍କ ଓ ସାବୁନ ବିତରଣ କରି 
କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିଥିଲେ ସ୍ୱୟଂସେବକ । 
ବିନା ଆବଶ୍ୟକରେ ଘରୁ ପଦାକୁ ନବାହାରିବା, ସାମାଜିକ ଦ୍ୱରତା ଅବଲମ୍ବନ
 କରିବା ପ୍ରଭୃତି ସମ୍ପର୍କରେ ଲୋକମାନଙ୍କୁ 
ସଚେତନ କରିଥିଲେ ସ୍ୱୟଂସେବକ ।





ଅପ୍ରେଲ ୧୧

ମାକ୍ସ ତିଆରି କରି ବିତରଣ କରୁଛନ୍ତି ବାଲିଗୁଡା ଓ କୋଡଗଡର ସ୍ୱୟଂସେବକ


ଭୁବନେଶ୍ୱର: ସାରା ବିଶ୍ୱରେ ଘାତକ ସାଜିଥିବା କରୋନା  ଭାରତରେ ବି କାୟା ବିସ୍ତାର କରିବାରେ ଲାଗିଛି ।  କରୋନା ଯୋଗୁ ସମଗ୍ର ଦେଶ ଭଳି ଓଡ଼ିଶାରେ ମଧ୍ୟ ଲକଡାଉନ୍ ଚାଲିଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଯାଇଛି । ଏପରି ସମୟରେ ଫୁଲବାଣୀ ଜିଲ୍ଲା ବାଲିଗୁଡା ଓ କୋଟଗଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ମାକ୍ସ ତିଆରି କରି ବିତରଣ କରୁଛନ୍ତି ।
ବାଲିଗୁଡାର ସ୍ୱୟଂସେବକମାନେ ମୁସୁକୁଲି,ବିରାଗୁଡା,ଦିଗପଡି, ଗୁଳିମରା, ମୁସଳିପଦର,ବନ୍ଧକପଡା, ବାନ୍ଧବା ଆଦି ଗ୍ରାମରେ ନିଜେ ମାକ୍ସ ତିଆରି କରି ବିତରଣ କରିବା ସହିତ ବିସ୍କୁଟ, ସାବୁନ ମଧ୍ୟ ବିତରଣ କରିଛନ୍ତି । ଏଥି ସହିତ ସ୍ୱୟଂସେବକମାନେ ବାଲିଗୁଡା ବଜାର ମେଡିକାଲ ଛକ, ବସ ଷ୍ଟାଣ୍ଡରେ ଏପ୍ରିଲ ୯ ଓ ୧୦ ଦୁଇ ଦିନ ଦୁଇ ଓଳି ରନ୍ଧାଖାଦ୍ୟ ମଧ୍ୟ ବିତରଣ କରିଛନ୍ତି । ପ୍ରତ୍ୟେକ ଦିନ ୨୦୦ ଗରିବ ଲୋକଙ୍କୁ ସେମାନେ ରନ୍ଧାଖାଦ୍ୟ ବିତରଣ କରୁଥିଲେ ।

ସେହିପରି ସ୍ୱୟଂସେବକମାନେ ଟିକାବାଲିର ପାବୁରିଆରେ ୫୦ ପରିବାରକୁ ଚାଉଳ ଓ ଡାଲି ବଂଟନ କରିଛନ୍ତି । ଏହି ତିନୋଟି ବ୍ଲକରେ ୩୦ ଜଣରୁ ଉର୍ଦ୍ଧ୍ୱ ସ୍ୱୟଂସେବକ ସେବାକାମରେ ଲାଗିଛନ୍ତି ।



















 ଅପ୍ରେଲ ୯ା

ଭୁବନେଶ୍ୱର,୯ା୪ :ଦେଶ ଓ ସମାଜ ଉପରେ ଯେତେବେଳେ ବିପଦ ଆସେ 
ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ସମାଜର ସେବାରେ ନିଜକୁ ସାମିଲ କରିଥାଏ ।
 ଏବେ ଚାଇନା ଭାଇରସ ବିରୋଧରେ ଯେଉଁ ସଂଗ୍ରାମ
ଚାଲିଛି ସମାଜର ସାହାଯ୍ୟ ପାଇଁ 
ସ୍ୱୟଂସେବକମାନେ ଛିଡା ହୋଇଛନ୍ତି ।
ମହାମାରୀ ବିରୋଧରେ ହେଉଥିବା ଯୁଦ୍ଧରେ
 ଓଡିଶାର ଜଗତସିଂପୁରର ସ୍ୱୟଂସେବକ ମାନେ
ଯୋଦ୍ଧା ସାଜି ଆଗକୁ ଆସିଛନ୍ତି । 
ଆଜକୁ ୧୨ଦିନ ହେବ ଗରୀବ ଲୋକମାନଙ୍କୁ
 ଅନେକ ପ୍ରକାର ସେବା ଯୋଗାଉଛନ୍ତି ।
ଜଗତସିଂପୁର ନଗରର ସ୍ୱୟଂସେବକମାନେ
 ନଗରର ହାଟ ବଜାର, ଜୟଗଡ,ସାଥି ଭଉଣୀ ମନ୍ଦିର
(କାଠ ଗୋଲା) ଅଂଚଳରେ ୧୨ ଦିନ
 ହେବ ରନ୍ଧାଖାଦ୍ୟ ଯୋଗାଉଛନ୍ତି । 
ଏହି ଅଂଚଳର ୧୦୦ ଲୋକଙ୍କୁ
ଦୁଇ ଓଳି ରନ୍ଧାଖାଦ୍ୟ
 ଦେବା ସହ ସ୍ୱୟଂସେବକମାନେ
ମାକ୍ସ ବିତରଣ କରିଥିଲେ । 
ସାମାଜିକ ଦୂରତ୍ୱ ଓ ବାରମ୍ବାର ହାତଧୋଇବା ପାଇଁ
ମଧ୍ୟ ଲୋକମାନଙ୍କ ମନରେ ଜାଗରଣ ସୃଷ୍ଟି କରୁଛନ୍ତି ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବାଙ୍କୀ ର ସ୍ଵୟଂସେବକ ମାନଙ୍କ ଦ୍ଵାରା ସେବାକାର୍ଯ୍ୟ

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ  ବାଙ୍କୀ ତରଫରୁ ବିଭିନ୍ନ ସ୍ଥାନ ରେ କରୋନା ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ହୋଇଯାଇଛି ଯଥା - ରଗଡି, ରାମଚନ୍ଦ୍ର ପୁର, କୋଟଦ୍ୱାର, ଚକାପଦା, ଶିଶୁଆ, ଗୋପାଳପୁର, ପାଟପୁର, ସାହାଡ଼ା ପଦା ଓ ବାଙ୍କୀ ନଗରର ବିଭିନ୍ନ ଜାଗାରେ ପୋଷ୍ଟ ର ମାଧ୍ୟମରେ. ଏବଂ ଗୋମାତା ଓ ବୁଲା କୁକୁର ଙ୍କୁ ଟାଟା ଏସି ସାହାଯ୍ୟରେ କୁଣ୍ଡା ତୋରାଣି ନେଇ ସ୍ଥାନୀୟ କାର୍ଯ୍ୟକର୍ତା ଭାଇଙ୍କ ସହାୟତା ରେ ଖାଦ୍ୟ ଦିଆ ଯାଇଥିଲା.


ଘରେ ରହିବା - ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା

ପୁରାଣ ଯୁଗରେ ଦାନବମାନଙ୍କ କବଳରୁ ସମାଜକୁ ରକ୍ଷା କରିବା ପାଇଁ
ମୁନି ଋଷିମାନଙ୍କର ଯୋଗଦାନ ଯେପରି ଥିଲା ଏବେ ଠିକ୍ ସେହିପରି
ଓଡିଶା ତଥା ଭାରତର ସାଧୁସନ୍ଥମାନେ ୨୧ ଦିନିଆ
ମହାସଂଗ୍ରାମରେ ସାମିଲ ହୋଇଛନ୍ତି ।
ସେହି ସାଧୁସନ୍ଥଙ୍କ ମତରେ କରୋନା ଦାନବକୁ ପରାସ୍ତ କରିବା
କେବଳ ସରକାରଙ୍କର କାମ ନୁହେଁ । ଏହା ସମସ୍ତଙ୍କର କାମ ।
ସେଥିପାଇଁ ଆମେ ୨୧ ଦିନିଆ ବ୍ରତ ପାଳନ କରୁଛୁ ।
 ଘରେ ନିଜକୁ ବନ୍ଦ କରି ରଖିଛୁ । ଏହି କଠିନ ସମୟ ଧର୍ଯ୍ୟ ପରୀକ୍ଷାର ସମୟ ।
 ତେଣୁ ମାନବ ସମାଜକୁ ରକ୍ଷା କରିବା ପାଇଁ ମହାମାନବଙ୍କର  ଆର୍ଶ୍ରୀବାଦ ଦରକାର ।
ଆମେ  ଯେହେତୁ ଘରେ ରହିଛୁ ଏହି ସମୟରେ ଦେବତାଙ୍କର ଆର୍ଶ୍ରୀବାଦ ପାଇଁ
ସେହି ମାନଙ୍କୁ ସ୍ମରଣ କରିବା ଉଛିତ । ସେହି ମାନଙ୍କର ନାମ ଜପ କରିବା ଉଚିତ ।
 ଏହି ସଂପର୍କରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଦସ୍ୟ, ଅଖଣ୍ଡ ପରମଧାମ,
 ହରିିଦ୍ୱାରର ଯୁଗପୁରୁଷ ପରମାନନ୍ଦ ଜୀ  ମହାରାଜ,
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଅଧ୍ୟକ୍ଷ ତଥା ମଣିରାମ ଦାସ ଛାଉଣୀ ଅଯୋଧ୍ୟାର
ମହନ୍ତ ନୃତ୍ୟଗୋପାଳ ଦାସ ମତ ଦେଇଛନ୍ତି ଯେ, ଭାରତ ଏକ ଆଧ୍ୟାତ୍ମିକ ଦେଶ ।
 ଏହି ସଂକଟକୁ ସାମନା କରିବା ପାଇଁ ଦୈବି ଶକ୍ତି ମଧ୍ୟ ମହତ୍ୱପୂର୍ଣ୍ଣ ।
 ଆମେ  ସଂପୂର୍ଣ୍ଣ ଦେଶବାସୀଙ୍କୁ ନିବେଦନ କରୁଛୁକି
 ଏହି କଠିନ ସମୟରେ  ନିଜର ଦୈବି ଶକ୍ତିଙ୍କୁ ଆହ୍ୱାନ କରନ୍ତୁ ।
 ଅଧ ଘଣ୍ଟା ପାଇଁ  ପ୍ରତ୍ୟେକ ପରିବାର ନିଜ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ
 ଏବଂ ଶେଷରେ ଏକ ମାଳା ବିଜୟ ମହାମନ୍ତ୍ର ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜପ କରନ୍ତୁ ।
ଆମର ଦୃଢ ବିଶ୍ୱାସ ସେହି ଦୈବି ଶକ୍ତିଙ୍କ ଦ୍ୱାରା ଏହି ମହା ସଂଗ୍ରାମରେ ଆମେ ଅବଶ୍ୟ ବିଜୟୀ ହେବୁ ।
ଓଡିଶା ପାରଳାଖେମୁଣ୍ଡି ମହେନ୍ଦ୍ର ଆଶ୍ରମର ପୂଜ୍ୟସନ୍ଥ ସ୍ୱାମୀ ଭାସ୍କର ତୀର୍ଥ ଏକ ବଡ ଅଭିଯାନ ଚଳାଇଛନ୍ତି ।
ସେ ଅଭିଯାନ ହେଉଛି ସମସ୍ତେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।
 ଯେହେତୁ ସମସ୍ତେ ନିଜ ଘରେ ରହୁଛନ୍ତି ତେଣୁ ସାମାଜିକ ଦୂରତ୍ୱ ଅବଲୋକନ କରି
ପରିବାର ସମସ୍ତ ବ୍ୟକ୍ତି ଏହି ମହାନ କାର୍ଯ୍ୟରେ ଭାଗନିଅନ୍ତୁ ।
ଜଣେକା ପ୍ରତିଦିନ ଗୋଟିଏ ମାଳ ରୁ ୧୧ ମାଳ ଏହି ମନ୍ତ୍ର ଜପ କରନ୍ତୁ ।
 ଗୋଟିଏ ମାଳ ହେଉଛି ୧୦୮ ଥର ।
 କେହି କେହି ଏକ ଅନୁଷ୍ଠାନ ବା ଏକ ଲକ୍ଷ ଥର ଜପ କରି ପାରିବେ ।
ବ୍ୟକ୍ତିଗତ ଏହି ମନ୍ତ୍ର ଜପ କରିବେ । ସାମୁହିକ ନୁହେଁ । ସଂସାରକୁ ରକ୍ଷା କରିବା ପାଇଁ ଗରଳକୁ ପାନ କରିଥିଲେ ଶିବ ।
 କରୋନା ରୂପକ ଏହି ଗରଳକୁ ପାନ କରିବାକୁ ହେଲେ ଶିବଙ୍କର ଆର୍ବିଭାବ ନିତାନ୍ତ ଦରକାର ।


ଅପ୍ରେଲ ୮  ବୁଧବାର ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ( RSS ) ର ଜଗତସିଂହପୁର ରେ ସ୍ଵୟଂସେବକ ମାନଙ୍କ ଦ୍ଵାରା ସେବାକାର୍ଯ୍ୟ ,


 ଅପ୍ରେଲ ୭ ମଙ୍ଗଳବାର ।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ( RSS ) ର ଜଗତସିଂହପୁର ରେ ସ୍ଵୟଂସେବକ ମାନଙ୍କ ଦ୍ଵାରା ସେବାକାର୍ଯ୍ୟ



 ଅପ୍ରେଲ  ୬ ସୋମବାର

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ( RSS )  ର ଜଗତସିଂହପୁର ରେ ସ୍ଵୟଂସେବକ ମାନଙ୍କ ଦ୍ଵାରା ସେବାକାର୍ଯ୍ୟ 

ଦରିଦ୍ର ନାରାୟଣ ସେବାରେ ସାଧୁସନ୍ଥ ଓ ମଠ ମନ୍ଦିର

ମହେନ୍ଦ୍ର ଆଶ୍ରମର ତରଫରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ଅଂଚଳରେ  ବିଭିନ୍ନ ପ୍ରକାର ସେବାକାଯ୍ୟ 


ସାଧୁ ସନ୍ଥମାନେ କେବଳ ଜପତପ କଥା କହୁନାହାଁନ୍ତି । ଲକ୍‌ଡାଉନ ସମୟରେ ଗରୀବ ଲୋକମାନଙ୍କ ସେବା ପାଇଁ ଆଗେଇ ଆସିଛନ୍ତି । ଦିନ ମଜୁରୀଆ, ରିକ୍‌ସାବାଲା, ଗରୀବ, ଖଟିଆ, ଭିକାରୀ, ଯେଉଁମାନଙ୍କର କେହି ନାହାଁନ୍ତି ସେମାନଙ୍କ ପାଇଁ ସରକାରଙ୍କ ସହିତ ମିଶି ସହଯୋଗର ହାତ ବଢାଇଛନ୍ତି । “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଅବା କେହି ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।” ସମଗ୍ର ବିଶ୍ୱର ଚେତନା ଜଗତକୁ ଉଦବୁଦ୍ଧ ତଥା ସମୃଦ୍ଧ କରିଥିବା ଶ୍ରେଷ୍ଠ ସମାଜ ବିଜ୍ଞାନୀ ସନ୍ଥକବି ଭୀମଭୋଇଙ୍କର ଏହି ଉକ୍ତିର ସାର୍ଥକତା ଓ ବିଚାର, ଆଜି କରୋନାତ୍ରସ୍ତ ବିଶ୍ୱବାସୀଙ୍କ ପାଇଁ ଏକ ମାର୍ଗଦର୍ଶକ । ପ୍ରଶାସନ ଠାରୁ ଅନୁମତି ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ଭଳି ଅନେକ ସ୍ୱଚ୍ଛାସେବୀ ସଂଗଠନ ଓ ମଠ ମନ୍ଦିରମାନେ ଦରିଦ୍ର ନାରାୟଣଙ୍କ ସେବାଲେ ଲାଗିପଡିଛନ୍ତି । ମହେନ୍ଦ୍ର ଆଶ୍ରମର ତରଫରୁ ପାରଳାଖେମୁଣ୍ଡି ସହରର ବିଭିନ୍ନ ଅଂଚଳ, ରାୟାଗଡା, ଉଦୟଗିରି ଆଦି ସ୍ଥାନରେ  ବିଭିନ୍ନ ପ୍ରକାର ସେବାକାଯ୍ୟ ଚାଲୁଅଛି । ପ୍ରତିଦିନ   ୨୫୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଅନେକ ଲୋକଙ୍କୁ ଚୁଡା, ଚାଉଳ ମଧ୍ୟ ଦିଆଯାଉଛି ।
ଚାଇନିଜ ଭାରସର ଦ୍ୱାରା ଉତ୍ପନ ହୋଇଥିବା ସଂକଟରୁ  ବିଶ୍ୱକୁ ରକ୍ଷା କରିବା ପାଇଁ ଅନେକ ମଠ ମନ୍ଦିର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ଅକୁଣ୍ଠ ଚିତରେ ଦାନ ଦେଉଛନ୍ତି । ତିରୁପତି ବାଲାଜୀ ମନ୍ଦିର ଟ୍ରଷ୍ଟ ୨୦୦ କୋଟି, ମାତା ବୈଷ୍ଣବ ଦେବୀ ମନ୍ଦିର ଟ୍ରଷ୍ଟ ସାତ କୋଟି,ରାଜସ୍ଥାନର ଶ୍ରୀ ଶ୍ୟାମଜୀ ମନ୍ଦିର ଟ୍ରଷ୍ଟ ୧୧ଲକ୍ଷ,   ଶ୍ରୀ ସାଲସର ବାଲାଜୀଧାମ ୧୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଶିରିଡି ସାଇ ବାବା ମନ୍ଦିର ଟ୍ରଷ୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୧କୋଟି ଟଙ୍କା ପ୍ରଦାନ କରିଛନ୍ତି । ସୋମନାଥ ମନ୍ଦିର ଟ୍ରଷ୍ଟ ଏକ କୋଟି ଟଙ୍କା ରାଜ୍ୟର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ସିଦ୍ଧିବିନାୟକ ମନ୍ଦିର, ମୁମ୍ବାଇର ଭକ୍ତମାନେ ରକ୍ତଦାନ କରିଥିବା ବେଳେ ଅମ୍ବାଜୀ ମାତା ଦେବସ୍ଥାନ ମନ୍ଦିର ଟ୍ରଷ୍ଟ ଏକ କୋଟି ଏକ ଲକ୍ଷ ଟଙ୍କା ଦାନ କରିବା ସହିତ ପ୍ରତିଦିନ ରନ୍ଧାଖାଦ୍ୟ ବିତରଣ କରୁଛନ୍ତି ।
ଶ୍ରୀକୃଷ୍ଣ ଜନ୍ମସ୍ଥାନ ପ୍ରକଳ୍ପ ସେବା ସଂସ୍ଥାନ ଦ୍ୱାରା ପ୍ରତିଦିନ ଭୋଜନ ବିତରଣ କରାଯାଉଥିବା ବେଳେ ପାଟନା ସ୍ଥିତ ମହାବୀର ମନ୍ଦିର ନ୍ୟାସ ଏକ କୋଟି ଏବଂ ଉଜ୍ଜୈନ ସ୍ଥିତ ମହାକାଳ ମନ୍ଦିର ପ୍ରବନ୍ଧନ ସମିତି ପାଂଚ ଲକ୍ଷ ଟଙ୍କା ଦାନ କରିବା ସହିତ ପ୍ରତିଦିନ ରନ୍ଧାଖାଦ୍ୟ ବିତରଣ କରୁଛନ୍ତି । ନିତ୍ୟ ଚିତାହରଣ ଗଣପତି ମନ୍ଦିର ଟ୍ରଷ୍ଟ ଏକ ଲକ୍ଷ ଏଗାର ହଜାର, ବିଳାସପୁର ସ୍ଥିତ ମା ମହାମାୟା ମନ୍ଦିର ଟ୍ରଷ୍ଟ ପାଂଚ ଲକ୍ଷ ଏଗାର ହଜାର, ତାମିଲନାଡୁର କାଂଚି ମଠ ୨୦ ଲକ୍ଷ ଟଙ୍କା ଦାନ କରିବା ସହିତ ଅନ୍ୟାନ୍ୟ ସେବା ମଧ୍ୟ ଯୋଗାଉଛନ୍ତି । ଆହୁରୀ ଅନେକ ମଠ ମନ୍ଦିର ଓ ସାଧୁସନ୍ଥମାନେ ଅଛନ୍ତି ଯେଉଁମାନେ କି ପ୍ରତିଦିନ ଦରିଦ୍ର ନାରାୟଣ ସେବା କରୁଛନ୍ତି, ସରକାରଙ୍କୁ ମଧ୍ୟ ସହଯୋଗ କରୁଛନ୍ତି ।
ସମସ୍ତଙ୍କର କେବଳ ଗୋଟିଏ ଲକ୍ଷ୍ୟ କରୋନା ଦାନବର ଅନ୍ତ । ସଂକଟ ସମୟରେ ସଂଜମତା ଦେଖାଇ ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି ସମସ୍ତ ଭାରତବାସୀ ଏବଂ ସାରା ବିଶ୍ୱକୁ ମାର୍ଗ ଦର୍ଶନ ଦେଉଛି ଭାରତୀୟ ସଂସ୍କୃତି । 






ଅପ୍ରେଲ ୪ ଶନିବାର 


ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ( RSS ) ର ଜଗତସିଂହପୁର ରେ ସ୍ଵୟଂସେବକ ମାନଙ୍କ ଦ୍ଵାରା ସେବାକାର୍ଯ୍ୟ 





 ନନ୍ଦପୁର ନଗର







୧ ଅପ୍ରେଲ ୨୦୨୦


ଶୈଳେଶ୍ରୀ ବିହାରର ମହାବୀର ବସ୍ଥିରେ ସେବାକାର୍ଯ୍ୟ

ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କରୋନା ମହାମାରୀ ବିରୋଧରେ ଚାଲିଥିବା ମହାସଂଗ୍ରାମରେ ମହାବିଜୟ କରିବେ । ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ୨୧ ଦିନିଆ ଲକ୍‌ଡାଉନକୁ ସମର୍ଥନ କରି ତାହାକୁ ପାଳନ କରୁଛନ୍ତି ଏବଂ ଏହି ବ୍ରତକୁ ପାଳନ କରିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ଦିନକୁ ଦିନ ଅଧିକରୁ ଅଧିକ ସେବା କାମ କରି ଚାଲୁଛନ୍ତି ।
ଏପ୍ରିଲ ୧ ତାରିଖ ଦିନ ଭୁବନେଶ୍ୱର ଶୈଳେଶ୍ରୀ ବିହାରର ମହାବୀର ବସ୍ଥିରେ ସଂଘର ସ୍ୱୟଂସେବକ ମାନେ ଆଳୁ ଓ ଚାଉଳ ବିତରଣ କରିଛନ୍ତି । ୧୨୫ ଜଣଙ୍କ ନିକଟରେ ଏହି ସେବା ପହଁଚାଇଛନ୍ତି ।


ଭୁବନେଶ୍ୱର ବ୍ରହ୍ମକୁମାରୀ କାର୍ଯ୍ୟାଳୟରେ ସେବାକାର୍ଯ୍ୟ 




ପଟ୍ଟାମୁଣ୍ଡାଇ ମେଡିକାଲରେ ସେବାକାର୍ଯ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦ୍ରାପଡା ଜଲ୍ଲା ପଟ୍ଟାମୁଣ୍ଡାଇର ସ୍ୱୟଂସେବକମାନେ ସ୍ଥାନୀୟ ସରକାରୀ ଚିକିତ୍ସାଳୟକୁ  ସ୍ପେ କରି ସଫା କରିଛନ୍ତି । ସବ୍‌ଡିଭିଜନ ହସପିଟାଲ ପଟ୍ଟାମୁଣ୍ଡାଇର ବିଭିନ୍ନ ୱାଡକୁ ସଫା କରିବା ସହିତ ଆଖପାଖ ଅଂଚଳକୁ ମଧ୍ୟ ସ୍ୱଛତା କରିଥିଲେ ।








ଜଗତସିଂପୁରର ବିଭିନ୍ନ ବସ୍ତିରେ ରନ୍ଧାଖାଦ୍ୟ ବିତରଣ







ତାରିଖ:-୩୧ ମାର୍ଚ୍ଚ ୨୦୨୦

କରୋନା ଭାଇରସ ବିରୋଧରେ ଚାଲିଥିବା ସଂଗ୍ରାମରେ ରାଷ୍ଟ୍ରୀୟ ସ୍ୱଂୟେସବକ ସଂଘର ଶହ ଶହ ସ୍ୱୟଂସେବକ ସାମିଲ ହୋଇଛନ୍ତି । ଲକ୍‌ଡାଉନ ସମୟରେ ପ୍ରଭାବିତ ହୋଇଥିବା ଅଂଚଳରେ ସହାୟତା ପହଁଚାଇବା ପାଇଁ ସ୍ୱୟଂସେବକମାନେ ଅଂଟା ଭିଡି ଦେଇଛନ୍ତି । ଓଡିଶାର ସ୍ୱୟଂସେବକମାନେ ମଧ୍ୟ ଏହି ସେବାକାମରେ  ନିଜକୁ ସାମିଲ କରିଛନ୍ତି ।

ବାଲେଶ୍ୱରରେ 4 ଦିନ ଧରି ଖାଦ୍ୟ ବିତରଣ ଚାଲୁଅଛି









ଜଗତସିଂହପୁର ନଗର ସେବାକାର୍ଯ୍ୟ







ଆରଏସଏସ ବଡବିଲ ଦ୍ୱାରା ସେବାକାର୍ଯ୍ୟରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବଡବିଲ ଓ ମାରୁୱାଡି ଯୁବ ମଂଚ ତରଫରୁ ଗାଁ ଗାଁ ବୁଲି  ପରିବା ସେବା ଯୋଗାଇ ଦିଆଯାଉଥିବା ବେଳେ ମଙ୍ଗଳବାର ଦିନ କରିବୁର ଛକରେ ଏକ ପରିବା ବଜାର ଖୋଲାଯାଇଛି ।






ଘଟଗାଁର ସ୍ୱୟଂସେବକମାନେ ତିନି ଦିନ ଧରି ମନ୍ଦିର ନିକଟରେ ବସୁଥିବା ୩୦ ଜଣ ଭିକାରୀ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି ।

ଯୋଡାରେ ସ୍ୱୟଂସେବକମାନେ ରାମଚନ୍ଦ୍ରପୁର, ମିରିଗି, ଖୋଜ, ଶଙ୍କରପୁର ଆଦି ଗ୍ରାମରେ ୨୦୦ରୁ ଅଧିକ ଖାଦ୍ୟ ପୁଡିଆ ବିତରଣ କରିଛନ୍ତି । ଏଥି ସହିତ ଶୁଖିଲା ଖାଦ୍ୟ ଓ ଔଷଧ ମଧ୍ୟ ବିତରଣ କରାଯାଇଛି



ହରିଚନ୍ଦନପୁର ଖଣ୍ଡ ମନହରପୁର ପଂଚାୟତର ସତ୍ୟପାଲ ଗ୍ରାମରେ   ସ୍ୱୟଂସେବକମାନଙ୍କ ତରଫରୁ ୧୦ଟି ନଳକୂପକୁ ସଫା କରିଛନ୍ତି ।





ହରିଚନ୍ଦନପୁର ବ୍ଲକର ସିନବେଲା ହାତିଆନାଳି ମୁଣ୍ଡାସାହିରେ ୧୦ଟି ପରିବାରକୁ ସ୍ୱୟଂସେବବମାନେ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।











ତାରିଖ:-୩୦ ମାର୍ଚ୍ଚ ୨୦୨୦

କରୋନା ଭାଇରସ ବିରୋଧରେ ଚାଲିଥିବା ସଂଗ୍ରାମରେ ରାଷ୍ଟ୍ରୀୟ ସ୍ୱଂୟେସବକ ସଂଘର ଶହ ଶହ ସ୍ୱୟଂସେବକ ସାମିଲ ହୋଇଛନ୍ତି । ଲକ୍‌ଡାଉନ ସମୟରେ ପ୍ରଭାବିତ ହୋଇଥିବା ଅଂଚଳରେ ସହାୟତା ପହଁଚାଇବା ପାଇଁ ସ୍ୱୟଂସେବକମାନେ ଅଂଟା ଭିଡି ଦେଇଛନ୍ତି । ଓଡିଶାର ସ୍ୱୟଂସେବକମାନେ ମଧ୍ୟ ଏହି ସେବାକାମରେ  ନିଜକୁ ସାମିଲ କରିଛନ୍ତି ।



ଲିଙ୍ଗରାଜ ଭାଗରେ ୮୦ ପରିବାରକୁ ଆଳୁ ଓ ପିଆଜ ବାଂଟିଲେ ସ୍ୱୟଂସେବକ
 ଲିଙ୍ଗରାଜ ଭାଗର ମା ଜାଗେଶ୍ୱରୀ ପ୍ରଭାତ ଶାଖା ତରଫରୁ  ଓଲଡ ଟାଉନରେ ତିନି ଦିନ ହେବ ସେବାକାର୍ଯ୍ୟ ଚାଲୁଅଛି । ଏହି ସେବା କାମରେ ୧୬ ଜଣ ସ୍ୱୟଂସେବକ ସାମିଲ ହୋଇଛନ୍ତି । ସ୍ୱୟଂସେବକମାନେ ପ୍ରଥମ ଓ ଦ୍ୱିତୀୟ ଦିନ ରାମେଶ୍ୱର ବସ୍ତି ଓ ଓଭରବ୍ରିଡ ତଳେ ରହୁଥିବା ୮୦ଟି ପରିବାରରେ ଆଳୁ ଓ ପିଆଜ ବଂଟନ କରିଥିଲେ ।
ତୃତୀୟ ଦିନ  ହରଚଣ୍ଡୀ ସାହି ଓ ଡାକବଙ୍ଗଳା ଛକ ନିକଟସ୍ଥ ଅଂଚଳରେ କରୋନା ଭାଇରସର ମୁକାବିଲା ପାଇଁ ଲକ୍ ଡାଉନ, ସ୍ୱଚ୍ଛତା ଉପରେ ଜନଜାଗରଣ କରିଥିବା ବେଳେ ସାନିଟାଇଜ ଉପରେ ଗୁରୁତ୍ୱ ଦେଇଥିଲେ ।

 

ୟୁବିଏସଏସ ତରଫରୁ ୧୫୦ ପ୍ୟାକେଟ ରନ୍ଧାଖାଦ୍ୟ ବିତରଣ 

ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ମଧ୍ୟ ଆଜି ଭୁବନେଶ୍ୱର ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ ବିତରଣ କରାଯାଇଛି । ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଖାଦ୍ୟ ତିଆରି ହେବା ସହିତ ପ୍ୟାକେଟ କରାଯାଇଥିଲା । ସ୍ୱୟଂସେବକମାନେ ରସୁଲଗଡ, ମାଷ୍ଟ୍ରକ୍ୟାଟିଂନ, ରାଜମହଲ ଛକରେ ୧୫୦ ରନ୍ଧାଖାଦ୍ୟ ବିତରଣ କରିଥିଲେ ।





ଖଣ୍ଡଗିରି ଭାଗର ୧୬ ଟି ପରିବାରରେ ଶୁଖିଲାଖାଦ୍ୟ ବିତରଣ
ସଂଘର ଭୁବନେଶ୍ୱର ମହାନଗର ଖଣ୍ଡଗିରି ଭାଗ କଳିଙ୍ଗ ନଗର ତରଫରୁ ସେବା କାମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ସଂଘର ସ୍ୱୟଂସେବକମାନେ ୧୬ଟି ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଛନ୍ତି । ବରମୁଣ୍ଡା ନଗରର ୩ ପରିବାର, ଡୁମଡୁମା ନଗରର ୨ ପରିବାର ଓ କଳିଙ୍ଗ ନଗରର ୧୧ଟି ପରିବାରେ ୧୬ଟି ପ୍ୟାକେଟ ବିତରଣ କରିଛନ୍ତି । ପ୍ରତ୍ୟେକ ପ୍ୟାକେଟର ରହିଛି ୫କି.ଗ୍ରା ଚାଉଳ, ୨କି.ଗ୍ରା ଚୁଡା, ୨କି.ଗ୍ରା ଅଟା, ୧ କି.ଗ୍ରା ହରଡ ଡାଲି, ୧ କି.ଗ୍ରା  ଚିନି, ଅଧ ଲିଟର ସୋରିଷ ତେଲ, ୧ କି.ଗ୍ରା ଲୁଣ ଓ ୫ ପ୍ୟାକେଟ ବିସ୍କୁଟ ।



ତାରିଖ:-29 ମାର୍ଚ୍ଚ ୨୦୨୦


ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଶ୍ରୀ ଭୟାଜୀ ଜୋଶୀ ଏବଂ  ବର୍ଷ ପ୍ରତିପଦାରେ ପରମପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ କରୋନା ଭାଇରସ ମହାମାରୀ ରୂପ ନେଇଥିବାରୁ ନିଜ ନିଜ ଅଂଚଳରେ ସେବାକାମ କରିବାକୁ ଆହ୍ୱାନ କରିଥିଲେ । ଏହା ପରେ ସାରା ଦେଶରେ ସ୍ୱୟଂସେବକମାନେ ସକ୍ରୀୟ ହୋଇ ସେବା କାମରେ ଲାଗି ପଡିଛନ୍ତି ।

ଓଡିଶାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, କେନ୍ଦୁଝର ନଗର,ଘଟଗାଁ, ଯୋଡା, ଅନୁଗୁଳ, ଯାଜପୁର ଆଦି ସ୍ଥାନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ସେବାକାମ କରି ଚାଲିିଛନ୍ତି ।   କୋଭିଡ-୧୯ ଭାଇରସ ବା କରୋନା ଭାଇରସ ସାରା ବିଶ୍ୱ ସମେତ ଭାରତକୁ ଆତଙ୍କରେ ରଖିଥିବା ବେଳେ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଭାରତରେ ନିଆଯାଉଥିବା ପଦକ୍ଷେପ ବାସ୍ତବରେ ସ୍ୱାଗତଯୋଗ୍ୟ । କେନ୍ଦୁଝର ଜିଲ୍ଲା ଯୋଡା ଏବଂ ଅନୁଗୋଳ ଠାରେ  ଆରଏସଏସର ସ୍ୱଂୟସେବକମାନେ କରୋନା ଭାଇରସ ସମ୍ପର୍କୀତ ସଚେତନତା,ସାମାଜିକ ଦୂରତାର ଗୁରୁତ୍ୱ ବୁଝାଇବାକୁ ଯାଇ  ମାର୍କେଟ ଓ ଏହାର ଆଖପାଖ ଅଂଚଳରେ ଜନସାଧାରଣ ମାନଙ୍କୁ ସହ ଆଲୋଚନା କରି ପୋଲିସକୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ । ଗ୍ରସରରି ଦୋକାନ ଓ ମେଡିସିନ ଷ୍ଟୋର ଆଗରେ ଅଲଗା ଅଲଗା ଠିଆ ହେବା ପାଇଁ ଚୁନରେ ଗୋଲ ବୁଲାଇଛନ୍ତି ।  ନିଜ ଘରେ ନିଜ ସୁରକ୍ଷିତ ରୁହନ୍ତୁ ଏବଂ ଦେଶକୁ ମୃତ୍ୟୁମୁଖରୁ ବଂଚାନ୍ତୁ ନାରା ଦେଇ ମାର୍କେଟରେ ଥିବା ଦୋକାନ ସମ୍ମୁଖରେ ରେଖାଙ୍କିତ ଗୋଲ ଚିହ୍ନ ବୁଲାଇଥିଲେ ।



ଯାଜପୁରର ବିିଭିନ୍ନ ସ୍ଥାନରେ ମଧ୍ୟ ସ୍ୱୟଂସେବକମାନେ ଖାଦ୍ୟ ପ୍ୟାକେଟ ବିତରଣ କରିଛନ୍ତି ।

କେନ୍ଦୁଝର ନଗରରରେ ଯେକୌଣସି ଅସୁସ୍ଥ ବ୍ୟକ୍ତି ଏବଂ ବୟଷ୍କ ବ୍ୟକ୍ତିମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଆଣିବାକୁ ବାହାରକୁ ଯାଇ ପାରୁନାହାଁନ୍ତି ସେମାନେ ସଂଘର ସ୍ୱୟଂସେବକମାନଙ୍କ ସହିତ ଯୋଗା ଯୋଗ କରିବାରୁ ସ୍ୱୟଂସେବକମାନେ ସେମାନଙ୍କ ନିକଟରେ ଉକ୍ତ ସାମଗ୍ରୀ ସବୁ ଆଣି ପହଁଚାଉଛନ୍ତି । ସେଥିପାଇଁ ୫ଜଣଙ୍କ ମୋବାଇଲ ନମ୍ବର ସ୍ୱୟଂସେବକମାନଙ୍କ ତରଫରୁ ଦିଆଯାଇଛି । ୭୦୦୮୮୧୦୨୪୦ ବରଦା ଭାଇ, ୯୪୩୭୪୬୭୩୬୮ ମଂଟୁ ଭାଇ, ୯୩୩୭୮୪୮୬୬୧ ବିକାଶ ଭାଇ, ୯୪୩୭୨୧୪୯୭୫ ଦେବରାଜ ଭାଇ ଏବଂ ୭୦୦୮୦୧୩୦୫୯ ରେ ରକ୍ଷା ଭାଇଙ୍କ ସହଯୋଗା ଯୋଗ କରିବାକୁ କେନ୍ଦୁଝର ନଗର ସ୍ୱୟଂସେବକମାନଙ୍କ ତରଫରୁ କୁହାଯାଇଛି । ଘଟଗାଁ ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ରନ୍ଧାଖାଦ୍ୟ ମଧ୍ୟ ବିତରଣ କରାଯାଉଛି ।

Comments

  1. ସ୍ୱୟଂସେବକ ସଂଘର ସମସ୍ତ ବଡ ଭାଇମାନଙ୍କୁ ମୋର ଭୂମିଷ୍ଟ ପ୍ରଣାମ

    ReplyDelete
  2. RSS, Ready for selfless service.

    ReplyDelete
  3. ବେଲେଶ୍ୱର ସାହୁ-RSS-Ready for Selfless Service.ଧନ୍ୟବାଦ।

    ReplyDelete
  4. ସ୍ୱୟଂସେବକ ମାନଙ୍କର ସେବା କାର୍ଯ୍ୟ ପ୍ରେରଣା ଦାୟକ

    ReplyDelete

Post a Comment