ସୂଚନାଯୋଗ୍ୟ ଯେ, ଏକ ଗେଷ୍ଟହାଉସରେ ଖ୍ରୀଷ୍ଟିଆନ ମିଶନାରୀଙ୍କ ତରଫରୁ ‘ ଛୁଟକାରା ସଭା’ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗରୀବମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ବାହାନାରେ ଧର୍ମାନ୍ତରୀକରଣ କରାଯାଉଥିଲା । ଏହି ଖବର ଜଣା ପଡିବା ପରେ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତାମାନେ ଘଟଣାସ୍ଥଳରେ ପହଁଚି ଏହାକୁ ବିରୋଧ କରିଥିଲେ । ଖ୍ରୀଷ୍ଟିଆନ ମିଶନାରୀ ଫେରିଯାଅ ବୋଲି ନାରା ଦେଇଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ମତରେ ଏଠାରେ ଅନେକ ପ୍ରକାର ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରାଯାଉଥିଲା । ଏହି ସଭା କେବଳ ଧର୍ମାନ୍ତରୀକରଣ ପାଇଁ ଉଦ୍ଦିଷ୍ଟ ଥିଲା ।
ମିଶନାରୀମାନଙ୍କ ଏହି କାମକୁ ଯୋରଦାର ବିରୋଧ ହେବାରୁ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଂଚିଥିଲା । ଆନ୍ଦୋଳନକାରୀଙ୍କ ସହିତ ପୋଲିସ କଥାବାର୍ତା କରିବା ପରେ ସୁନ୍ଦରନଗର ତହସିଲଦାର ଘଟଣାସ୍ଥଳରେ ପହଂଚି ସଭା ଆୟୋଜନ କରିଥିବା ମିଶନାରୀମାନଙ୍କୁ ସଭା କରିବା ପାଇଁ ଅନୁମତି ଆଣିଥିଲେ କି ନାହିଁ ପଚାରିଥିଲେ । ସେମାନଙ୍କ ପାଖରେ ସଭା କରିବା ପାଇଁ ଅନୁମତି ପତ୍ର ଆଣିନଥିଲେ । ଆୟୋଜକମାନଙ୍କ କହିବା କଥା ଆମେ ଏଠାରେ ଗରୀବମାନଙ୍କ ସେବା କରୁଛୁ କିନ୍ତୁ ଧର୍ମାନ୍ତରୀକରଣ ନୁହେଁ । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଏହି ‘ ଛୁଟକାରା ସଭା’ ବନ୍ଦ ହୋଇଥିଲା । ଏହି ଘଟଣା ସ୍ଥଳରୁ ଖ୍ରୀଷ୍ଟିଆନ ଧର୍ମର ପ୍ରଚାରପତ୍ର ଜବତ ହୋଇଛି । ସମ୍ଭବତ ଏହାକୁ ବିତରଣ ପାଇଁ ରଖାଯାଇଥିଲା । ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସମନ୍ୱୟ ପ୍ରମୁଖ ରାମେଶ୍ୱର ଠାକୁର, ସଂଗଠନର ଗଣମାଧ୍ୟମ ସଂପାଦକ ବିଜୟ ଶର୍ମା, ଗୋବିନ୍ଦ ଠାକୁର, ଜିଲ୍ଲା ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଶର୍ମା ପ୍ରଶାସନ ନିକଟରେ ଦାବି କରିଛନ୍ତି ଯେ, ମିଶନାରୀମାନଙ୍କ ଭବିଷ୍ୟତ ଗତିବିଧି ଉପରେ ନଜର ରଖାଯାଉ । ପ୍ରଲୋଭନ ଦେଖାଇ ଧର୍ମାନ୍ତରଣ କରୁଥିବା ସଂଗଠନ ଓ ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟରେ ଧର୍ମାନ୍ତରୀକରଣ କାର୍ଯ୍ୟରେ ଲିପ୍ତ ଥିବା ଖ୍ରୀଷ୍ଟିଆନ ମିଶନାରୀମାନଙ୍କୁ ରାଜ୍ୟରୁ ବିଦା କରାଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Comments
Post a Comment