ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ: ବ୍ରିଟିଶ ସାଂସଦ


ଲଣ୍ଡନ:  ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଏବଂ ଅବିଚ୍ଛେଦ୍ୟ ଅଙ୍ଗ । ଭାରତ ସହିତ କାଶ୍ମୀରର ବିଶ୍ରଣ ଚୁଡ଼ାନ୍ତ । ତେବେ ପାକିସ୍ତାନ ନିଜ ଦ୍ୱାରା ଅଧିକୃତ କାଶ୍ମୀର(ପିଓକେ) ଭାରତକୁ ଛାଡ଼ିଦେବା ଉଚିତ୍  । ଏହା ଦ୍ୱାରା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିବ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତି ବିରାଜମାନ କରିବ  ବୋଲି କାଶ୍ମୀରୀ ପଣ୍ଡିତ ମାନଙ୍କଦ୍ୱାରା ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଇଂଲଣ୍ଡର ଜଣେ ବରିଷ୍ଠ ସାଂସଦ ବବ୍ ବ୍ଲାକମ୍ୟାନ୍  କହିଛନ୍ତି ।
ଏଠାରେ ଅବସ୍ଥାନ କରୁଥିବା କାଶ୍ମୀରୀ ପଣ୍ଡିତ ମାନଙ୍କଦ୍ୱାରା ବଳିଦାନ ଦିବସ ଉପଲକ୍ଷେ ଆୟୋଜିତ ସମାବେଶରେ ଉଦବୋଧନ ଦେଇ ଜାଠଦଳର ସାଂସଦ ବ୍ଲାକମ୍ୟାନ୍ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ଭାରତ ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏହା ବିରୋଧରେ ଜାତିସଂଘର ଦ୍ୱାରସ୍ଥ ହେବାର କିଛି ଯଥାର୍ଥତା ନାହିଁ । କାରଣ ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଆଉ ସିମଲା ଚୁକ୍ତି ଅନୁଯାୟୀ କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏଥିରେ ଜାତିସଂଘ ବା ଅନ୍ୟ କୋ÷ଣସି ତୃତୀୟ ପକ୍ଷର ହସ୍ତକ୍ଷେପର ଆବଶ୍ୟକତା ନାହିଁ । ଏବେ କାଶ୍ମୀର ଆଉ ଏକ ବିବାଦ ହୋଇ ରହିନାହିଁ । ଯାହା କିଛି ବିବାଦ ରହିଛି ପିଓକେ ଉପରେ । ପାକ୍ ସେନା ଏବେ ପିଓକେରୁ ହଟିଯିବା ଉଚିତ୍ । 

Comments